ସଲମାନ ଖାନଙ୍କର ହିରୋଇନ ରହି ସାରିଛନ୍ତି ମହେଶ ବାବୁଙ୍କର ସ୍ତ୍ରୀ, ବହୁତ ସୁପରହିଟ ଫିଲ୍ମ କରିବା ପରେ ହୋଇଗଲେ ଗାୟବ

ଏମିତି କୁହାଯାଏ କି ଫିଲ୍ମରେ ଅଭିନେତ୍ରୀଙ୍କର ସଫର ବହୁତ କମ ହୋଇଥାଏ । ବାହାଘର ପରେ ବହୁତ କମ ଅଭିନେତ୍ରୀ ଯେଉଁମାନେ ଫିଲ୍ମରେ କାମ କରି ପାରନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଅଭିନେତ୍ରୀ ନମ୍ରତା ଶିରୋଡକର, ଯିଏକି ସଲମାନ ଖାନ ଏବଂ ସଞ୍ଜୟ ଦତ୍ତଙ୍କ ସହିତ ଫିଲ୍ମରେ କାମ କରିଥିଲେ କିନ୍ତୁ ବାହାଘର ପରେ ସେ ଆଉ ଫିଲ୍ମ କରିଲେ ନାହିଁ ଏବଂ ନିଜର ପରିବାର ଏବଂ ପିଲାମାନଙ୍କୁ ସମ୍ଭାଳିଲେ ।

ନମ୍ରତା ଶିରୋଡକର ୯୦ ଦଶକରେ ବଲୀଉଡରେ କାମ ଆରମ୍ଭ କରିଥିଲେ । ଏହା ପୂର୍ବରୁ ସେ ତାମିଲ ଫିଲ୍ମରେ କାମ କରୁଥିଲେ । ମଡେଲ ଏବଂ ଅଭିନେତ୍ରୀ ନମ୍ରତା ଶିରୋଡକର “କଚ୍ଚେ ଧାଗେ, ବାସ୍ତବ, ପୁକାର ଏବଂ ଜବ ପ୍ୟାର କିସୀ ସେ ହୋତା ହୈ” ଭଳି ସଫଳ ଫିଲ୍ମରେ କାମ କରିଛନ୍ତି । ସଲମାନ ଖାନଙ୍କର ହିରୋଇନ ରହିସାରିଥିବା ମହେଶ ବାବୁଙ୍କର ସ୍ତ୍ରୀ, ବର୍ତ୍ତମାନ ସ୍ଵାମୀଙ୍କର ପ୍ରୋଡକ୍ଶନ ହାଉସରେ କାମ କରୁଛନ୍ତି କିନ୍ତୁ ମହେଶବାବୁ ଏବଂ ନମ୍ରତାଙ୍କର ପ୍ରେମ କାହାଣୀ କୌଣସି ଫିଲ୍ମ କାହାଣୀ ଠାରୁ କମ ନୁହେଁ ।

ସଲମାନ ଖାନଙ୍କର ହିରୋଇନ ରହିସାରିଛନ୍ତି ମହେଶ ବାବୁଙ୍କର ସ୍ତ୍ରୀ

୨୨ ଜାନୁୟାରୀ, ୧୯୭୨ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବା ନମ୍ରତାଙ୍କର ଜେଜେମା ମରାଠୀ ଫିଲ୍ମର ଅଭିନେତ୍ରୀ ଥିଲେ ଏବଂ ନମ୍ରତାଙ୍କର ବଡ ଭଉଣୀ ଶିଲ୍ପା ଶିରୋଡକର ବି ବଲୀଉଡର ପ୍ରସିଦ୍ଧ ଅଭିନେତ୍ରୀ ରହିଛନ୍ତି । ନମ୍ରତା ବର୍ଷ ୨୦୦୫ରେ ସାଉଥର ସୁପରଷ୍ଟାର ମହେଶ ବାବୁ ସହିତ ବିବାହ କରିଥିଲେ ଏବଂ ତାଙ୍କୁ ଦୁଇଟି ପିଲା ଗୌତମ କୃଷ୍ଣା ଗଟ୍ଟାମନୈନୀ ଏବଂ ସୀତାରା ଅଟେ ।

ବର୍ଷ ୧୯୯୩ରେ ନମ୍ରତା ଫେମିନା ମିସ ଇଣ୍ଡିଆର ଟାଇଟେଲ ଜିତିଲେ । ଏବଂ ଏହା ପରେ ତାଙ୍କୁ ସଲମାନ ଏବଂ ଟ୍ୱିଂକଲଙ୍କ ଅଭିନୀତ ଫିଲ୍ମରେ କାମ କରିବା ପାଇଁ ସୁଯୋଗ ମିଳିଲା । ଫିଲ୍ମ ଅଧିକ ସଫଳ ହୋଇ ପାରିଲା ନାହିଁ ତଥାପି ତାଙ୍କର ସୁନ୍ଦରତା ଯୋଗୁ ତାଙ୍କ ପାଖରେ ଫିଲ୍ମର ଅଫର ଆସିବାକୁ ଲାଗିଲା । ନମ୍ରତା ପ୍ରଥମ ତେଲୁଗୁ ଫିଲ୍ମ ଅଭିନେତା ମେହଶ ବାବୁଙ୍କ ସହ କରିଥିଲେ ।

ସେହି ସମୟରୁ ହିଁ ଦୁଇଜଣଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇ ଯାଇଥିଲା । ନମ୍ରତା ମହେଶ ବାବୁଙ୍କ ଠାରୁ ୪ ବର୍ଷର ବଡ ଅଟନ୍ତି ।

ନିଜ ପ୍ରେମ କଥାକୁ ସେମାନେ କାହାକୁ ଜଣାଇ ନଥିଲେ । ନମ୍ରତା କେବଳ ନିଜ ଭଉଣୀ ଶିଲ୍ପାଙ୍କୁ ଏହି କଥା ବିଷୟରେ କହିଥିଲେ । ନମ୍ରତା ଏବଂ ମହେଶ ନିଜର ଭଲପାଇବାକୁ ୪ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ଲୁଚାଇ ଥିଲେ ଏବଂ ୧୦ ଫେବ୍ରୁୟାରୀ ୨୦୦୫ରେ ମହେଶଙ୍କ ସହିତ ବିବାହ କରିଥିଲେ । ବାହାଘର ପରେ ନମ୍ରତା ଫିଲ୍ମ ଦୁନିଆରୁ ଦୂରେଇ ଗଲେ ଏବଂ ନିଜ ଘର ପରିବାରକୁ ସମ୍ଭାଳିଲେ । କିନ୍ତୁ ସେ ବର୍ତ୍ତମାନ ନିଜର କିଛି ଫଟୋ ଇଂସ୍ଟାଗ୍ରାମରେ ଶେୟାର କରୁଛନ୍ତି ।

ଏହି ପୋଷ୍ଟଟି ଭଲ ଲାଗିଲେ ଶେୟାର କରିବେ ଓ ପେଜକୁ ଲାଇକ ମଧ୍ୟ କରନ୍ତୁ, ଧନ୍ୟବାଦ ।