ସାବଧାନ ! ପୋଷ୍ଟଅଫିସରେ ଟଙ୍କା ରଖୁଛନ୍ତି କି ? ଏହି ଜମାକାରୀ ମାନଙ୍କ ସହ ଯାହା ହେଇଛି ଶୁଣିଲେ ଆପଣଙ୍କ ମୁଣ୍ଡ ଖରାପ ହୋଇଯିବ, ଦେଖନ୍ତୁ video

ଟଙ୍କା ସଞ୍ଚୟ କରିବାକୁ ହେଲେ ପୋଷ୍ଟଅଫିସ ସମସ୍ତଙ୍କୁ ବେଶ ସୁରକ୍ଷିତ ଲାଗିଥାଏ । ଅନ୍ୟ ବ୍ଯାଙ୍କ କିମ୍ବା ସଂସ୍ଥା ମାନଙ୍କରେ ଟଙ୍କା ଜମା କଲେ ବୁଡିଯିବା ଭୟ ରହିଥାଏ । କିନ୍ତୁ ପୋଷ୍ଟଅଫିସରେ ଟଙ୍କା ରଖିଲେ ତାହା କେବେ ବି ବୁଡିବନି ବୋଲି ବିଶ୍ବାସ ଥାଏ । ହେଲେ ଏବେ ଏଥିରେ ମଧ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଯାହାପରେ ଡାକଘରେ ମଧ୍ୟ ଟଙ୍କା ରଖିବା ଆଉ ସୁରକ୍ଷିତ ନୁହେଁ ବୋଲି ଲୋକେ କହୁଛନ୍ତି ।

କାରଣ କେନ୍ଦ୍ରପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଭୁଇଁପୁର ଉପଡାକଘରେ ଟଙ୍କା ଜମା ରଖିଥିବା ଶତାଧିକ ଗ୍ରାହକ ନିଜ ଜମା ଟଙ୍କା ଫେରି ପାଉ ନଥିବା ଅଭିଯୋଗ ଆଣିଛନ୍ତି । ସେମାନେ ପାସବୁକରେ ରଖିଥିବା ଲକ୍ଷ ଲକ୍ଷ ହଡପ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି । ଗତ ଦୁଇ ବର୍ଷ ହେଲା ପୋଷ୍ଟ ମାଷ୍ଟର ଏବଂ ଡାକ ବିଭାଗର ସୁପରିଟେଡେଣ୍ଟଙ୍କ ପାଖକୁ ଦୌଡି ଦୌଡି ସେମାନେ ନୟାନ୍ତ ହୋଇଗଲେଣି । ହେଲେ ଆଜି ଯାଏଁ ଏହି ଘଟଣାର ସମାଧାନ ହୋଇ ପାରିଲା ନାହିଁ ।

ଶୀଘ୍ର ଯଦି ଏହାର ସମାଧାନ ନ ହୁଏ ତେବେ ଟଙ୍କା ଜମାକାରୀ ମାନେ ଆତ୍ମହୁତି ଦେବାକୁ ଚେତାବନୀ ଦେଇଛନ୍ତି । ମୂଲ ମଜୁରି କରି ପରିବା ବେପାର କରି ଲୋକମାନେ ପୋଷ୍ଟଅଫିସରେ ଟଙ୍କା ଜମା ରଖିଥିଲେ । ଯେଉଁ ଝାଳବୁହା ଧନ ଦିନରାତି ପରିଶ୍ରମ କରି ପୋଷ୍ଟଅଫିସରେ ଜମା କରିଥିଲେ ତାହା ଏବେ ଫେରି ପାଇବାକୁ ତାଙ୍କୁ ଏଠି ଶେଠୀ ଦୌଡିବାକୁ ପଡୁଛି । ଏନେଇ ସ୍ଥାନୀୟ ଜମାକାରୀ ମାନେ ଭାଙ୍ଗି ପଡିଛନ୍ତି ।

ଜମାକାରୀ ମାନେ ଯେଉଁ ଟଙ୍କା ଜମା କରୁଥିଲେ ତାହା କେବଳ ତାଙ୍କ ପାସବୁକରେ ଲିଖିତ ଆକାରରେ ଥିବାବେଳେ ଅନଲାଇନରେ ସେ ସବୁ ଦେଖାଉ ନାହିଁ । ତେଣୁ ସେମାନେ ଟଙ୍କା ପାଇ ପାରୁନାହାନ୍ତି । ଏନେଇ ପୋଷ୍ଟ ମାଷ୍ଟର କହିଛନ୍ତି କି, ଜମାକାରୀ ମାନଙ୍କ ଟଙ୍କା ହଡପ ହୋଇନାହିଁ ବରଂ ମିସପୋଷ୍ଟିଂ ହେଇଛି । ଯେଉଁଥି ପାଇଁ ତାହା ଅନଲାଇନରେ ଶୋ’ କରୁନି । ଏନେଇ ତାଙ୍କ ହାତରେ କୌଣସି ପାୱାର ନାହିଁ କି ସେ ସିଷ୍ଟମରୁ କାଢିକି ଲୋକଙ୍କୁ ଟଙ୍କା ଫେରାଇ ଦେବେ ।

ପୋଷ୍ଟ ମାଷ୍ଟରଙ୍କୁ ଏନେଇ ପଚରା ଯିବାରୁ ସେ ଏଭଳି କିଛି ଉତ୍ତର ଦେଇଛନ୍ତି । ତେବେ ଲୋକମାନେ କିଭଳି ନିଜ ଟଙ୍କା ଫେରି ପାରିବେ ସେନେଇ ଶୀଘ୍ର କିଛି କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।