ଯେବେ ଇନ୍ଦିରା ଗନ୍ଧିଙ୍କୁ ବିରୋଧ କାରିବା ପାଇଁ ଅଟଳ ବିହାରୀ ବାଜପେଇ ବଳଦ ଗାଡିରେ ସଂସଦ ପହଞ୍ଚିଲେ, ଜାଣନ୍ତୁ ପୁଣି କଣ ହେଲା…

ପୂର୍ବ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେଇଙ୍କ ବିଷୟରେ କାହାକୁ କିଛି କହିବାର ଆବଶ୍ୟକତା ନାହିଁ । ତାଙ୍କର ରାଜନୈତିକ ଜୀବନଠୁ ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ଯାତ୍ରା ବହୁତ ସୁନ୍ଦର ଥିଲା। ସେ ଏମିତିକା ନେତା ଥିଲେ ଯେବେ ସେ ଆସେମ୍ବଲିରେ କିଛି କହୁଥିଲେ ବିପକ୍ଷ ଦଳର ନେତା ମଧ୍ୟ ଧ୍ୟାନ ଦେଇ ଶୁଣୁଥିଲେ । ବିପକ୍ଷରେ ରହି ମଧ୍ୟ ସେ ବହୁତ ଥର ସରକାରକୁ ଅସୁବିଧାରେ ପକାଇଥିଲେ । ଏସବୁ ପରେ ମଧ୍ୟ ବିପକ୍ଷ ତାଙ୍କୁ ବହୁତ ସମ୍ମାନ ଦେଉଥିଲେ । ତାଙ୍କ ଜୀବନରେ ବହୁତ କିଛି କଥା ଅଛି, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ଇନ୍ଦିରା ଗାନ୍ଧୀ ସରକାରକୁ କରିବାକୁ ପଡିଥିଲା ତାଙ୍କ ରାଗର ସାମ୍ନା

ସୂଚନା ଅନୁସାରେ ଅଟଳ ବିହାରୀ ବାଜପେଇ ପେଟ୍ରୋଲ ଡିଜେଲ ର ଦାମର ବୃଦ୍ଧି ହେତୁ ସରକାରଙ୍କୁ ବିରୋଧ କରିବା ପାଇଁ ବଳଦ ଗାଡିରେ ସଂସଦ ପହଞ୍ଚି ଥିଲେ । ତାଙ୍କର ଏହି ବିରୋଦ୍ଧର ପ୍ରକ୍ରିୟାକୁ ଦେଶର ଜନତା ବହୁତ ପସନ୍ଦ କରିଥିଲେ । ନ୍ୟୁୟୋର୍କ ଟାଇମସ ର ୧୨ ନଭେମ୍ବର ୧୯୭୩ ରେ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁସାରେ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ସଂସଦରେ ବିରୋଧୀ ଦଳର ରାଗର ସାମ୍ନା କରିବାକୁ ପଡିଥିଲା ।

ବିବିସି ର ଗୋଟିଏ ରିପୋର୍ଟ ଅନୁସାରେ ସେହି ଦିନ ସଂସଦରେ ୬ ସପ୍ତାହ ପର୍ଯ୍ୟନ୍ତ ଚାଲୁଥିବା ଶୀତକାଳୀନ ଅଧିବେଶନର ଆରମ୍ଭ କରା ଯାଇଥିଲା ।

ଘୋଡା ଗାଡିରେ ବୁଲି ଦେଉଥିଲେ ପେଟ୍ରୋଲ ଡିଜେଲ ବଞ୍ଚାଇବାର ସନ୍ଦେଶ

ପେଟ୍ରୋଲ ଡିଜେଲ ଦାମ ବଢିବାକୁ ନେଇ ସେହି ସମୟରେ ଇନ୍ଦିରା ଗାନ୍ଧୀଙ୍କ ସାମ୍ନାରେ ବିପକ୍ଷ ଦଳ ଏକ ବଡ ସଙ୍କଟ ସୃଷ୍ଟି କରିଥିଲେ । ଲେଫ୍ଟ ଓ ଅନ୍ୟ ବିପକ୍ଷ ଦଳ ଇନ୍ଦିରା ଗାନ୍ଧିଙ୍କ ଠାରୁ ଇସ୍ତଫା ମାଗିଥିଲେ । ସେହି ସମୟରେ ବିଜେପି ର କୌଣସି ଅସ୍ତିତ୍ଵ ନଥିଲା । ବିଜେପିକୁ ଜନସଂଘ ନାମରେ ଜଣା ଯାଉଥିଲା । ଜନସଂଘର ନେତା ଅଟଳ ବିହାରୀ ବାଜପେଇ ଓ ଅନ୍ୟ ଦୁଇଟି ସଦସ୍ୟ ବଳଦ ଗାଡିରେ ସଂସଦ ପହଞ୍ଚିଥିଲେ । ଏହା ବ୍ୟତୀତ ଅନ୍ୟ କିଛି ଲୋକ ବିରୋଧ ପଦର୍ଶନ କରିବା ପାଇଁ ସାଇକେଲ ରେ ସଂସଦ ପହଞ୍ଚି ଥିଲେ ।

ଆଉ କିଛି ପେଟ୍ରୋଲ ଡିଜେଲ ର ଅଭାବ କାରଣରୁ ଇନ୍ଦିରା ଗାନ୍ଧୀ ଙ୍କୁ ଘୋଡା ଗାଡିରେ ଆସିବା ପାଇଁ କହିଥିଲେ । ସେହି ସମୟରେ ଇନ୍ଦିରା ଗାନ୍ଧି ଲୋକଙ୍କୁ ପେଟ୍ରୋଲ ଡିଜେଲ ବଞ୍ଚାଇବାର ସନ୍ଦେଶ ଦେବା ପାଇଁ ଘୋଡା ଗାଡିରେ ଯାତ୍ରା କରିଥିଲେ ।

ତେଲ ସଙ୍କଟ ସମୟରେ ତେଲ ପଠାଉଥିବା ଦେଶମାନେ ଭାରତକୁ କଞ୍ଚା ତେଲ ପଠାଇବା କମ କରି ଦେଇଥିଲେ । ସେହି ସମୟରେ ଇନ୍ଦିରା ଗାନ୍ଧୀ ସରକାର ତେଲର ଦାମ ରେ ହାରାହାରି ୮୦ % ବୃଦ୍ଧି କରି ଦେଇଥିଲେ । ଏହି କାରଣରୁ ଇନ୍ଦିରା ଗାନ୍ଧି ସରକାର ସମସ୍ତଙ୍କର ରାଗର ସାମ୍ନା କରିଥିଲେ ।