ବିଗ ବସ୍ 13 ର ଫିନାଲେ ପୂର୍ବରୁ ସିଦ୍ଧାର୍ଥଙ୍କୁ ମିଳିଲା ଏହି ଇଣ୍ଡିଆନ କ୍ରିକେଟରଙ୍କ ସପୋର୍ଟ, କହିଲେ ଟ୍ରଫି ଜିତ ଓ …

ବିଗ ବସ ୧୩କୁ ଜିତିବା ପାଇଁ ଘରର ସବୁ ସଦସ୍ୟ ବର୍ତ୍ତମାନ ନିଜର ପୁରା ଚେଷ୍ଟା କରୁଛନ୍ତି । ଘରେ ଥିବା ସଦସ୍ୟ ମାନଙ୍କୁ ଜିତାଇବା ପାଇଁ ବର୍ତ୍ତମାନ ସେମାନଙ୍କୁ ଚାହୁଁଥିବା ଲୋକମାନେ ସାମ୍ନାକୁ ଆସୁଛନ୍ତି । ଯେଉଁଠି ଆସିମ ରିଆଜଙ୍କୁ ସପୋର୍ଟ କରିବା ପାଇଁ ‘ଡବ୍ଲୁଡବ୍ଲୁଇ’ର ଫେମସ ରେସଲର ଜନ ସୀନା ସାମ୍ନାକୁ ଆସିଛନ୍ତି ।

ସେହି ପରି ସିଦ୍ଧାର୍ଥ ଶୁକ୍ଲାଙ୍କୁ ସପୋର୍ଟ କରିବା ପାଇଁ ଭାରତୀୟ କ୍ରିକେଟ ଟିମର ଜଣେ ଲୋକପ୍ରିୟ ଖେଳାଳି ସାମ୍ନାକୁ ଆସିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ଖେଳାଳି ଜଣଙ୍କ ବିଷୟରେ ।ଏହି ସିଜନରେ ଆସିମ ଓ ସିଦ୍ଧାର୍ଥଙ୍କ ମଧ୍ୟରେ ଟକ୍କର ଚାଲିଛି । ଏହା ଦ୍ଵାରା ସିଦ୍ଧାର୍ଥଙ୍କୁ ସପୋର୍ଟ କରିବା ପାଇଁ ଭାରତୀୟ ଟିମର ଲୋକପ୍ରିୟ ଖେଳାଳି ମନୋଜ ତିବାରି ସାମ୍ନାକୁ ଆସିଛନ୍ତି ।

ମନୋଜ ତାଙ୍କ ଅଫିସିଆଲ ଟ୍ଵିଟର ଆକାଉଣ୍ଟରେ ସିଦ୍ଧାର୍ଥଙ୍କୁ ସପୋର୍ଟ କରି ତାଙ୍କର ଏକ ଫଟୋ ସେୟାର କରିଛନ୍ତି ଓ କ୍ୟାପ୍ସନରେ ଲେଖିଛନ୍ତି, ‘ମୁ ସିଦ୍ଧାର୍ଥଙ୍କୁ ସପୋର୍ଟ କରୁଛି, ମୁ ଚାହୁଁଛି ଏହି ବର୍ଷ ବିଗ ବସ ସେ ହିଁ ଜିତନ୍ତୁ । ବହୁତ ଶୁଭକାମନା’

ଏହା ଛଡା ବିନ୍ଦୁ ଦାରା ସିଂହ, ଡୋଲି ବିନ୍ଦ୍ରା ଓ ସମ୍ଭାବନା ସେଠ ଭାଲି ଷ୍ଟାର ସିଦ୍ଧାର୍ଥଙ୍କୁ ଜିତାଇବା ପାଇଁ ଖୋଳିକାରି ସପୋର୍ଟ କରୁଛନ୍ତି । ଏହା ସହିତ ସିଦ୍ଧାର୍ଥଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ସ ସିଦ୍ଧାର୍ଥଙ୍କୁ ସପୋର୍ଟ କରୁଛନ୍ତି । ହେଲେ ବିଗ ବସର ୱିନର କିଏ ହେବ, ଏହା ସମୟ ଆସିଲେ ଜଣା ପଡିଯିବ ।