Breaking News: ଓଲିଉଡ ଷ୍ଟାର Babushan Mohanty ଙ୍କୁ ନେଇ ଆସିଲା ବଡ ଖବର, ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ…

ଓଲିଉଡ ସୁପରଷ୍ଟାର ବାବୁଶାନ ମହାନ୍ତିଙ୍କୁ ନେଇ ପୁଣି ଥରେ ଏକ ଖବର ସାମ୍ନାକୁ ଆସିଛି । ବାବୁଶାନ ଅସୁସ୍ଥ ଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ଗୁରୁତର ଅସୁସ୍ଥ ହୋଇ ବାବୁଶାନ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଓ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବିଶେଷ ସୂତ୍ରରୁ ଜଣାପଡିଛି । ବାବୁଶାନ ଅସୁସ୍ଥ ହୋଇ ହସ୍ପିଟାଲ ବେଡ୍ ରେ ଶୋଇଥିବା ସମୟର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଗକୁ ରିଲିଜ ହେବାକୁ ଯାଉଛି ବାବୁଶାନ ମହାନ୍ତିଙ୍କ ଅଭିନୀତ ଫିଲ୍ମ “ଦମନ୍” ।

ତେଣୁ ବାବୁଶାନ ଦମନ୍ ଫିଲ୍ମର ଜୋରଦାର ପ୍ରମୋଶନ କରୁଥିଲେ । ତେବେ ବାବୁଶାନ ଅସୁସ୍ଥ ହୋଇ ହସ୍ପିଟାଲ ବେଡ୍ ରେ ଶୋଇଥିବାର ଏହି ଫଟୋଟିକୁ ଦମନ୍ ଫିଲ୍ମର ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ନିଜେ ପୋଷ୍ଟ କରି ଜଣାଇଛନ୍ତି । ବାବୁଶାନ ଗତ ତିନିରୁ ଚାରିଦିନ ହେବ ଅସୁସ୍ଥ ହୋଇ ଚିକିତ୍ସାଧୀନ ରହିଥିବା ସେ ସୂଚନା ଦେଇଛନ୍ତି । କିଛିଦିନ ବାବୁଶାନ ଫିଲ୍ମ ଦମନ୍ ର ପ୍ରମୋଶନ ପାଇଁ ଲଦାଖ ଯାଇଥିଲେ । ସେଠାରେ ହିମାଲୟାନ ବାଇକରେ ପ୍ରାୟ ୧୮୦ କିମିରୁ ଉର୍ଦ୍ଧ୍ଵ ବୁଲିଥିଲେ ବାବୁଶାନ ।

ତେବେ ଅଧିକ ଯାତ୍ରା କରିବା ହେତୁ ତାଙ୍କ ଶରୀରରେ ଅକ୍ସିଜେନ ସ୍ତର କମି ଯିବାରୁ ସେ ଅସୁସ୍ଥ ଅନୁଭବ କରିଥିଲେ । ତେଣୁ ଭୁବନେଶ୍ବର ଫେରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ତିନିରୁ ଚାରିଦିନ ହେବ ଭୁବନେଶ୍ବର ସମ୍ ହସ୍ପିଟାଲରେ ବାବୁଶାନ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

ତେବେ ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିବା ମଧ୍ୟ ବିଶାଲ ଜଣାଇଛନ୍ତି । ଗତ କିଛି ମାସ ଧରି ବାବୁଶାନ ମହାନ୍ତି ତାଙ୍କ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ରହିଥିଲେ । ତେବେ ବିବାଦ ଥମିବା ଅଆରେ ବାବୁଶାନ ପୁଣି ଥରେ ସାଧାରଣ ଭାବେ ଜୀବନଯାପନ କରୁଥିଲେ ଓ ଫିଲ୍ମ ପ୍ରମୋଶନ କାର୍ଯ୍ୟରେ ମଧ୍ୟ ଲାଗି ପଡିଥିଲେ ।

ବାବୁଶାନଙ୍କ ଫିଲ୍ମ ବିଦ୍ୟାରାଣ ଓ ପ୍ରେମମ୍ ଥିଏଟରରେ ସେତେ ଭଲ ପ୍ରଦର୍ଶନ କରି ପାରି ନଥିବା ବେଳେ ଫିଲ୍ମ “ଦମନ୍” କୁ ନେଇ ବାବୁଶାନଙ୍କ ସମେତ ପୁରା ଟିମ୍ ବେଶ ଆଶାବାଦୀ ଅଛନ୍ତି । କିନ୍ତୁ ଏହା ପୂର୍ବରୁ ବାବୁଶାନଙ୍କ ଶରୀର ଅସୁସ୍ଥ ହେବା ଖବର ଆସିବା ପରେ ସମସ୍ତେ ଚିନ୍ତିତ ହୋଇ ପଡିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।