ଜଙ୍ଗଲ ଭିତରେ ଏକା କରି ଦେଇଗଲେ ବାପାମା’… କାନ୍ଦି କାନ୍ଦି ଝିଅଟି ଯାହା କହୁଛି ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ video

ମୋ ବାପାମା’ ଏ ଦୁନିଆ ଛାଡି ଚାଲି ଯାଇଛନ୍ତି । ଆଉ ମୋ ପାଖରେ କେହି ନାହାନ୍ତି, ଜଙ୍ଗଲ ଭିତରେ ମୁଁ ଏବେ ଏକା ବଞ୍ଚୁଛି । ମୋତେ ସରକାର ଟିକେ ସାହାଯ୍ୟ କଲେ ମୁଁ ପାଠ ପଢି ଆଗକୁ ବଢିପାରନ୍ତି । ଲୁହ ଭର୍ତ୍ତି ଆଖିରେ ଖନେଇ ଖନେଇ ଏଭଳି କିଛି କହୁଛି ଝିଅଟି । ଜଙ୍ଗଲ ଭିତରେ କିଭଳି ସେ ଏକା ବଞ୍ଚୁଛି ନିଜେ କାନ୍ଦି କାନ୍ଦି କହିଛି । କିଛିଦିନ ହେବ ଜଙ୍ଗଲ ଭିତରୁ ଜଣେ ଯୁବତୀଙ୍କ କ୍ରନ୍ଦନ ଶୁଭୁଥିଲା । ଏତେ ବଡ ଜଙ୍ଗଲରେ ଏକା ରହୁଥିଲା ଯୁବତୀ ଦୀପା । ବୟସ ତା’ର ମାତ୍ର ୧୮ ବର୍ଷ ।

ବାପାମା’ ଚାଲିଗଲା ପରେ ସେ ରାତିଦିନ ଏହି ଜଙ୍ଗଲ ଭିତରେ ଏକା ବଞ୍ଚୁଥିଲା । ଏହା ହେଉଛି ମାଲକାନଗିରି ଜିଲ୍ଲା ଡମସା ପଞ୍ଚାୟତ ଅନ୍ତର୍ଗତ ଏମପିଭି-୧ ଗ୍ରାମର ଦୀପା ମଣ୍ଡଳ । ଆଗକୁ ତାଙ୍କ ଜୀବନ କଣ ହେବ ସେନେଇ ଆଖିରେ ଆଖିଏ ଲୁହ ଆଉ ଚିନ୍ତା । ଦୀପାଙ୍କୁ ଧରି ତାଙ୍କ ବାପା ଦୀପକ ମଣ୍ଡଳ ଖାଦ୍ୟ ପାଇଁ ଏଣେତେଣେ ଘୁରି ବୁଲୁଥିଲେ । ଆଉ ଏମପିଭି-୧ ଗ୍ରାମରେ ପହଞ୍ଚିବା ପରେ ସେହି ଗ୍ରାମର ଲୋକେ ଜଙ୍ଗଲ ପାଖରେ ଏକ ଝାଟିମାଟି ଘର ତିଆରି କରି ରହିବାକୁ ବ୍ୟବସ୍ଥା କରି ଦେଇଥିଲେ ।

ଆଉ କିଛି ଖାଦ୍ଯ ସାମଗ୍ରୀ ମଧ୍ୟ ତାଙ୍କୁ ଯୋଗାଇ ଦେଇଥିଲେ । ଅନ୍ୟ ଘରେ କାମ କରି ପେଟ ପୋଷିବା ସହ ଏକମାତ୍ର ଝିଅକୁ ବହୁ କଷ୍ଟରେ ପାଠ ପଢାଉଥିଲେ ଦୀପକ । ହେଲେ କ୍ୟାନ୍ସର ରୋଗରେ ପୀଡିତ ଦୀପକ ଗତ ୧୬ ତାରିଖ ଦିନ ମୃତ୍ୟୁବରଣ କରିଥିଲେ । ଯାହାପରେ ଝିଅ ଏକା ହୋଇ ଯାଇଛି । ଘରେ ଖାଇବାକୁ ବି କିଛି ନଥିବା ବେଳେ ମାଦକୁ ମିଳୁଥିବା ଚାଉଳ ରୋଷେଇ କରି ଲୁଣ ଓ ଲଙ୍କା ଲଗେଇ ଭାତ ଖାଉଛନ୍ତି ଦୀପା ।

ଜଙ୍ଗଲ ଭିତରେ କିପରି ଜଣେ ନାବାଳିକା ଝିଅ ଜୀବନଯାପନ କରୁଛି ଦେଖିଲେ ଅପଙ୍କ ଆଖିରେ ବି ଲୁହ ଆସିଯିବ । ଦୀପକଅଙ୍କ ମୃତ୍ୟୁ ପରେ ଗାଁ ଲୋକେ ତାଙ୍କର କ୍ରିୟାକର୍ମ କରିଛନ୍ତି ଓ କିଛି ସହୃଦୟ ବ୍ୟକ୍ତି ମଧ୍ୟ ଦୀପାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ଯୁକ୍ତ-୨ ରେ ପଢୁଥିବା ଦୀପା ଘରେ ଏକୁଟିଆ ରହିବା ବିପଦଜନକ ହୋଇପାରେ ବୋଲି ଗାଁଲୋକେ ଚିନ୍ତା କରୁଛନ୍ତି । ତେଣୁ ଗାଁରେ ଏକ ବୈଠକ କରି ଦୀପା ରହୁଥିବା ଘରପାଖ ଜଙ୍ଗଲକୁ ଯାଇ ସେମାନେ ସଫାସୁତୁରା କରିଛନ୍ତି ।

ହେଲେ ଭଲ ପାଠ ପଢୁଥିବା ଏହି ଅନାଥ ଝିଅଟିକୁ ସରକାର ସାହାଯ୍ୟ କରିବା ସହ କୌଣସି ଏକ ସରକାରୀ ହଷ୍ଟେଲରେ ରଖି ମାଗଣା ପାଠ ପଢିବାର ବ୍ୟବସ୍ଥା କରିଲେ ହୁଏତ ଦୀପାଙ୍କ ଭବିଷ୍ୟତ ଉଜ୍ଵଳ ହୋଇ ପାରନ୍ତା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲୟକ କରନ୍ତୁ ।