ସାମ୍ନାକୁ ଆସିଲା ହ୍ଵାଟ୍ସଆପ ଗ୍ରୁପ ର ସତ୍ୟତା, ନିଜ ଦୋଷ ଘଉଡାଇବାକୁ DJ Azex ଙ୍କୁ ବଦନାମ କରୁଛି କି ଜିଜ୍ଞାସା ?

ଡିଜେ ଆଜେକ୍ସଙ୍କ ମୃ-ତ୍ୟୁ ମାମଲାକୁ ଯେତିକି ଦିନ ଗାଡି ଗାଡି ଯାଉଛି ସାମ୍ନାକୁ ସେତିକି ସନ୍ଦେହଜନକ ତଥ୍ୟ ସାମ୍ନାକୁ ଆସୁଛି । ଡିଜେ ଆଜେକ୍ସଙ୍କ ପ୍ରେମିକା ଜିଜ୍ଞାସାଙ୍କୁ ନେଇ ବଡ ଟେର୍ ପାଇଛି ପୋଲିସ । ଜିଜ୍ଞାସା ନିଜର ଦୁଇ ବାନ୍ଧବୀଙ୍କୁ ନେଇ ଏକ ହ୍ଵାଟ୍ସଆପ ଗ୍ରୁପ କରିଥିଲେ ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ପୋଲିସ ଏହାର ଯାଞ୍ଚ କରିବା ପରେ ସାମ୍ନାକୁ ବଡ ସତ । ଏହା ପୂରାପୂରି ଜିଜ୍ଞାସାଙ୍କ ପ୍ଳାନ ବୋଲି ଜଣାପଡିଛି ।

ସେହି ଗ୍ରୁପରେ ଜିଜ୍ଞାସାଙ୍କ ସହ ଆଉ ଦୁଇଜଣ ଯୁବତୀ ଥିଲେ । ଯେଉଁଥିରେ ଆଜେକ୍ସଙ୍କ ବ୍ୟକ୍ତିଗତ ଜୀବନ ସହ ତାଙ୍କ ଗତିବିଧିକୁ ନେଇ ପରସ୍ପର ମଧ୍ୟରେ ଚର୍ଚ୍ଚା ହେଉଥିଲା । ହେଲେ ଏଠାରେ ପ୍ରଶ୍ନ ଉଠୁଛି କି ଜିଜ୍ଞାସା କାହିଁକି ଏମିତି କରୁଥିଲେ ? ଆଜେକ୍ସଙ୍କ ବିରୁଦ୍ଧରେ କେଉଁ ସତ ସେ ପଦାକୁ ଆଣିବାକୁ ଚାହୁଁଥିଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ପୋଲିସ ଏବେ ଏସବୁର ଖୋଲତାଡ ଆରମ୍ଭ କରିଦେଇଛି ।

ତେଣୁ ଜିଜ୍ଞାସାଙ୍କ ସମେତ ଅନ୍ୟ ଦୁଇ ଯୁବତୀଙ୍କୁ ମଧ୍ୟ ଟାର୍ଗେଟରେ ରଖିଛି ପୋଲିସ । ସେ ସମସ୍ତଙ୍କୁ ଏନେଇ ପଚରାଉଚରା କରିବାକୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ଆଜେକ୍ସଙ୍କ ମାଆ ମଧ୍ୟ କହିଛନ୍ତି କି, ଜିଜ୍ଞାସା ତାଙ୍କ ପୁଅ ବିରୁଦ୍ଧରେ ଷଡଯନ୍ତ୍ର ରଚିଛନ୍ତି । ଆଉ ଏବେ ନିଜ ଅପରାଧକୁ ଲୁଚେଇବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି । ଡିଜେ ଆଜେକ୍ସ ଜିଜ୍ଞାସାଙ୍କୁ ବେଶ ଭଲ ପାଉଥିବା ବେଳେ ସେ ଦେଇଥିବା କଷ୍ଟ ସହି ପାରି ନଥିଲେ ।

ଜିଜ୍ଞାସା ନିଜ ପୁରୁଷବନ୍ଧୁଙ୍କ ସହ ମିଶି ବୟଫ୍ରେଣ୍ଡ ଆଜେକ୍ସଙ୍କୁ ଧୋକା ଦେଉଥିଲେ । ଆଜେକ୍ସ ଯେତେ ଚାହିଁଥିଲେ ଓ ଚେଷ୍ଟା ଅକରିଥିଲେ ମଧ୍ୟ ଜିଜ୍ଞାସା ଆଉ ଫେରି ନଥିଲେ । ଯାହା ବିଲକୁଲ ସହି ପାରି ନଥିଲେ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣା । କାରଣ ସେ ଜିଜ୍ଞାସାଙ୍କୁ ପାଗଳ ଭଳି ଭଲ ପାଉଥିଲେ । ଯାହା ତାଙ୍କ ସାଙ୍ଗମାନେ ଖୁଲସା କରିଛନ୍ତି । ହେଲେ ଜିଜ୍ଞାସାର ସତ ସାମ୍ନାକୁ ଆସିବା ପରେ ଏବେ ସେ ଓଲଟା ଆଜେକ୍ସଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।

ତେବେ ଜିଜ୍ଞାସାଙ୍କ ଫୋନ ପୋଲିସ ନେଇ ଯାଞ୍ଚ କରିଥିବା ବେଳେ ଏବେ ସେହି ହ୍ଵାଟ୍ସଆପ ଗ୍ରୁପର ସତ ଶୀଘ୍ର ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ହେଉଛି । ସମସ୍ତେ କହୁଛନ୍ତି କି ନିଜ ଦୋଷ ଘଉଡାଇବା ପାଇଁ ଜିଜ୍ଞାସା ଆଜେକ୍ସଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।