ଓଡିଆ ଗାୟିକା Diptirekha ଙ୍କ ସ୍ଵର ଶୁଣିବ ପୁରା ଭାରତ, ମିଳିଲା ଏହି ବଡ ମଉକା, ପ୍ରତ୍ଯେକ ଓଡିଆଙ୍କ ପାଇଁ ଗର୍ବର ମୂହୁର୍ତ୍ତ, ଦେଖନ୍ତୁ video

ସାରା ଦେଶ ଶୁଣିଲା ଓଡିଶାର ଜଣାଶୁଣା ଗାୟିକା ଦୀପ୍ତିରେଖାଙ୍କ ସ୍ଵର । ଦୀପ୍ତି ଭୋଟରଙ୍କ ପାଇଁ ଏକ ଗୀତ ଗାଇଛନ୍ତି । ଜାତୀୟ ଭୋଟର ଦିବସ ଉପଲକ୍ଷେ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଦେଶର ସମସ୍ତ ଭୋଟରଙ୍କ ପାଇଁ ଏକ ନିର୍ବାଚନ ସଙ୍ଗୀତ ସମର୍ପିତ କରାଯାଇଛି । ଏହି ଗୀତର ଶୀର୍ଷକ ରହିଛି, “ମୁଁ ଭାରତ ଆମେ ଭାରତର ମତଦାତା” । ଏହି ଗୀତଟିକୁ ମୋର 12ଟି ଭାଷାରେ ପରିବେଷଣ କରା ଯାଇଥିବା ବେଳେ ସୁପରିଚିତ ଫିଲ୍ମ ନିର୍ମାତା ସୁବାଷ ଘାଇଙ୍କ ଟିମ୍ ‘ସୁବାଷ ଘାଇ ଫାଉଣ୍ଡେସନ’ ଏହି ଗୀତଟିକୁ ପ୍ରସ୍ତୁତ କରିଛନ୍ତି ।

ଏହି ସ୍ପେଶିଆଲ ଗୀତଟି ଭାରତର ସମସ୍ତ ଭୋଟର ମାନଙ୍କୁ ଉତ୍ସର୍ଗ କରାଯାଇଛି । ଏହି ଗୀତରେ ଦୀପ୍ତିରେଖା କଣ୍ଠଦାନ କରିଥିବା ବେଳେ ତାଙ୍କ ସମେତ ଆହୁରି 18 ଜଣ ସେଲିବ୍ରିଟି ଗାୟକ ଏବଂ ଗାୟିକା ମାନେ ମଧ୍ୟ ଏହି ଗୀତରେ କଣ୍ଠଦାନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ମଧ୍ୟ ଉପସ୍ଥିତ ରହିଥିଲେ । ଏଠାରେ ଦୀପ୍ତିଙ୍କ ସମେତ ଆନୟ ସମସ୍ତ କଳାକାରଙ୍କୁ ସମ୍ବର୍ଦ୍ଧନା କରା ଯାଇଥିଲା ।

କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ, ଲୋକପ୍ରିୟ ଗାୟକ ସୋନୁ ନିଗମ୍, ପଦ୍ମଶ୍ରୀ କେ.ଏସ ଚିତ୍ରା, ଅଭିନେତା ପଙ୍କଜ ତ୍ରିପାଠୀ ଏବଂ ଅନ୍ୟ ଲୋକପ୍ରିୟ କଳାକାରମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଦୀପ୍ତି ପଦ୍ମଶ୍ରୀ ଚିତ୍ରା ଓ ସୁବାଷ ଘାଇଙ୍କ ସହ ନଜର ଆସୁଛନ୍ତି ।

ସେହିପରି ଗାୟକ ସୋନୁ ନିଗମଙ୍କ ପାଖରେ ମଧ୍ୟ ଦୀପ୍ତି ବସିଥିବା ଦେଖିବାକୁ ମିଳିଛି । ଏହାସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଦୀପ୍ତି ଦେଖା କରିଥିଲେ । ତେବେ ସବୁଠୁ ଖୁସିର କଥା ହେଉଛି ଆମ ଓଡିଆ ଗାୟିକା ଦୀପ୍ତିଙ୍କ ସ୍ଵର ଏବେ ସାରା ଭାରତ ଶୁଣିବାକୁ ଯାଉଛି । ଏହା ପ୍ରତ୍ଯେକ ଓଡିଆଙ୍କ ପାଇଁ ନିହାତି ଭାବେ ଏକ ଗର୍ବର ବିଷୟ ।

ଏହି ଗୀତର କିଛି ଅଂଶ ମଧ୍ୟ ଶୁଣିବାକୁ ମିଳୁଛି ଯାହା ସମସ୍ତଙ୍କୁ ମନକୁ ବେଶ ଛୁଇଁ ପାରିଛି । ଦୀପ୍ତିରେଖାଙ୍କ କଣ୍ଠରେ ଏହି ଗୀତଟି ବେଶ ଭଲ ଲାଗୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।