ଖରାପ ବୋଲିଂ ପାଇଁ ଟ୍ରୋଲ ହେଉଥିଲେ Bhubaneswar Kumar, ହେଲେ ଏଭଳି ପୋଷ୍ଟ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଦେଲେ ପତ୍ନୀ Nupur Nagar

ସୋସିଆଲ ମିଡିଆରେ ସ୍ଵାମୀ ଟ୍ରୋଲ ହେଉଥିବା ଦେଖି ସମାଲୋଚକଙ୍କୁ ଚୁପ୍ କରିଦେଲେ ସ୍ତ୍ରୀ । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ମ୍ଯାଚରେ ଭାରତର ପରାଜୟ ପରେ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହେଉଛନ୍ତି ବୋଲର ଭୁବନେଶ୍ବର କୁମାର । ୧୯ତମ ଓଭରରେ ଲଗାତାର ଭାବେ ଖରାପ ପ୍ରଦର୍ଶନ ଯୋଗୁଁ କ୍ରିକେଟ ପ୍ରେମୀମାନେ ଭୁବନେଶ୍ବରଙ୍କୁ ଟ୍ରୋଲ କରିଛନ୍ତି । ହେଲେ ଭୁବନେଶ୍ଵର କୁମାର ଟ୍ରୋଲ ହେବା ପରେ ତାଙ୍କ ସ୍ତ୍ରୀ ସାମ୍ନାକୁ ଆସିଛନ୍ତି ।

ଆଉ ସମାଲୋଚକଙ୍କୁ କଡା ଜବାବ ଦେଇ ନିଜ କାମ ନିଜେ କରିବାକୁ ପରାମର୍ଶ ଦେଇଛନ୍ତି ନୁପୁର ନାଗର । ଭୁବନେଶ୍ବର କୁମାରଙ୍କ ପତ୍ନୀ ନୁପୁର ନାଗର ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, “ଲୋକଙ୍କ ପାଖରେ ବହୁତ ଫାଲ୍ତୁ ସମୟ ଅଛି ଆଉ ଲୋକମାନେ ଏବେ ଅଯୋଗ୍ୟ ହୋଇ ବସି ରହୁଛନ୍ତି । ସେଥିପାଇଁ ସେମାନଙ୍କ ପାଖରେ ଘୃଣା ସୃଷ୍ଟି କରିବା ବ୍ଯତୀତ ଅନ୍ୟ କିଛି କାମ ନାହିଁ । ଏହାସହ ସେ ସମାଲୋଚକଙ୍କୁ ପରାମର୍ଶ ଦେଇ କହିଛନ୍ତି ଏହି ସମୟ ଏଭଳି ବରବାଦ ନକରି ନିଜକୁ ଉତ୍ତମ କରିବାରେ ଲଗାନ୍ତୁ ।

କାରଣ ଏହାର ସୁଯୋଗ କମ୍ ରହିଛି ।” ଚଳିତ ଟି-୨୦ ରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଏବେ ଦଳକୁ ବେଶ ଚିନ୍ତାରେ ପକାଇ ଦେଇଛି । ୧୯ତମ ଓଭରରେ ଖରାପ ବୋଲିଂ ଯୋଗୁଁ ଦଳ ଲଗାତାର ପରାଜୟ ଭୋଗୁଛି । ଗତ ଚାରୋଟି ଟି-୨୦ ମ୍ଯାଚରୁ ତିନୋଟି ମ୍ଯାଚ କେବଳ ୧୯ତମ ଓଭରରେ ଖରାପ ପ୍ରଦର୍ଶନ ଯୋଗୁଁ ହିଁ ଭାରତ ହାରିଛି । ଆଉ ୧୯ତମ ଓଭରରେ ବୋଲିଂ କରିବାକୁ ଆସୁଛନ୍ତି ଭୁବନେଶ୍ବର କୁମାର ।

ଯେଉଁଥି ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଅଧିକ ମାତ୍ରାରେ ଟ୍ରୋଲ କରୁଛନ୍ତି କ୍ରିକେଟ ପ୍ରେମୀମାନେ । ଏସିଆ କପ୍ ରେ ପାକିସ୍ତାନ ବିପକ୍ଷରେ ହୋଇଥିବା ସୁପର-୪ ମ୍ଯାଚର ଭାରତ ପରାଜିତ ହୋଇଥିଲା । ସେତେବେଳେ ବି ୧୯ତମ ଏଭର ଏହାର କାରଣ ଥିଲା । ଏହି ଓଭରରେ ପାକିସ୍ତାନକୁ ୧୯ ରନ୍ ଦେଇଥିଲେ ଭୁବନେଶ୍ବର କୁମାର, ଯାହାଫଳରେ ଭାରତ ପରାଜୟର ସାମ୍ନା କରିଥିଲା । ସେହିପରି ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ୧୯ତମ ଓଭରରେ ୧୪ ରନ୍ ଦେଇଥିଲେ ଭୁବନେଶ୍ବର ।

ଆଉ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ସେହି ୧୯ତମ ଓଭରରେ ହାରିଛି ଭାରତ । ଏହି ଓଭରରେ ଭୁବନେଶ୍ବର ୧୬ ରନ୍ ଦେବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି କାରଣରୁ ଭୁବନେଶ୍ବରଙ୍କୁ ଟ୍ରୋଲ କରା ଯାଉଥିବା ବେଳେ ସମାଲୋଚକଙ୍କୁ କଡା ଜବାବ ଦେଇଛନ୍ତି ତାଙ୍କ ପତ୍ନୀ ନୁପୁର ନାଗର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।