“ମୋର ଇଜ୍ଜତ ମହତ ସବୁ ଗଲାଣି କାଲି ମୋ ପିଲାକୁ ବି ଭାଷା ଲଗେଇ ଗାଳି କରିବେ, ଯଦି କେହି ନଶୁଣିବେ ମୁଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଏହି ପିଣ୍ଡାରେ ହିଁ…”, ଶୁଣନ୍ତୁ କଣ ଧମକ ଦେଲେ Deepika

ପ୍ରାୟ ୫୦ ଦିନରୁ ଅଧିକ ସମୟ ହେବ ନ୍ୟାୟ ପାଇଁ ପ୍ରେମିକ ଦିନେଶଙ୍କ ଦାଣ୍ଡ ପିଣ୍ଡାରେ ବସି ରହିଛନ୍ତି ଦୀପିକା । ହେଲେ ଏଯାଏଁ ତାଙ୍କୁ କେହିବି ସାହାଯ୍ୟ କରିବାକୁ ଆଗେଇ ଆସୁନାହାନ୍ତି । ଦିନେଶଙ୍କର ମଧ୍ୟ ଆଜି ଯାଏଁ ଦେଖା ମିଳିଲା ନାହିଁ । ଦିନେଶଙ୍କ ପରିବାର ଲୋକେ ସବୁ ଦେଖି ମଧ୍ୟ ଆଖି ବୁଜି ଦେଉଛନ୍ତି । ବହୁ କଷ୍ଟ କରି ଦିନେଶଙ୍କ ଘର ଆଗରେ ଏତେ ଦିନ ପଡି ରହି ଧାରଣା ଦେଉଛନ୍ତି ଦୀପିକା । ରୋଜଗାର ବାଟ ବନ୍ଦ ଥିବାରୁ ତାଙ୍କ ଚଳିବା ମଧ୍ୟ ମୁସ୍କିଲ ହୋଇଯାଉଛି ।

ସମାଜସେବୀ ପ୍ରମିଳା ତ୍ରିପାଠୀ ତାଙ୍କୁ କିଛିଟା ସାହାଯ୍ୟ କରିବା ଯୋଗୁଁ ସେ ପେଟକୁ ଗଣ୍ଡେ ଖାଇ ପାରୁଛନ୍ତି । ନ୍ୟାୟ ଆଶା ରଖି ଧାରଣା ଦେଇଥିବା ଦୀପିକାଙ୍କ ମନ କିନ୍ତୁ ହାରିବାରେ ଲାଗିଲାଣି । ଦିନରାତି ଖରା, ବର୍ଷା ଓ ଶୀତ ସାହି ଦାଣ୍ଡ ପିଣ୍ଡାରେ ଜୀବନ କାଟୁଥିବା ଦୀପିକା ବହୁତ କିଛି ସହିଲେଣି । ପ୍ରେମ ଓ ବିବାହ ପ୍ରତିଶ୍ରୁତି ଦେଇ ଦିନେଶ ତାଙ୍କୁ ଠକି ଦେଇଗଲେ । କିନ୍ତୁ ପିଲାଟେ ଜନ୍ମ କରି ଦୀପିକାଙ୍କୁ ଲୋକଙ୍କ କଟୁକଥା ସହ ଶ୍ଵଶୁର ଘରର ନିର୍ଯ୍ୟାତନା ରହିବାକୁ ପଡୁଛି । ତାଙ୍କ ପ୍ରତି କାହାର ବି ହୃଦୟ ତରଳୁନି ।

ଗତ ୧୯ ତାରିଖ ମହିଳା କମିଶନ ଦିନେଶଙ୍କୁ ପଚରାଉଚରା କରିବାକୁ ଡ଼ାକିଥିଲେ ମଧ୍ୟ ଦିନେଶ ଆସି ନଥିଲେ । ଦୀପିକା ଏକା ଯାଇ ନିରାଶ ହୋଇ ଫେରିଛନ୍ତି । ଅକ୍ଟୋବର ୧୪ ତାରିଖରେ ପୁଣି ଥରେ ତାରିଖ ମିଳିଥିବା ବେଳେ ଦୀପିକା କିନ୍ତୁ ହତାଶ ହୋଇ ପଡିଲେଣି । ଦୀପିକା ଏଥର କିଛି ଏଭଳି କହିଛନ୍ତି ଯାହା ଶୁଣିଲେ ଆପଣଙ୍କ ଛାତିରେ ବି କୋହ ଆସିଯିବ । ଦୀପିକା କହିଛନ୍ତି, ସେ ତେବେ ଦିନ ଧରି ଧାରଣାରେ ବସିଲେଣି ଓ ନ୍ୟାୟ ପାଇଁ କୋର୍ଟ କଚେରୀ ମଧ୍ୟ ଧାଉଁଛନ୍ତି ।

ହେଲେ ତାଙ୍କୁ କେବଳ ତାରିଖ ପରେ ତାରିଖ ମିଳୁଛି ଓ କେହି ମଧ୍ୟ ତାଙ୍କୁ ନ୍ୟାୟ ଦେବାକୁ ଆଗେଇ ଆସୁନାହାନ୍ତି । ସମସ୍ତେ ଏସି ଘରେ ଆରାମରେ ରହୁଥିବା ବେଳେ ସେ ଦାଣ୍ଡ ପିଣ୍ଡାରେ କିଭଳି ଚଳୁଛନ୍ତି ତାଙ୍କ ଦୁଃଖ କେହିବି ହୃଦୟଙ୍ଗମ କରୁନାହାନ୍ତି । ପୁଅ ମଧ୍ୟ ଧୀରେ ଧୀରେ ବଡ ହେଉଛି । ସେ ଆଜି ସିନା କିଛି ବୁଝିପାରୁନି ହେଲେ ତାଙ୍କ କାଲି ତାନ ପୁଅକୁ ବି ଲୋକଙ୍କ ଗାଳିଗୁଲଜ ଓ କଟୁକଥା ଶୁଣିବାକୁ ପଡିବ । ଏପରେ ଦୀପିକାଙ୍କର ମଧ୍ୟ ମାନ ମର୍ଯ୍ୟାଦା ଗଲାଣି ।

ତେଣୁ ଯଦି ଶୀଘ୍ର ତାଙ୍କୁ ନ୍ୟାୟ ନମିଳେ ଓ ତାରିଖ ପରେ ତାରିଖ ଗଡିଚାଲେ ତେବେ ସେ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ସେହି ବାରଣ୍ଡାରେ ହିଁ ଦେହତ୍ୟାଗ କରିବେ । ରାଜ୍ୟ ସରକାର ମଧ୍ୟ ନାରୀଶକ୍ତି ପାଇଁ ଅନେକ କାର୍ଯ୍ୟ କରୁଥିବା ବେଳେ ତାଙ୍କ କଷ୍ଟ କଣ କାହାକୁ ଦେଖାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।