କେବଳ ଏହି 2 ଟି କାମ କରି ନିଅନ୍ତୁ, Joint Pain, Back Pain, 99% ଭଲ ହେଇଯିବ- Health Tips

ଯଦି ଆପଣ ଅନେକ ଦିନରୁ ଗୋଇଠି ଦରଜ ସମସ୍ୟା ଦେଇ ଯାଉଛନ୍ତି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହାର କାରଣ ଜାଣିବା ପାଇଁ ଯାଞ୍ଚ ଅବଶ୍ୟ କରାନ୍ତୁ ।

ଅନେକ ସମୟରେ ଶରୀରରେ ୟୁରିକ ଏସିଡ୍ ବଢିବା ହେତୁ ମଧ୍ୟ ଗୋଇଠି ଦରଜ ହୋଇଥାଏ । ଯଦି ଆପଣଙ୍କ ୟୁରିକ ଏସିଡ୍ ଠିକ୍ ଅଛି, ମାତ୍ର ତଥାପି ଆପଣଙ୍କ ଗୋଇଠିରେ ଦରଜ ହେଉଛି, ତେବେ ଆଜି ଆମେ ଆପଣଙ୍କୁ ଏକ ଉପଚାର ବତେଇବୁ । ସର୍ବ ପ୍ରଥମେ ଆପଣ ତୈଳ ଜାତୀୟ ଖାଦ୍ୟ ବା ଜଙ୍କ୍ ଫୁଡ୍ ଖାଇବା କମ୍ କରି ଦିଅନ୍ତୁ ।  ଅତ୍ୟଧିକ ତୈଳ ଆମ ସ୍ନାୟୁ ପ୍ରଣାଳୀକୁ ଖରାପ କରିଦିଏ ।

ଏହା ଯୋଗୁଁ ଆମ ହାଡକୁ ମଧ୍ୟ ସଠିକ୍ ପୋଷଣ ମିଳି ପାରେ ନାହିଁ । ଯଦି ଆପଣଙ୍କ ଗୋଇଠିରେ ଅତ୍ୟଧିକ ବ୍ୟଥା ହେଉଛି ତେବେ, ଉଷୁମ ପାଣିରେ ୨ ଚାମୁଚ ସନ୍ଧବ ଲୁଣ ପକାଇ ସେଥିରେ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ପାଦ ବୁଡ଼ାଇ ରଖନ୍ତୁ । ଆପଣଙ୍କୁ ବ୍ୟଥାରୁ ତୁରନ୍ତ ଆରାମ ମିଳିବ । ସନ୍ଧବ ଲୁଣ ଆମ ସ୍ନାୟୁ ଓ ରକ୍ତ ସଞ୍ଚାଳନକୁ ଠିକ୍ କରେ ଏବଂ ମାଂସପେଶୀରେ ଥିବା ବ୍ୟଥାକୁ ମଧ୍ୟ ଦୂର କରେ ।

ଏହା ସହ ଆପଣ କାଲସିୟମ୍ ଓ ଭିଟାମିନ-ଡି ଥିବା ଖାଦ୍ୟ ଖାଆନ୍ତୁ । ଯେପରିକି କ୍ଷୀର, ଏଥିରୁ ଆପଣ ଦୁଇଟି ଯାକ ଉପାଦାନ ପାଇ ପାରିବେ । ଏହା ସହ ଆପଣ କ୍ଷୀରରେ ମଖାନା ବା ଫକ୍ସ ବାଦାମ ଓ ସାମାନ୍ୟ ମିଶ୍ରି ପକାଇ କ୍ଷୀରକୁ ଗରମ କରି ଦିଅନ୍ତୁ । ଏହାକୁ ଆପଣ ସପ୍ତାହରେ ୩ ଥର ରାତିରେ ଶୋଇବାର ଏକ ଘଣ୍ଟା ପୂର୍ବରୁ ନଚେତ୍ ସକାଳେ ସେବନ କରନ୍ତୁ ।

ବାକି ଦିନ ଗୁଡ଼ିକ ପାଇଁ ମୁଠାଏ ଗହମ ନିଅନ୍ତୁ ଓ ୩ ରୁ ୪ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଜାଇ ଦିଅନ୍ତୁ । ତା ପରେ ଏହାକୁ ଏକ କପଡ଼ାରେ ବାନ୍ଧି ରାତି ସାରା ରଖି ଦିଅନ୍ତୁ । ସେଥିରୁ ଗଜା ଅଙ୍କୁରିତ ହେବା ପରେ ଏହାକୁ ବାହାର କରି ନିଅନ୍ତୁ ଓ ଗୋଟେ ଗ୍ଲାସ କ୍ଷୀରରେ ମିଶାଇ ଫୁଟାଇ ଦିଅନ୍ତୁ । ୫ ରୁ ୭ ମିନିଟ୍ ଗରମ କଲା ପରେ ଦେଖିବେ ଏହା କ୍ଷୀରି ପରି ଦେଖାଯିବ ।

ମିଠା ପାଇଁ ଏଥିରେ ମିଶ୍ରି ମିଶାଇ ଦିଅନ୍ତୁ ଓ ଏହାର ସେବନ ସକାଳ ଜଳଖିଆରେ କରନ୍ତୁ । ଏହା ୧୫ ଦିନ କରି ଦେଖନ୍ତୁ ଆପଣଙ୍କ ଶରୀରରେ ଔଷଧ ପରି କାର୍ଯ୍ୟ କରିବ ଓ କାଲସିୟମ୍ ଅଭାବ ଦୂର କରିବା । ଶରୀରକୁ ପୋଷଣ, ପ୍ରୋଟିନ ଓ ଶକ୍ତି ଯୋଗାଇବ । ଏହା ଦ୍ବାରା ଆପଣଙ୍କ ଗୋଇଠି ଦରଜ, ଆଣ୍ଠୁ ଓ ଅଣ୍ଟା ବ୍ୟଥା, ଗଣ୍ଠି ଯନ୍ତ୍ରଣା ଆଦି ଭଲ ହୋଇଯିବ । ଅନ୍ୟ ଏକ ଉପାୟରେ ମଧ୍ୟ ଆପଣ ଏହାର ଉପଚାର କରି ପାରିବେ ।

ଘିଁ କୁଆଁରୀ ଆଣି ସେଥିରୁ ଜେଲି ବାହାର କରି କୌଣସି କଡ଼େଇରେ ପକାଇ ଗରମ କରନ୍ତୁ ଓ ସେଥିରେ ଅଧା ଛୋଟ ଚାମୁଚ ହଳଦୀ ପକାନ୍ତୁ । ଏହାକୁ ଭଲ ଭାବେ ମିଶାଇ ଗରମ କରିବା ପରେ ଥଣ୍ଡା କରି ଦିଅନ୍ତୁ ଓ ଏହି ଲେପକୁ ଗୋଇଠି କିମ୍ବା ଅଣ୍ଟା ବ୍ୟଥା ହେଉଥିଲେ ସେଠାରେ ଲଗାଇ କପଡ଼ା ବାନ୍ଧି ରାତି ସାରା ସେପରି ଛାଡ଼ି ଦିଅନ୍ତୁ । ଏପରି ଅତି କମ୍ ରେ ୩୦ ଦିନ ପର୍ଯ୍ୟନ୍ତ କରନ୍ତୁ । ଏହା ଅତି ପୁରୁଣା ଯନ୍ତ୍ରଣା ମଧ୍ୟ ଠିକ୍ କରି ଦେବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ