ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର ସହ ଜଙ୍ଗଲ ଭିତରେ ପଲିଥିନରୁ ସନ୍ଧାନୀ କୁକୁରକୁ ମିଳିଲା Shraddha Walker ଙ୍କ କଟା ମୁଣ୍ଡ, ଦେଖିଲେ ହୋସ୍ ଉଡିଯିବ…

ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ସାମ୍ନାକୁ ଆସିଲା ନୂଆ ଟ୍ଵିଷ୍ଟ । ପୋଲିସ ହାତରେ ଲାଗିଲା ମୃତ ଶ୍ରଦ୍ଧାଙ୍କର କଟା ମୁଣ୍ଡ । ଦିଲ୍ଲୀ ମେହରୋଲି ଜଙ୍ଗଲରେ ପୋଲିସ ଶ୍ରଦ୍ଧାଙ୍କ ମରଶରୀର ଖୋଜାଖୋଜି ଜାରି ରଖିଥିବା ବେଳେ ସନ୍ଧାନୀ କୁକୁର ଖୋଜି ବାହାର କରିଛି ଶ୍ରଦ୍ଧାଙ୍କ କଟା ମୁଣ୍ଡ । ଦିଲ୍ଲୀର ଛାତିରେ ଘଟିଥିବା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଏବେ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି । ପୁରା ଦେଶରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି ।

ଦିନ ଗଡିବା ସହ ଏହି ମାମଲାର ଗୋଟିଏ ପରେ ଗୋଟିଏ ରହସ୍ୟ ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଜଙ୍ଗଲରୁ ପୋଲିସ ଖୋଜୁଥିବା ଶ୍ରଦ୍ଧାଙ୍କ କଟା ମୁଣ୍ଡ ପାଇଛି । ଅଭିଯୁକ୍ତ ଅଫତାବ ପୁନାୱ୍ବାଲା ପୂର୍ବରୁ ଗୁରୁଗ୍ରାମର DLF ଫେଜ୍-2 ରେ ଥିବା ଏକ ଘରୋଇ IT କମ୍ପାନୀରେ ଚାକିରି କରିଥିଲା । ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ସେଠାରେ ଥିବା ଏକ ଜଙ୍ଗଲରେ ତାଙ୍କ ଶରୀର ଖଣ୍ଡଗୁଡିକୁ ନେଇ ପକାଇଥିବା ଜେରା ବେଳେ ପୋଲିସକୁ କହିଛି ।

ପୋଲିସ ଏହି ଜଙ୍ଗଲରେ ସନ୍ଧାନୀ କୁକୁର ନେଇ ତଦନ୍ତ କରିବା ବେଳେ ଏକ ଜରି ପ୍ଯାକେଟ ପାଇଥିଲା । ଯାହା ଭିତରୁ ଏକ କଟା ମୁଣ୍ଡ ମିଳିଛି, ଯାହା ଶ୍ରଦ୍ଧା ୱାକରଙ୍କର ବୋଲି ସନ୍ଦେହ କରୁଛି ପୋଲିସ । ମୁଣ୍ଡଟି ସଂପୂର୍ଣ୍ଣ ପଚି ଯାଇ ଥିବାରୁ DNA ଟେଷ୍ଟ ପରେ ହିଁ ତାହା ଶ୍ରଦ୍ଧାଙ୍କର କି ନୁହେଁ ତାହା ଜଣାପଡିବ । ସେଥିପାଇଁ ମିଳିଥିବା କଟା ମୁଣ୍ଡକୁ ଫରେନସିକ ଲ୍ୟାବକୁ ପଠେଇଛି ପୋଲିସ ।

ଦିଲ୍ଲୀ ପୋଲିସର ଏକ ଟିମ୍ ସେଟାକୁ ଯାଇ ଉକ୍ତ IT କମ୍ପାନୀର ସହକର୍ମୀଙ୍କୁ ପଚରାଉଚରା କରୁଛି । ଅନ୍ୟପଟେ ଅଫତାବର ନୂଆ ଦିଲ୍ଲୀ ଫ୍ଲାଟରେ ଥିବା ଏକ କଳା ପଲିଥିନରୁ ଧାରୁଆ ଅସ୍ତ୍ର ଜବତ କରିଛି ଦିଲ୍ଲୀ ପୋଲିସ । ସେହି ଅସ୍ତ୍ରରେ ଅଫତାବ ଶ୍ରଦ୍ଧାଙ୍କୁ ଖଣ୍ଡ ଖଣ୍ଡ କରି କାଟିଥିବା ଅନୁମାନ କରୁଛି ପୋଲିସ । ଲିଭ-ଇନ ରେ ରହୁଥିବା ଶ୍ରଦ୍ଧା ଓ ୱାକର ଓ ଅଫତାବ ଆମିନ ପୁନାୱାଲାଙ୍କ ମଧ୍ୟରେ ଝଗଡା ଏଭଳି ଜଘନ୍ୟ ହତ୍ୟାକାଣ୍ଡର ରୂପ ନେଇଥିଲା ।

ଶ୍ରଦ୍ଧା ଅଫତାବଙ୍କୁ ବାହା ହେବା ପାଇଁ କହୁଥିବାରୁ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଥିଲା । କିନ୍ତୁ ଅଫତାବ ଆହୁରି କେତେକ ଯୁବତୀଙ୍କ ସହ ସମ୍ପର୍କ ଗଢୁଥିବାରୁ ଶ୍ରଦ୍ଧାଙ୍କ କଥା ମାନୁ ନଥିଲେ । ତେବେ ଦେଖାଯାଉ ନୃଶଂସ ପ୍ରେମିକ ଅଫତାବକୁ ତା’ କୁକର୍ମ ପାଇଁ ଆଇନ କେଉଁ ଦଣ୍ଡ ଦେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।