ଗାଦିରେ ବସୁ ବସୁ ଦାଦାଗିରି ! ସାମ୍ନାକୁ ଆସିଲା ନବନିର୍ବାଚିତ ମେୟର ଙ୍କ କିଛି ଏମିତି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ରାଜନୀତି ରେ ପାର୍ଥି ମାନେ ଜିତିବା ପୂର୍ବରୁ ଆପଣଙ୍କ ଘରେ ଘରେ ବୁଲି ଆପଣଙ୍କ ଗୋଡ଼ ତଳେ ପଡିବା ସହ ଆପଣଙ୍କ ସବୁ ସମସ୍ୟା ବୁଝି ଥାଆନ୍ତି କିନ୍ତୁ ଥରେ ଜିତିବା ପରେ ସେ ଆପଣଂକୁ ଆଉ ଦେଖା ଦର୍ଶନ ଦିଅନ୍ତି ନାହିଁ । ତେବେ କିନ୍ତୁ ବର୍ତ୍ତମାନ ଜଣେ ମେୟର ଘର ଘର ବୁଲି ରାସ୍ତା ରେ ଛିଡା ହୋଇ ଲୋକ ମାନଙ୍କ ସୁବିଧା ଅସୁବିଧା ବୁଝୁ ଛନ୍ତି ତେବେ ଲୋକମାନେ ଏହାର ପ୍ରଶଂସା ମଧ୍ୟ କରୁଛନ୍ତି ।

କିନ୍ତୁ ମେୟର ଙ୍କ କଥା କହିବା ଶୈଳୀ ବୋଧ ହୁଏ ଲୋକ ମାନଂକୁ ପସନ୍ଦ ନ ଆସି ପାରେ ତେବେ ଆଉ ଏବେ ଘଟଣା ଟି ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି ହୋଇ ଯାଇଛି । ବିଭିନ୍ନ ସମୟରେ ଅଧିକାଂଶ ସ୍ଥାନରେ ଦେଖା ଯାଇଥାଏ ଯେ ପାଣି, ଖାଦ୍ୟ ସମସ୍ୟା ହେଲେ ଏବେ ଏଠାରେ ନାଳ ନର୍ଦମା ବା ଡ୍ରେନେଜ କୁ ସମସ୍ୟା ବଡ଼ ଉପୁଜିଛି । ଏବେ ଏଠାରେ ଭୁବନେଶ୍ୱର ମେୟର ନଜରକୁ ଆସିଛି ଯାହା ଆପଣ ମାନେ ମଧ୍ୟ ଦେଖିଥିବେ ।

ଆଉ ଏବେ ଏହି ଘଟଣା ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ କଥା ଉପରେ ଆଲୋଚନା କରିବା । ତେବେ ରାଜଧାନୀବାସୀଙ୍କ ଉପରେ ରାଗଗିଲେ ମେୟର ସୁଲୋଚନା ଦାସ । ରାସ୍ତାକୁ ପାଣି ଛାଡ଼ୁଥିବା ବ୍ୟକ୍ତିଙ୍କ ଘରେ ପହଞ୍ଚି ତାଙ୍କୁ ତାଗିଦ୍ କରିଛନ୍ତି ଭୁବନେଶ୍ୱର ମେୟର । ଯିଏ ଘରର ଅପରିଷ୍କାର ପାଣି ଓ ଅଳିଆ ରାସ୍ତା ଉପରକୁ ଛାଡ଼ିବେ ତାଙ୍କ ଘରେ ଆଣି ଢାଳିଦେବାକୁ ଚେତାବନୀ ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ ।

ଲକ୍ଷ୍ମୀସାଗରର ୩୨ ନମ୍ବର ୱାର୍ଡ଼ ଜଗନ୍ନାଥ ନଗର ଅଞ୍ଚଳର ଲୋକଙ୍କୁ ତାଗିତ୍ କରିଛନ୍ତି ସୁଲୋଚନା । ତେବେ କିଛି ସମୟ ପାଇଁ ସ୍ଥାନୀୟ ବାସିନ୍ଦା ଏବଂ ମେୟରଙ୍କ ମଧ୍ୟରେ ବାକଯୁଦ୍ଧ ହୋଇଥିଲା । ଅନ୍ୟପଟେ ବିଏମସିର ଡ୍ରେନେଜ ଆଉ ରାସ୍ତାକାମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା । ଆପାର୍ଟମେଣ୍ଟ ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମେୟର ।

ଆପାର୍ଟମେଣ୍ଟର ଡ୍ରେନେଜ ପାଣି ପ୍ରତେକ ଦିନ ରାସ୍ତା ଉପରକୁ ଛାଡ଼ୁଛନ୍ତି ଲୋକେ । ଆଗକୁ ଏଭଳି ଜାରି ରହିଲେ ବିଏମସି ଅଳିଆ ଆବାର୍ଜନା ଗୁଡ଼ିକୁ ଆପାର୍ଟମେଣ୍ଟ ସାମନାରେ ପକେଇବା ନେଇ ଚେତାବନୀ ଦେଇଛନ୍ତି ମେୟର ସୁଲୋଚନା ଦାସ । ତେବେ ସେ କହିଲେ ଯେ “ଟୋପେ ପାଣି ଯଦି ରାସ୍ତା କୁ ଆସିବ ତେବେ ତମ ଘର ଆଗରେ ଟ୍ରକ ଟ୍ରକ ମଇଳା ଗଦେଇବି” ।

ଆଉ ସେଠାରେ କିଛି ଲୋକ ମଧ୍ୟ କହିଛନ୍ତି ଯେ ଆଗରୁ କେତେ ସମସ୍ୟା ହୋଇଛି ହେଲେ ସମାଧାନ ହୋଇ ନାହିଁ ଏବେ ଅଭିଯୋଗ ଆଣିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।