ଫୋନରେ ଫ୍ଲାଇଟ ମୋଡ୍ ବିକଳ୍ପ କାହିଁକି ରହିଥାଏ ? ଯଦି ଉଚିତ ସମୟରେ ଫ୍ଲାଇଟ ମୋଡ୍ ଅନ୍ ନ କରନ୍ତି ତେବେ ଘଟିପାରେ ଏଭଳି ଭୟଙ୍କର ଦୁର୍ଘଟଣା !

ଆମେ ବ୍ୟବହାର କରୁଥିବା ଫ୍ଲାଇଟ ମୋଡ୍ ନାମକ ଏକ ଆଇକନ ରହିଥାଏ । ହେଲେ କେବେ ଭାବିଛନ୍ତି କି ଆପଣଙ୍କ ଫୋନରେ ଏହା କାହିଁକି ଥାଏ ଓ ଏହାର କାମ କଣ ? ତେବେ କୁହାଯାଏ କି ଫ୍ଲାଇଟ ମୋଡ୍ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଆଇନକ ଯାହାକି ଆଜିକାଲି ସମସ୍ତଙ୍କ ସ୍ମାର୍ଟଫୋନରେ ରହିବା ନିହାତି ଆବଶ୍ୟକ । ବିମାନରେ ଯାତ୍ରା କରିବା ବେଳେ ଯାତ୍ରୀଙ୍କୁ ମୋବାଇଲ ସ୍ଵିଚ ଅଫ୍ କରିବାକୁ କିମ୍ବା ଫ୍ଲାଇଟ ମୋଡରେ ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଥାଏ ।

ହେଲେ ବିମାନ ଯାତ୍ରା ବେଳେ ଫୋନ ଫ୍ଲାଇଟ ମୋଡରେ ରଖିବାକୁ କାହିଁକି କୁହାଯାଏ ଏହାର ସଠିକ ଉତ୍ତର ଆମେ ଆଜି ଆପଣଙ୍କୁ କହିବୁ । ଉଡାଜାହାଜର ଚିତ୍ର ଥିବା ଏହି ଫ୍ଲାଇଟ ମୋଡ୍ ଆଇକନକୁ ଆପଣ ଅନେକ ଥର ବ୍ୟବହାର କରିଥିବେ । ଫୋନକୁ ସ୍ଵିଚ କରିବାକୁ ଚାହିଁଲେ ଏହି ବିକଳ୍ପ ସବୁଠୁ ସହଜ ହୋଇଥାଏ । କାରଣ ଫ୍ଲାଇଟ ମୋଡ ଅନ୍ କରିବା ଦ୍ଵାରା ଫୋନ ଖୋଲା ତ ରହିଥାଏ କିନ୍ତୁ ଏକପ୍ରକାର ଅଫ୍ ମଧ୍ୟ ରହିଥାଏ ।

ଫ୍ଲାଇଟ ମୋଡ ଅନ୍ ହେବା ମାତ୍ରେ ମୋବାଇଲ ଫୋନ ଆପଣଙ୍କ ଫୋନରେ ଥିବା ନେଟୱର୍କ ସିଷ୍ଟମରୁ ଏକଦମ ଅଲଗା ହୋଇଯାଏ । ଏହାଦ୍ବାରା ଆପଣଙ୍କ ଫୋନରେ କଲ୍ ଯିବା ଆସିବା ହୋଇପାରେନି ଓ ଆପଣ ଇଣ୍ଟରନେଟ ବ୍ୟବହାର କରିପାରନ୍ତି ନାହିଁ । ତେବେ ଫ୍ଲାଇଟ ମୋଡର ପ୍ରକୃତ ବ୍ୟବହାର ହେଉଛି ବିମାନ ଯାତ୍ରା ବେଳେ ଏହାକୁ ଅନ୍ କରିବାକୁ ପଡିଥାଏ । ନଚେତ ମୋବାଳ ଫୋନର ସିଗନାଲ ଆପଣ ବସିଥିବା ବିମାନର କମ୍ୟୁନିକେଶନ ସିଷ୍ଟମକୁ ପ୍ରବଳ ମାତ୍ରାରେ ପ୍ରଭାବିତ କରିଥାଏ ।

ଯେଉଁଥି ପାଇଁ ବିମାନ ଉଡାଉଥିବା ପାଇଲଟଙ୍କୁ ଅନେକ ପ୍ରକାରର ଅସୁବିଧାର ସମୁଖୀନ ହେବାକୁ ପଡେ । ବିମାନ ଆକାଶରେ ଉଡିବା ବେଳେ ପାଇଲଟ ପୁରା ସମୟ କଣ୍ଟ୍ରୋଲ ରୁମ୍ ସହ ସମ୍ପର୍କରେ ରହିଥାନ୍ତି । ଯାତ୍ରୀଙ୍କ ଫୋନର ଫ୍ଲାଇଟ ମୋଡ ଅନ୍ ନଥିଲେ ପାଇଲଟଙ୍କୁ ସୂଚନା ମିଳିବାରେ ଅସୁବିଧା ହୋଇଥାଏ । ନିକଟରେ ନେପାଳରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ମଧ୍ୟ ଠିକ ସେମିତି ହୋଇଥିଲା ।

ମୋବାଇଲରେ ଥିବା ଯାତ୍ରୀ ମୋବାଇଲ ଅନ୍ ରଖି ଫେସବୁକ ଲାଇଭ କରିବା ଯୋଗୁଁ ପାଇଲଟ ପାଗ ସମ୍ପର୍କରେ ଠିକ ଭାବେ ସୂଚନା ପାଇ ନଥିଲେ । ଫଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କ ଜୀବନ ଚାଲି ଯାଇଥିଲା । ଫୋନର ଫ୍ଲାଇଟ ମୋଡ ଅନ୍ ନଥିଲେ ରେଡିଓ ଫ୍ରିକ୍ୟୁଏନ୍ସିରେ ଅସୁବିଧା ହୋଇଥାଏ ତେଣୁ ଯାତ୍ରୀଙ୍କୁ ବିମାନ ଉଡାଣ ବେଳେ ଫ୍ଲାଇଟ ମୋଡ ଅନ୍ ରଖିବାକୁ କୁହାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।