ଗୁରୁତର ଅବସ୍ଥାରେ ICU ରେ ଭର୍ତ୍ତି ହେଲେ ଓଡିଆ ସିଙ୍ଗର ତପୁ ମିଶ୍ର ( Tapu Mishra)

ବନ୍ଧୁଗଣ ବର୍ତ୍ତମାନ କରୋନା କାଳରେ ଅନେକ ଗୁଡିଏ ଖରାପ ଆସି ପହଞ୍ଚୁଛି । ବର୍ତ୍ତମାନ ଆଉଆ ଏକ ଖବର ଆସି ପହଞ୍ଚିଛି କି ଓଡିଆ ସିଙ୍ଗର ତପୁ ମିଶ୍ର ଗୁରୁତର ଅବସ୍ଥାରେ ଆଇସିଇଉ ରେ ଭର୍ତ୍ତି ହୋଇଛନ୍ତି ।

ତପୁ ମିଶ୍ର ଜଣେ ଓଡିଶାର ଆଗ ଧାଡିର କଣ୍ଠ ଶିଳ୍ପୀ । ଅନେକ ଓଡ଼ିଆ ଫିଲ୍ମ ଓ ଅଲବମ୍ ରେ ନିଜର କଣ୍ଠଦାନ କରିଛନ୍ତି । ତାଙ୍କ କଣ୍ଠ ର ଯାଦୁ ରେ ସେ ସମସ୍ତ ଦର୍ଶକ କୁ ମନ୍ତ୍ରମୁଗ୍ଧ କରିଛନ୍ତି । ଏହି ପ୍ରସିଦ୍ଧ ଗାୟିକା ଜଣକ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅନେକ ଗୀତ ରେ କଣ୍ଠଦାନ କରି ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଫିଲ୍ମ ଓ ଆଲବମ୍ ବ୍ୟତୀତ ଅନେକ ଓଡ଼ିଆ ଭଜନ ରେ ମଧ୍ୟ ତପୁ ମିଶ୍ର ନିଜର କଣ୍ଠଦାନ କରିଛନ୍ତି ।

ତପୁ ମିଶ୍ର ଙ୍କ କଣ୍ଠ ର ଯେତେ ମଧ୍ୟ ପ୍ରଶଂସା କରିଲେ ତାହା କମ ପଡ଼ିବ । କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ଏଭଳି ଏକ ଖବର ସାମ୍ନା କୁ ଆସିଛି ଯାହା ଶୁଣି ଆପଣ ମାନେ ନିଶ୍ଚିତ ଭାବରେ ଦୁଃଖୀ ହୋଇଯିବେ । ଗୁରୁତର ଅବସ୍ଥାରେ ତପୁ ମିଶ୍ର ଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆଡ଼ମିଟ କରାଯାଇଛି । ବର୍ତ୍ତମାନ ତପୁ ଙ୍କୁ ହସ୍ପିଟାଲ ରେ ଆଇ ସି ୟୁ ରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ ଓଲିଉଡ ଜଗତର ଏହି ପ୍ରଖ୍ୟାତ ଗାୟିକା ତପୁ ମିଶ୍ର କୋରନା ମହାମାରୀ ରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ହୋଇଛି । ତପୁ ଙ୍କ ସମସ୍ତ ବନ୍ଧୁ କଳାକାର ଓ କଣ୍ଠଶିଳ୍ପୀ ତଥା ଶୁଭେଚ୍ଛକ ତାଙ୍କୁ ଫେସବୁକ ରେ ଟ୍ୟାଗ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଏହି ଖବର ସାମ୍ନା କୁ ଆସିବା ପରେ ଓଲିଉଡ ଇଣ୍ଡଷ୍ଟ୍ରୀ ର ସମସ୍ତ କଳାକାର ଓ କଣ୍ଠଶିଳ୍ପୀ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚିନ୍ତିତ ହୋଇଛନ୍ତି । ଭୁବନେଶ୍ୱର ର କୋଭିଡ଼ ହସ୍ପିଟାଲରେ ଚାଲିଛି ତାଙ୍କର ଚିକିତ୍ସା । ଓଲିଉଡ ଇଣ୍ଡଷ୍ଟ୍ରୀ ର ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀ ତପୁ ମିଶ୍ର ଙ୍କ ଆରୋଗ୍ୟ କାମନା ନିମନ୍ତେ ଆମର ମଧ୍ୟ ଭଗବାନ ଙ୍କ ନିକଟରେ ପ୍ରାର୍ଥନା ।

ଏବଂ ଆମେ ଏହା ଆଶା କରୁଛୁ ଯେ ଓଲିଉଡ ଗାୟିକା ତପୁ ମିଶ୍ର ଖୁବ ଶୀଘ୍ର ସୁସ୍ଥ ହୋଇ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଫେରି ଆସନ୍ତୁ ଓ ତାଙ୍କ କଣ୍ଠ ର ଯାଦୁରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦିଅନ୍ତୁ । ଜଗନ୍ନାଥ ଙ୍କ ନିକଟରେ ଆମର ଏତିକି କାମନା । ଏମିତି ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ