ସବୁ ରାଗ ଅଭିମାନ ଭୁଲି Babushan ଙ୍କୁ ଦେଖିବାକୁ ଆସିଲେ ସ୍ତ୍ରୀ Trupti, ହସ୍ପିଟାଲ ପହଞ୍ଚି ବାବୁଶାନଙ୍କ… ଦେଖନ୍ତୁ video

ଆଉ ମନରେ ରାଗ ନାହିଁ କି ଅଭିମାନ ନାହିଁ । ସ୍ଵାମୀ ଦେହ ଅସୁସ୍ଥ ବୋଲି ଶୁଣିଲେ କେଉଁ ସ୍ତ୍ରୀର ବା ମନ ସହିବ ! ଓଲିଉଡ ଅଭିନେତା ବାବୁଶାନ ମହାନ୍ତିଙ୍କ ଦେହ ଅସୁସ୍ଥ ଅଛି ବୋଲି ସ୍ତ୍ରୀ ତୃପ୍ତି ଶୁଣିବା ପରେ ସବୁ ରାଗ ଅଭିମାନ ଭୁଲି ସିଧା ହସ୍ପିଟାଲରେ ଯାଇ ପହଞ୍ଚିଲେ । ବାବୁଶାନ ଗତ ତିନିରୁ ଚାରିଦିନ ଧରି ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ବେଳେ ସ୍ତ୍ରୀ ତୃପ୍ତି ଯାଇ ବାବୁଶାନଙ୍କ ପାଖରେ ଅଛନ୍ତି । ଗତ କିଛିଦିନ ତଳେ ବାବୁଶାନ, ତୃପ୍ତି ଓ ପ୍ରକୃତି ବିବାଦ ପରେ ପୁଅ ଗୁଆନକୁ ଧରି ବାପଘରକୁ ପଳେଇ ଆସିଥିଲେ ତୃପ୍ତି ।

ସେବେ ଠାରୁ ତୃପ୍ତି କେବେ ଘରକୁ ଫେରିବେ ଓ ନାତିକୁ କେବେ ଧରି ଗେଲ କରିବାକୁ ସୁଯୋଗ ପାଇବେ ବାବୁଶାନଙ୍କ ବାପାମା ଏହାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିଲା । ତେବେ ସେସବୁ ଆଜିଠାରୁ ଶେଷ ହୋଇଛି । ବର୍ତ୍ତମାନ ବାବୁଶାନଙ୍କ ପାଖକୁ ଆସିଛନ୍ତି ତାଙ୍କ ସ୍ତ୍ରୀ ତୃପ୍ତି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବାବୁଶାନଙ୍କ ସଂପୂର୍ଣ୍ଣ ଯତ୍ନ ନେଉଛନ୍ତି ତୃପ୍ତି ।

ତେବେ ବାବୁଶାନଙ୍କ ସ୍ତ୍ରୀ ତୃପ୍ତିଙ୍କ ବ୍ଯତୀତ ପରିବାର ଲୋକେ ଓ ବନ୍ଧୁବାନ୍ଧବ ମଧ୍ୟ ବାବୁଶାନଅଙ୍କ ପାଖେ ରହିଛନ୍ତି । ତେବେ ମିଳିଥିବା ଖବର ଅନୁଯାୟୀ ଆଗକୁ ବାବୁଶାନଙ୍କ ଫିଲ୍ମ “ଦମନ” ରିଲିଜ ହେବାକୁ ଥିବାବେଳେ ରାଇଡିଂ ଫର୍ ଦମନ ଅଭିଯାନରେ ଟିମ୍ ସହ ଲଦାଖ ଯାଇଥିଲେ ବାବୁଶାନ ।

ଆଉ ସେଠାରେ ଅଧିକ ସମୟ ବାଇକ ଚଳାଇବା ଫଳରେ ତାଙ୍କ ଶରୀରରେ ଅକ୍ସିଜେନ ସ୍ତର ହ୍ରାସ ପାଇଥିଲା । ଲଦାଖରେ ପ୍ରାଥମିକ ଚିକିତ୍ସା ପରେ ସେ ଓଡିଶା ଫେରିଥିଲେ ମଧ୍ୟ ଏଠାରେ ପୁଣି ଥରେ ଅସୁସ୍ଥ ହୋଇ ପଡିଥିଲେ । ଯାହାପରେ ତାଙ୍କୁ ସିଧା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେଣୁ ଚାରିଦିନ ହେବ ବାବୁଶାନ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ତାଙ୍କ ପାଖରେ ପତ୍ନୀ ତୃପ୍ତି ମଧ୍ୟ ଅଛନ୍ତି ।

ବର୍ତ୍ତମାନ ବାବୁଶାନଙ୍କ ସ୍ଵାସ୍ଥ୍ୟାବସ୍ଥା ଭଲ ଥିବାବେଳେ ଅଳ୍ପ କିଛିଦିନ ମଧ୍ୟରେ ସେ ଘରକୁ ଫେରିବେ ବୋଲି ଜଣାପଡିଛି । ସୋସିଆଲ ମିଡିଆରେ ବାବୁଶାନଙ୍କ ଅସୁସ୍ଥତା ଖବର ପ୍ରସାରିତ ହେବା ପରେ ତାଙ୍କ ପ୍ରଶଂସକମାନେ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।