ଆର୍ମି ଚାକିରୀ ନ ମିଳିବାରୁ ହାରିଦେଲେ ଜୀଵନ, ବଞ୍ଚିଥିଲା ବେଳେ ଏମିତି କରୁଥିଲେ ପ୍ରାକ୍ଟିସ, ପୁରା ଘଟଣା ଜାଣିଲେ ଆପଣ ମଧ୍ୟ କାନ୍ଦି ପକେଇବେ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ସେନାରେ ସାମିଲ ହୋଇ ଦେଶର ସୁରକ୍ଷା କରିଥାନ୍ତେ, ହେଲେ ଆତ୍ମହତ୍ୟା ଭଳି ବାଟକୁ ବାଛିନେଲେ ସୋରର ଯୁବକ । ସୋର ଦୟାନିଧିପୁର ଗାଁର ଯୁବକ ଧନଞ୍ଜୟ ମହାନ୍ତି ନିଜ ଘରେ ଦୌଡି ଦେଇ ଆତ୍ମହତ୍ୟା କରିଥିବା ପରିବାର ଓ ସାଙ୍ଗମାନେ କହିଛନ୍ତି । ଦୁଇବର୍ଷ ତଳେ ସେନାରେ ଭର୍ତ୍ତି ହେବା ପାଇଁ ଆବଶ୍ୟକ ପରୀକ୍ଷା ଦେଇ ସେ କୃତକାର୍ଯ୍ୟ ହୋଇଥିଲେ । ତେବେ ଶାରିରୀକ ଓ ଡାକ୍ତରୀ ପରୀକ୍ଷାରେ ସଫଳ ହୋଇଥିବାବେଳେ ଲିଖିତ ପରୀକ୍ଷାକୁ ଅପେକ୍ଷା କରିଥିଲେ ।

କରୋନା ଯୋଗୁଁ ବାରମ୍ବାର ଲିଖିତ ପରୀକ୍ଷା ବାତିଲ ହୋଇଥିବାବେଳେ ଏବେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ବିଚଳିତ ହୋଇପଡିଥିଲେ ଧନଞ୍ଜୟ । ତାଙ୍କ ମନରେ ଯେଉଁ ବିଭ୍ରାନ୍ତି ସୃଷ୍ଟିହେଲା ତାହା ତାଙ୍କୁ ଜୀବନ ହାରି ଦେବାକୁ ବାଟ କଢାଇ ନେଲା । ମୋଦୀ ସରକାରଙ୍କ ନୂଆ ଯୋଜନା ଫଳରେ ଆଉତାଙ୍କୁ ସୁଯୋଗ ମିଳିବ ନାହିଁ ବୋଲି ଆଶଙ୍କା କରି ସେ ଆତ୍ମହତ୍ୟା କରିଥିବା କହିଛନ୍ତି ଧନଞ୍ଜୟଙ୍କ ସାଙ୍ଗ ।

ଏପରିକି ‘ଆଇ କ୍ୱିଟ୍’ ବୋଲି ତାଙ୍କ ମୋବାଇଲ ଫୋନରେ ଲେଖାଥିବା ଚାଟ୍ ସାମ୍ନାକୁ ଆସିଛି । ଭାଇଙ୍କୁ ହ୍ୱାଟ୍ସଆପରେ ଚାଟ୍ କରି ସେ ବିଜେପିକୁ ଆଉ ଭୋଟ ଦେବୁନାହିଁ ବୋଲି ପରାମର୍ଶ ଦେଇଛନ୍ତି । ପରିବାର ଲୋକଙ୍କ କହିବା ହେଲା ପରୀକ୍ଷାକୁ ଅପେକ୍ଷା କରି କରି ବୟସ ଗଡିଯିବା ଓ ଅଗ୍ନିପଥ ଯୋଜନା ଭଳି ଘୋଷଣା ତାଙ୍କ ମନରେ ନକାରାତ୍ମକ ଭାବନା ସୃଷ୍ଟି କରିଥିଲା । ବିଭିନ୍ନ ଗ୍ରୁପରେ ୟୁପି, ବିହାର ଭଳି ଅଂଚଳରୁ ଆଶାୟୀ ମାନେ ଆତ୍ମହତ୍ୟା କରୁଥିବା ଖବର ଶୁଣି ସେ ହତାସ ହୋଇ ପଡିଥିଲେ ।

ତେବେ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନା ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ବିଶେଷକରି ବିହାର, ଉତରପ୍ରଦେଶରେ ଯୁବକ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ସେନାରେ ମାତ୍ର ଚାରିବର୍ଷକୁ ବିରୋଧ କରି ଯୁବକ ଆନ୍ଦୋଳନ କରୁଛନ୍ତି । ପ୍ରତିବାଦ କରୁଥିବା ଯୁବକଙ୍କ କହିବା ଅନୁସାରେ ୪ ବର୍ଷର ଚାକିରି ପରେ ସେମାନେ କ’ଣ କରିବେ ।

୨୧ ବର୍ଷର ଯୁବକ ଚାକିରି କଲା ପରେ ସଶସ୍ତ୍ର ତାଲିମ ନେଇ ଯେତେବେଳେ ଫେରିବେ, ସେତେବେଳେ ତାଙ୍କୁ ଚାକିରି ମିଳିବ କି ନାହିଁ, ତାକୁ ନେଇ ମଧ୍ୟ ଯୁବବର୍ଗ ଆଶଙ୍କା କରିଛନ୍ତି । ତେବେ କେନ୍ଦ୍ର ସରକାର ସେନାରେ ନିଯୁକ୍ତି ପାଇଁ ‘ଅଗ୍ନିପଥ‘ ଯୋଜନା ଲଂଚ କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ଯୁବବର୍ଗଙ୍କୁ ୪ ବର୍ଷ ପାଇଁ ସେନାରେ ଭର୍ତି କରାଯିବ । ଯେଉଁମାନେ ଏଥିରେ ଯୋଗଦେବେ, ସେମାନଙ୍କୁ ‘ଅଗ୍ନିବୀର’ କୁହାଯିବ ।

ନୂଆ ଯୋଜନା ଆଧାରରେ ପ୍ରତିବର୍ଷ ତିନି ସେନା ବିଭାଗରେ ପାଖାପାଖି ୪୫ରୁ ୫୦ ହଜାର ନିଯୁକ୍ତି ପାଇବେ । ପୂର୍ବରୁ ସେନାରେ ନିଯୁକ୍ତି ବୟସସୀମା ୧୫ ବର୍ଷ ଯାଏଁ ଧାର୍ଯ୍ୟ ଥିବା ବେଳେ ଏବେ ୪ ବର୍ଷ ହେବାରୁ ଏହାକୁ ବିରୋଧ କରାଯାଉଛି । ବିହାରରେ ଏହି ଯୋଜନା ବିରୋଧରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ସେଠାକାର ବିରୋଧ କାରୀଙ୍କ ଅଭିଯୋଗ ହେଲା, ଯଦି ଜଣେ ବିଧାୟକ ୫ ବର୍ଷ ରହିବା ପରେ ତାଙ୍କୁ ପେନସନ୍ ମିଳିପାରିବ, ତେବେ ସେନାରେ ଭର୍ତି ଯୁବକଙ୍କୁ କାହିଁକି ପେନସନ୍ ମିଳିବ ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।