ଗତ ଦୁଇ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ଓଡିଶାରେ ରାଜ୍ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କାରଣରୁ ସମୟର ସମୟରେ ଚର୍ଚ୍ଚାରେ ରହି ଆସନ୍ତି । ସର୍ବୋତ୍ତମ ମୁଖ୍ୟମନ୍ତ୍ରୀ ଆଖ୍ୟା ପାଇଥିବା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମୋଟ ସମ୍ପତ୍ତିକୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ଦୁଇ ବର୍ଷ ପରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ସାର୍ବଜନୀନ ହୋଇଛି । ତେବେ ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହରିୟାନାରେ ଥିବା ନିଜ ଫାର୍ମ ହାଉସ ବିକ୍ରି କରିଥିବା ଜଣାପଡିଛି ।
ଏବେବି ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସର୍ବାଧିକ ଧନୀ ଭାବେ ନିଜର ସ୍ଥାନ ବଜାୟ ରଖିଛନ୍ତି ଶ୍ରୀ ନବୀନ ପଟ୍ଟନାୟକ । ୩୧ ଡିସେମ୍ବର ୨୦୨୧ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତି ୬୪ କୋଟି ୮୭ ଲକ୍ଷ ଟଙ୍କା ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକାରୁ ସ୍ପଷ୍ଟ ଜଣାପଡିଛି ଯେ, ନବୀନ ପଟ୍ଟନାୟକ ହରିୟାନାର ଫରିଦାବାଦରେ ଥିବା ତାଙ୍କର ଫାର୍ମ ହାଉସଟିକୁ ବିକ୍ରି କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରାୟ ୯ କୋଟିର ଆରବିଆଇ ବଣ୍ଡ, କୋଟିଏ ଟଙ୍କାର ପୋଷ୍ଟାଲ ସେଭିଙ୍ଗ ଓ ପ୍ରାୟ ୧ କୋଟି ୧୧ ଲକ୍ଷ ଟଙ୍କାର ଟର୍ମ ଡିପୋଜିଟ ମଧ୍ୟ କରିହାନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବା ସୁନାର ପରିମାଣ ୩ ଲକ୍ଷ ୪୫ ହଜାର ଟଙ୍କା ବୋଲି ତାଙ୍କ ସମ୍ପତ୍ତି ତାଲିକାରେ ଉଲ୍ଲେଖ ଅଛି । ସେହିପରି ତାଙ୍କ ପୁରୁଣା ଆମ୍ବାସାଡରର ଦାମ୍ ମାତ ୬ ହଜାର ୪ ଶହ ୩୪ ଟଙ୍କା ବୋଲି ସମ୍ପତ୍ତି ତାଲିକାରେ ଦର୍ଶାଯାଇଛି ।
ନୂଆଦିଲ୍ଲୀ ଜନପତରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଏକ ବ୍ଯାଙ୍କ ଆକାଉଣ୍ଟରେ ୭୨ ଲକ୍ଷ ଟଙ୍କା ଜମା ରହିଥିବା ବେଳେ ଭୁବନେଶ୍ବର ଷ୍ଟେଟ ବ୍ଯାଙ୍କରେ ୨୧.୭୧ ଲକ୍ଷ ଟଙ୍କା ଜମା ରହିଛି । ୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୪୮ କୋଟି ଟଙ୍କା ଥିବା ବେଳେ ୨୦୧୯ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହା ୬୩ କୋଟି ୮୭ ଲକ୍ଷ ରହିଥିଲା ।
ହେଲେ ବର୍ତ୍ତମାନ ଏହି ସମ୍ପତ୍ତିର ପରିମାଣ ବୃଦ୍ଧି ପାଇ ମୋଟ ୬୪ କୋଟି ୮୭ ଲକ୍ଷ ଥିବା ଜଣାପଡିଛି । ଯେଉଁଥିରୁ ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତିରେ ଏକ କୋଟି ଟଙ୍କାର ବୃଦ୍ଧି ହୋଇଥିବା ଜଣାପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।