ବିନା ଟିକେଟରେ ରେଳଯାତ୍ରା କରୁଥିବା ଯାତ୍ରୀଙ୍କୁ ସାବାଡ କଲେ ଏହି ଅଫିସର, ଆଦାୟ କଲେ କୋଟିଏ ଟଙ୍କାର ଫାଇନ୍, ଦେଖନ୍ତୁ ଏନେଇ କଣ କହିଲା ରେଳବିଭାଗ

ବିନା ଟିକେଟରେ ରେଳଯାତ୍ରା କରୁଥିଲେ ସାବଧାନ ହୋଇଯାନ୍ତୁ । କାରଣ ଟିକେଟ ଚେକର ରୋଜାଲିନ ଆରୋକିଆ ମେରିଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ଏବେ ଯାଏଁ ସେ ଏକ କୋଟିରୁ ଅଧିକ ଜୋରିମାନା ଆଦାୟ କରି ସାରିଲେଣି । ରେଳଯାତ୍ରା କରିବାକୁ ଅଧିକାଂଶ ଲୋକେ ପସନ୍ଦ କରନ୍ତି । ଆରାମଦାୟକ ସୁବିଧା ସାଙ୍ଗକୁ ଅଳ୍ପ ଟଙ୍କା ପାଇଁ ଯାତ୍ରୀମାନେ ରେଳରେ ଯାତ୍ରା କରିବାକୁ ଭଲପାନ୍ତି । ହେଲେ ଟ୍ରେନରେ ଯାତ୍ରା କରିବା ବେଳେ ଅନେକ ଲୋକ ଟିକେଟ ନକରି ଯାତ୍ରା କରନ୍ତି ।

ହେଲେ ଏହି ଟିକେଟ ଚେକର ରୋଜାଲିନ ଟ୍ରେନରେ ବିନା ଟିକେଟରେ ଯାତ୍ରା କରୁଥିବା ଲୋକଙ୍କୁ ସାବାଡ କରି ଦେଇଛନ୍ତି । ଲୋକଙ୍କ ଠାରୁ ଜୋରିମାନା ଆକାରରେ ପାଖାପାଖି ଏକ କୋଟି ଟଙ୍କା ସେ ଆଦାୟ କରିଛନ୍ତି । ରୋଜାଲିନ ଦକ୍ଷିଣ ରେଳବାଇରେ ମୁଖ୍ୟ ଟିକେଟ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅଟନ୍ତି । ଏକ କୋଟି ଜୋରିମାନା ସଂଗ୍ରହ କରିଥିବା ରେଳବାଇର ପ୍ରଥମ ଟିକେଟ ଚେକର କର୍ମଚାରୀ ଭାବେ ସେ ବେଶ ଜଣାଶୁଣା ।

ରେଳ ମନ୍ତ୍ରଣାଳୟର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ତାଙ୍କର କିଛି ଶେୟାର କରାଯାଇଛି । ସେଥିରେ ସେ ଯାତ୍ରୀଙ୍କ ଟିକେଟ ଯାଞ୍ଚ କରିବା ସହ ଜୋରିମାନା ଆଦାୟ କରୁଥିବାର ଦେଖିବାକୁ ମିଳିଛି । ରୋଜାଲିନ ସଂପୂର୍ଣ୍ଣ ନିଷ୍ଠାର ସହ କାମ କରୁଛନ୍ତି ବୋଲି ସେ ଟ୍ବିଟରେ ଲେଖିଛି ରେଳବିଭାଗ ।

ସେ ଏବେ ଯାଏଁ ବିନା ଟିକେଟରେ ଯାତ୍ରା କରୁଥିବା ରେଳଯାତ୍ରୀଙ୍କ ଠାରୁ 1.03 କୋଟି ଟଙ୍କା ଜୋରିମାନା ଆକାରରେ ସଂଗ୍ରହ କରି ସାରିଲେଣି । ଭାରତୀୟ ରେଳକୁ ନେଇ ପ୍ରାୟତଃ ଚର୍ଚ୍ଚା ଲାଗି ରୁହେ । ପୃଥିବୀର ସର୍ବାଧିକ ଯାତ୍ରା କେବଳ ରେଳ ଯୋଗେ ହୁଏ ବୋଲି କୁହାଯାଏ । ପୂର୍ବରୁ ରେଳବିଭାଗ ପାଇଁ ସ୍ଵତନ୍ତ୍ର ବଜେଟ ପ୍ରସ୍ତୁତ ହେଉଥିଲା । ହେଲେ ଅନେକ ଲୋକ ଟ୍ରେନ ଯାତ୍ରା ପାଇଁ ଟିକେଟ କରନ୍ତି ନାହିଁ । ଏହିଭଳି ଯାତ୍ରୀଙ୍କୁ ସାବାଡ କରିବାକୁ ପଣ କରିଛନ୍ତି ରୋଜାଲିନ ।

ସେଥିପାଇଁ ସେ ବୁଲି ବୁଲି ସମସ୍ତ ଯାତ୍ରୀଙ୍କ ଟିକେଟ ଚେକ କରିବା ସହ ଜୋରିମାନା ମଧ୍ୟ ଆଦାୟ କରୁଛନ୍ତି । ଆପଣ ଟ୍ରେନରେ ଯାତ୍ରା କରିବା ବେଳେ ନିଶ୍ଚିତ ଭାବେ ଟିକେଟ କରନ୍ତୁ ଓ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହାକୁ ସୁରକ୍ଷିତ ରଖନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।