ପାଟି ବାଟେ ଫୁଙ୍କି ନବଜାତ ଶିଶୁକୁ ଦେଲେ ନବଜୀବନ, ଡାକ୍ତର କେବଳ 7 ମିନିଟରେ ମୃତ୍ୟୁ ମୁଖରୁ ଫେରାଇ ଆଣିଲେ ଶିଶୁଟିର ଜୀବନ, ଦେଖନ୍ତୁ ଦୃଶ୍ୟ

ଡାକ୍ତରଙ୍କୁ ଦ୍ଵିତୀୟ ଭଗବାନ ବୋଲି କୁହାଯାଏ ଯିଏ ଆମ ଜୀବନ ବଞ୍ଚାଇଥାନ୍ତି । ତେବେ ଉତ୍ତର ପ୍ରଦେଶ ଆଗ୍ରାରେ ଏମିତି ଜଣେ ଡାକ୍ତରଙ୍କୁ ଦେଖିବାକୁ ମିଳିଛି ଯିଏ ସତରେ ଗୋଟିଏ ନବଜାତ ଶିଶୁ ପାଇଁ ଭଗବାନ ସାଜିଛନ୍ତି । ଏହି ଡାକ୍ତର ସୁରେଖାଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଛି । କାରଣ ଡାକ୍ତର ସୁରେଖା 7 ମିନିଟରେ ଗୋଟିଏ ନବଜାତ ଶିଶୁକୁ ମରଣ ମୁଖରୁ ଫେରାଇ ଆଣିଛନ୍ତି । 7 ମିନିଟ ପର୍ଯ୍ୟନ୍ତ ଶିଶୁର ପାଟିରେ ପବନ ଦେଇ ତା’ ଜୀବନ ବଞ୍ଚାଇ ଦେଉଛନ୍ତି ମହିଳା ଡାକ୍ତରଜଣକ ।

ତାଙ୍କର ଲଗାତାର ଉଦ୍ୟମ ଓ ସେବା ମନୋଭାବରୁ ଶିଶୁଟିର ଜୀବନ ବଞ୍ଚିଯାଇଛି । ଆଉ ଏବେ ନବ ଜୀବନ ପାଇ ନବଜାତ ସହ ତା’ର ପରିବାର ମଧ୍ୟ ହସୁଛି । ଏହା ହେଉଛି ଉତ୍ତର ପ୍ରଦେଶର ଆଗ୍ରାସ୍ଥିତ ଇମାଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଘଟଣା । ସେଠାରେ ଖୁସବୁ ନାମକ ଜଣେ ମହିଳା ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ । ହେଲେ ନବଜାତ ପରେ ଶିଶୁଟିକୁ ନିଃଶ୍ଵାସ ନେବାରେ ସମସ୍ଯା ଦେଖା ଦେଉଥିଲା । ଡାକ୍ତର ସୁରେଖା ଶିଶୁଟିକୁ ଅକ୍ସିଜେନ ଦେଇଥିଲେ ମଧ୍ୟ ତା’ର ସ୍ଵାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଦେଖା ଦେଇ ନଥିଲା ।

ତେବେ ନବଜାତ ଶିଶୁକୁ ଗୁରୁତର ହେଉଥିବା ଦେଖି ଡାକ୍ତର ସୁରେଖା ଶେଷରେ ତା’ ମୁହଁରୁ ଅକ୍ସିଜେନ ମାସ୍କ ହଟାଇ ଦେଇଥିଲେ । ଏହାପରେ ସେ ନିଜ ପାଟିକୁ ନବଜାତର ପାଟିରେ ଲଗାଇ ପବନ ଛାଡିଥିଲେ ଓ ତା’ ପିଠିକୁ ଘଷିବାରେ ଲାଗିଲେ । ଡାକ୍ତରଜଣକ ଏଭଳି କରିବା ଦେଖି ତାଙ୍କ ଆଖପାଖରେ ଥିବା ଲୋକେ ଏକଦମ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ଶେଷରେ ସଫଳ ହୋଇଥିଲା ଡାକ୍ତର ସୁରେଖାଙ୍କ ଉଦ୍ୟମ । 7 ମିନିଟ ଧରି ନବଜାତ ଶିଶୁକୁ ପାଟି ବାଟେ ଫୁଙ୍କି ପବନ ଦେବା ପରେ ତା’ର ଜୀବନ ଫେରିଥିଲା । ତେବେ ସେହି ସମୟର ଏକ 50 ସେକେଣ୍ଡର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଡାକ୍ତର ସୁରେଖାଙ୍କ କହିବାନୁଯାୟୀ ପ୍ରାଥମିକ ପର୍ଯ୍ୟାୟରେ ପ୍ରଥମେ ନାର୍ସ ଶିଶୁଟିର ଚିକିତ୍ସା କରିଥିଲେ । ହେଲେ ମଧ୍ୟ ତା’ର ସ୍ଵାସ୍ଥ୍ୟରେ ସୁଧାର ଆସୁ ନଥିଲା ।

ତେଣୁ ଡାକ୍ତର ନିଜେ ପାଟି ମାଧ୍ୟମରେ 7 ମିନିଟ ଧରି ଶିଶୁଟିକୁ ପବନ ଦେଇଥିଲେ ଯାହାଫଳରେ ଶିଶୁଟି ନିଜେ ନିଃଶ୍ଵାସ ନେବାରେ ସଫଳ ହୋଇପାରିଛି । ଏହିପରି ଭାବେ ଜଣେ ଡାକ୍ତରଙ୍କ ଆଗରେ ହାରିଗଲା ମୃତ୍ୟୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।