ସୁପରଷ୍ଟାର Babushan ଙ୍କୁ ମିଳିଲା ହିନ୍ଦୀ ଗୀତ ଅଫର୍, ସାମନାକୁ ଆସିଲା ରେକଡିଂ ସମୟରେ ଭିଜୁଆଲ, ଦେଖନ୍ତୁ video

ଓଲିଉଡ ସୁପରଷ୍ଟାର ବାବୁଶାନ ମହାନ୍ତିଙ୍କ ନୂଆ ରିଲିଜ ଫିଲ୍ମ “ଦମନ” ର ସଫଳତା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ଗର୍ବ ଓ ଗୌରବ ଆଣି ଦେଇଛି । ଆଉ ଏବେ ଓଡିଆ ସିନେମା ଇତିହାସରେ ଯୋଡି ହେବାକୁ ଯାଉଛି ଆଉ ଏକ ନୂଆ ଫର୍ଦ୍ଦ । ବାବୁଶାନ ଗାଇଥିବା ଅନେକ ଓଡିଆ ଗୀତ ଆପଣ ଶୁଣିଥିବେ । ଆଉ ଏବେ ପ୍ରଥମ ଥର ପାଇଁ ବାବୁଶାନ ହିନ୍ଦୀ ଗୀତ ଡବିଙ୍ଗ କରୁଛନ୍ତି । ଦମନ ଫିଲ୍ମକୁ ଆଶା ଠାରୁ ଅଧିକ ଭଲ ପାଇବା ମିଳିବା ସହ ଦେଶ ବିଦେଶରେ ଫିଲ୍ମକୁ ନେଇ ପ୍ରଶଂସା ଚାଲିଛି ।

ଦର୍ଶକଙ୍କ ଡିମାଣ୍ଡ ପରେ ଦମନ ଫିଲ୍ମ ନିର୍ମାତା ଫିଲ୍ମଟିକୁ ହିନ୍ଦୀରେ ଡବିଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯାହାପରେ ଅଭିନେତା ବାବୁଶାନ ମହାନ୍ତି ତାଙ୍କ ସ୍ତ୍ରୀ ତୃପ୍ତିଙ୍କୁ ନେଇ ମୁମ୍ବାଇ ଯାଇଥିଲେ । ସେଠାରେ ଦମନ ଫିଲ୍ମର ହିନ୍ଦୀ ଡବିଙ୍ଗ କରିଛନ୍ତି ବାବୁଶାନ । ତେବେ ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି କି, ବାବୁଶାନ ନିଜେ ହିଁ ଏହି ଦମନ ଫିଲ୍ମର ହିନ୍ଦୀ ଡବିଙ୍ଗ ଗୀତଟିକୁ ଗାଇବେ । ଯାହାର କିଛି ଝଲକ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଏହି ଝଲକ ଦେଖିବା ପରେ ଦମନ ସିନେମା ପ୍ରତି ଦର୍ଶକଙ୍କର କ୍ରେଜ ଆହୁରି ବଢିବାରେ ଲାଗିଛି । ବାବୁଶାନ କେବଳ ଅଭିନୟ ଜରିଆରେ ଦର୍ଶକଙ୍କୁ ବାନ୍ଧି ରଖି ନାହାନ୍ତି ବରଂ ସେ ନିଜ ଫିଲ୍ମ ଗୁଡିକରେ ଅନେକ ସୁପରହିଟ୍ ଗୀତ ମଧ୍ୟ ପ୍ରଶଂସକଙ୍କୁ ଭେଟି ଦିଅନ୍ତି । ଆଉ ବାବୁଶାନ ପ୍ରଥମ ଥର ହିନ୍ଦୀ ଗାଇବାକୁ ଯାଉଥିବା ବେଳେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଏହାକୁ ନେଇ ବେଶ ଉତ୍କଣ୍ଠା ଦେଖା ଦେଇଛି ।

ସେଥିପାଇଁ ନିକଟରେ ପତ୍ନୀ ତୃପ୍ତି ଶତପଥୀ ଓ କିଛି ନିକଟ ବନ୍ଧୁଙ୍କୁ ନେଇ ମୁମ୍ବାଇ ଯାଇଥିଲେ ବାବୁଶାନ । ସେଠାରେ ସେ ଫିଲ୍ମ ଡବିଙ୍ଗ କରିବା ସହ ହିନ୍ଦୀ ଗୀତଟିକୁ ମଧ୍ୟ ଡବିଙ୍ଗ କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି । ଆଉ ବାବୁଶାନଙ୍କ ହିନ୍ଦୀ ଗୀତ ଗାଇବା ବେଳର ସେହି ଝଲକ ସମସ୍ତଙ୍କ ମନରେ ଖୁସି ଆଣି ଦେଇଛି ।

ଫିଲ୍ମ ପ୍ରଯୋଜନ ସଂସ୍ଥା ଓଡିଆ ଚଳଚ୍ଚିତ୍ର ଦମନ କୁ ହିନ୍ଦୀରେ ରିଲିଜ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଡବିଙ୍ଗ ପାଇଆନ ମୁମ୍ବାଇ ଯିବାବେଳେ ବାବୁଶାନ ବେଶ ଖୁସି ଜଣା ପଡୁଥିଲେ । ତେବେ ବାବୁଶାନଙ୍କ ହିନ୍ଦୀ ଗୀତ ଶୁଣିବା ପାଇଁ ଆପଣ କେତେ ଆଗ୍ରହୀ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।