ଆଜିର ଅନୁଚିନ୍ତା- ସନ୍ଧ୍ୟା ବେଳେ କବାଟ ବନ୍ଦ ରଖିଲେ କେଉଁ ସମସ୍ଯା ଦେଖା ଦିଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

ବନ୍ଧୁଗଣ କିଛି ଏପରି ନୀତି ନିୟମ ବିଷୟରେ ଆମର ଧର୍ମ ଶାସ୍ତ୍ର ପୁରାଣ ମାନଙ୍କରେ ବର୍ଣ୍ଣନା ହୋଇ ରହିଅଛି ଯାହା ଯଦି ଆପଣ ପାଳନ କରନ୍ତି, ତେବେ ଏହା ଦ୍ବାରା ଆପଣଙ୍କର ଜୀବନ ସୁଖ ଶାନ୍ତି ଓ ସୌନ୍ଦର୍ଜ୍ୟମୟ ହୋଇଯିବ । ଏପରି କିଛି ଅନୁଚିନ୍ତା ଗୁଡିକ ଆଜି ଆମେ ପୁଣି ଥରେ ଆପଣଙ୍କ ପାଇଁ ନେଇ ଆସିଛୁ ଯାହା ଜାଣି ଆପଣ କାମ କଲେ ଆପଣଙ୍କର ସମସ୍ତ ମନୋସ୍କାମନା ପୂରଣ ହେବ । ଆସନ୍ତୁ ଜାଣିବା କିଛି ଏପରି ଅନୁଚିନ୍ତା ବିଷୟରେ ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଠାକୁର ପୂଜା କରିବା ସମୟରେ ଦୀପରେ ଦୁଇଟି ଲବଙ୍ଗ ପକାଇ ଜଳାଇଲେ ଘରେ ଖରାପ ଶକ୍ତିର ଅବସ ରୁହେ ନାହି । ଯଦି ଘରର କେହି ବ୍ୟକ୍ତି ବାରମ୍ବାର ରୋଗାଗ୍ରସ୍ତ ହେଉଥାନ୍ତି ତେବେ ୭ଟି ଲବଙ୍ଗ ଜଳାଇ ୪ ଦିନକୁ ଥରେ ଘରର କୌଣସି ଜାଗାରେ ରଖିବା ଦ୍ଵାରା ଏହା ଦୂର ହୋଇଥାଏ । ବ୍ୟକ୍ତି ଅଧିକ ପରିଶ୍ରମ ପରେ ବି ଆର୍ଥିକ ସମସ୍ୟା ହେଉଥାଏ ତେବେ ୭ଟି ଲବଙ୍ଗ ଓ ଗୋଲମରୀଚକୁ ମୁଣ୍ଡ ଚାରିପଟେ ୭ଥର ବୁଲାଇ ନିର୍ଜନ ସ୍ଥାନରେ ଚାରିଦଗକୁ ପକାଇବା ଦ୍ଵାରା ସ୍ଥିତିରେ ସୁଧାର ଆସିଥାଏ ।

କୌଣସି କାମରେ ବାରମ୍ବାର ବାଧା ଆସୁଥାଏ ତେବେ ପାନ ପତ୍ରରେ ଗୁଜୁରାତି, ଲବଙ୍ଗ ଓ ଗୁଆକୁ ଏକତ୍ର କରି ଭଗବାନ ଗଣେଶଙ୍କୁ ଅର୍ପଣ କରିଲେ କାର୍ଯ୍ୟ ସଫଳ ହୋଇଥାଏ । ଘରେ କେବେବି ସୁଖୀ ଯାଇଥିବା ଗଛ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ବିପଦ ଆସିବାର ସମ୍ଭାବନା ରହିଥାଏ । ଘରେ କେବେବି କଣ୍ଟା ଜାତୀୟ ଗଛ ରଖିବା ଅନୁଚିତ । ଏହା ଦ୍ଵାରା ପରିବାରର ସଦସ୍ୟଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଘରେ ଭଙ୍ଗା ଠାକୁରଙ୍କ ମୂର୍ତ୍ତି ବା ଫୋଟୋ ରଖିବା ଦ୍ଵାରା ଅଯଥା ଖର୍ଚ୍ଚ ହେବା ସହ ଧନ ସଞ୍ଚୟ ହୋଇପାରେ ନାହି ।

ଘରର କାନ୍ଥରେ ଫାଟ ସୃଷ୍ଟି ହେଲେ ପରିବାର ମଧ୍ୟରେ କଳହ ସୃଷ୍ଟି ହୋଇଥାଏ । ଘରର ଉତ୍ତର ଦିଗରେ ରୋଷେଇ ଘରେ କରିବା ଅଶୁଭ ହୋଇଥାଏ । ସନ୍ଧ୍ୟା ସମୟରେ ଘରର ମୁଖ୍ୟ କବାଟ ବନ୍ଦ ରଖିବା ଅନୁଚିତ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ ଆଗମନ ହୋଇପାରେ ନାହି ଓ ଆର୍ଥିକ ସାମସ୍ୟା ଦେଖାଯାଏ । ସନ୍ଧ୍ୟା ସମୟରେ କାହାକୁ ରସୁଣ, ପିଆଜ, ଲୁଣ ଦେବା ଉଚିତ ନୁହେଁ । ଏହା ସହ କାହାକୁ ଟଙ୍କା ଧାର ନେବା ବା ଦେବା  ଉଚିତ ନୁହେଁ । ଏହା ଦ୍ଵାରା ଟଙ୍କା ଫେରି ପାଇବା ସମ୍ଭାବନା କମ ହୋଇଥାଏ ।

ସନ୍ଧ୍ୟା ସମୟରେ ଶୋଇବା ଦ୍ଵାରା ଆର୍ଥିକ ସ୍ଥିତି ସୁଦୃଢହୋଇଥାଏ । ଘରର ମୁଖ୍ୟ ଦ୍ଵାରାରେ ଅଳିଆ ଆବର୍ଜନା ରଖିଲେ ଦରିଦ୍ରତା ଦେଖାଯାଏ । ଖଟ ଉପରେ ଖାଇଲେ ସୁଖ ସମୃଦ୍ଧି ପ୍ରାପ୍ତ ହେବାରେ ଅସୁବିଧା ହୋଇଥାଏ । ଘରର ସ୍ନାନ ଘରେ ଖାଲି ବାଲଟି ରଖିବା ଉଚିତ ନୁହେଁ । ଘରର ବୈଠକ ଘରେ ବସିବା ଜାଗାର ପଛପଟେ ପର୍ବତର ଚିତ୍ର ଲଗାଇଲେ ଶୁଭ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।