ଦୁବାଇର ଏହି ଭୂତିଆ ଗାଁ ବିଷୟରେ ଜାଣିଲେ ଆପଣ ଭୟରେ ଥରିବେ, ଦିନବେଳେ ଦୃଶ୍ୟମାନ ହେଉଥିବା ଏହି ଗାଁ ରାତି ହେଲେ ହୋଇଯାଏ ଗାୟବ, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ !

ସ୍ଵପ୍ନର ନଗରୀ ଦୁବାଇର ଉଚ୍ଚ ଅଟ୍ଟାଳିକା ଓ ସହରର ଜାକଜଳମ ସମସ୍ତଙ୍କ ମନ ମୋହି ନିଏ । ମରୁଭୁମିର ଦେଶ ଦୁବାଇରେ ବେଶ ଆକର୍ଷଣୀୟ ସ୍ଥାନ ସବୁ ରହିଥିବା ବେଳେ ଏମିତି ଗୋଟିଏ ସ୍ଥାନ ମଧ୍ୟ ରହିଛି ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦୁବାଇର ଶାରଜାହ ନିକଟବର୍ତ୍ତୀ ଅଞ୍ଚଳରେ ଏମିତି ଏକ ଗାଁ ଅଛି ଯାହା ଦିନରେ ତ ଦିଶେ ହେଲେ ରାତିରେ ଅନ୍ତର୍ଦ୍ଧାନ ହୋଇଯାଏ । ତେଣୁ ଏହି ଗାଁ’କୁ ଭୂତ ଗାଁ ବୋଲି କୁହାଯାଏ । ତେବେ ଚାଲନ୍ତୁ ଏହି ଭୂତ ଗାଁ ବିଷୟରେ ଜାଣିବା କିଛି ରୋଚକ କଥା ।

ଦୁବାଇରେ ରରହିଥିବା ଏହି ରହସ୍ୟମୟୀ ଗାଁ’ଟିର ନାମ ହେଉଛି ଅଲମଦା । ସେଠାକାର ଲୋକମାନେ କୁହନ୍ତି ଯେ, ରାତିରେ ଏହି ଗାଁଟି କୁଆଡେ ଗାୟବ ହୋଇଯାଏ ଓ ସୂର୍ଯ୍ୟ ଆଲୋକ ପଡିଲେ ପୁଣି ଏହା ଦୃଶ୍ୟମାନ ହୋଇଥାଏ । ଆଉ ଏହି ଗାଁକୁ ଅନେକ ପର୍ଯ୍ୟଟକ ମାନେ ମଧ୍ୟରେ ଦିନରେ ବୁଲି ଦେଖିବା ପାଇଁ ଯାଆନ୍ତି । ସେଠାରେ ଅନେକ ଘର ତ ରହିଛି କିନ୍ତୁ ସେହି ଘରେ କେହି ବି ବାସ କରନ୍ତିନି । ଘର ଭିତରେ କେବଳ ବାଲି ଭର୍ତ୍ତି ହୋଇ ରହିଥିବା ଦେଖିବାକୁ ମିଳେ ।

ବୈଜ୍ଞାନିକ ମାନେ ମଧ୍ୟ ଏହି ଗାଁକୁ ଯାଇ ଅନେକ ଗବେଷଣା କରିଛନ୍ତି, କିନ୍ତୁ ସେଠାରୁ କିଛିବି ପାଇ ପାରିନାହାନ୍ତି । ସେହି ଗାଁରେ ପାଦ ଦେବାକୁ ଆଖପାଖର ଲୋକମାନେ ଭୟ କରିଥାନ୍ତି । ଦୁବାଇରୁ ମାତ୍ର ୧ ଘଣ୍ଟା ଦୂରରେ ମରୁଭୁମି ମଝିରେ ଶାରଜାହ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରହିଛି ଏହି ଜନଶୂନ୍ୟ ଗାଁ । ଏହି ଗାଁରେ ଥିବା ଘର ଗୁଡିକର କବାଟ ଝରକା ଖୋଲାଥାଏ ଓ ଘରର ଜିନିଷପତ୍ର ଏଣେତେଣେ ପଡିଥାଏ ।

ହଠାତ ଏହି ଦୃଶ୍ୟ ଦେଖିଲେ ଆପଣଙ୍କୁ ଲାଗିବ ଏହି ଗାଁରେ କୌଣସି ବିପଦ ପଡିଥିଲା ବୋଧେ ସେଥିପାଇଁ ଏହିଭଳି ଅବସ୍ଥା ହୋଇଛି । ତେବେ ପୂର୍ବରୁ ଏହି ଗାଁ ଏଭଳି ନଥିଲା । କୁହାଯାଏ କି, ୧୯୭୦ ମସିହାରେ ଏଠାରେ ଏକ ଗାଁ ଥିଲା । ଏହି ଗାଁରେ ଜୁଆଡେ ଚାହିଁବେ ଖାଲି ଘର ଆଉ ବାଲି ରହିଛି । ତେଣୁ ଏହାକୁ ଗଲେ ଏକ ଅଦ୍ଭୁତ ଶୂନ୍ୟତା ଅନୁଭୂତ ହୁଏ । ଏହି ବାଲି ମଝିରେ କିଛି ଘର ସହ ମସଜିଦ ମଧ୍ୟ ରହିଛି ।

ହେଲେ ରାତି ହେଲେ ଏହି ଗାଁ ଗାୟବ ହୋଇ ଯାଉଥିବାରୁ ବୈଜ୍ଞାନିକମାନେ ପ୍ରଥମେ ଅନୁମାନ କରୁଥିଲେ କି ବାଲିଝଡ ଯୋଗୁଁ ବୋଧେ ରାତି ହେଲେ ଗାଁଟି ପୋତି ହୋଇଯାଉଛି । କିନ୍ତୁ ସ୍ଥାନୀୟ ଲୋକମାନେ ଏହି ଯୁକ୍ତିକୁ ମାନିବାକୁ ନାରାଜ । ଭୌତିକ କ୍ରିୟା ଯୋଗୁଁ ଏହା ଦୃଶ୍ୟମାନ ହୁଏନାହିଁ ବୋଲି ସ୍ଥାନୀୟ ଲୋକେ ମାନୁଥିବା ବେଳେ ଏହି ଗାଁକୁ ନେଇ ଏବେବି ଅନେକ ରହସ୍ୟ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।