ବଲିଉଡକୁ ନଚାଉଛନ୍ତି ଏହି ଓଡିଆ ପୁଅ, ଡ୍ୟାନ୍ସ ଦେଖିଲେ ଆଖି ଲାଖିଯିବ, ସଂଘର୍ଷମୟ ଜୀବନ ସତ୍ତ୍ୱେ ଏମିତି ମିଳିଲା ସଫଳତା, ଦେଖନ୍ତୁ video

ତାଙ୍କ ଡ୍ୟାନ୍ସ ଦେଖିଲେ ଆପଣଙ୍କ ହାତ ଗୋଡ ବି ଆପେ ଆପେ ହଲିବାକୁ ଲାଗିବ । ଡ୍ୟାନ୍ସ ଷ୍ଟେପ ଗୁଡିକୁ ମନେ ରଖିବାକୁ ଇଚ୍ଛା ହେବାସହ ଠିକ ସେମିତି ନାଚିବାକୁ ବି ଚେଷ୍ଟା କରିବେ । ଡ୍ୟାନ୍ସର ତାଳେ ତାଳେ ତାଙ୍କର ଡ୍ୟାନ୍ସ ପାଇଁ ଏହି ଶ୍ରୀକ୍ଷେତ୍ର ପୁଅଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଓଡିଆ ଡ୍ୟାନ୍ସର ତଥା କୋରିଓଗ୍ରାଫର ସଂଗ୍ରାମ କେଶରୀ ବାରିକ ଏବେ ବଲିଉଡରେ ପାଦ ଥାପିଛନ୍ତି । ସେ ପିଲାଟି ଦିନରୁ ନୃତ୍ୟରେ କ୍ଯାରିୟର ଗଢିବାକୁ ଚାହୁଁଥିବା ବେଳେ ଏବେ ତାଙ୍କୁ ଏଥିରେ ସଫଳତା ମିଳିଛି ।

ସେ ବଲିଉଡର ଖ୍ୟାତନାମା କୋରିଓଗ୍ରାଫର ପ୍ରିନ୍ସଙ୍କ ସହ କାମ କରିବାକୁ ସେ ସୁଯୋଗ ପାଇଛନ୍ତି । ଅନେକ ଲୋକ ସ୍ଵପ୍ନ ଦେଖିଥାନ୍ତି ହେଲେ ଖୁବ କମ୍ ଲୋକଙ୍କ ସ୍ଵପ୍ନ ପୂରଣ ହୋଇଥାଏ । ଆଉ ସ୍ଵପ୍ନ ପୂରଣ ପାଇଁ ସାଧନାର ଆବଶ୍ୟକ ହୋଇଥାଏ । ସେ ପେଆୟ 2006 ପର ଠାରୁ ଅନେକ ଡ୍ୟାନ୍ସ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଆସୁଥିଲେ । ଡ୍ୟାନ୍ସ ରିୟାଲିଟି ଶୋ’ ଡ୍ୟାନ୍ସ ଚ୍ୟାଲେଞ୍ଜ ଏବଂ ଡ୍ୟାନ୍ସ ଓଡିଶା ଡ୍ୟାନ୍ସ ଭଳି ପ୍ରତିଯୋଗୀତାରେ ମଧ୍ୟ ସେ ଭାଗ ନେଇଥିଲେ ।

ଏହାପରେ ସେ ଆଗ୍ରହୀ ପିଲାଙ୍କୁ ଡ୍ୟାନ୍ସ ଶିଖେଇବା ଆରମ୍ଭ କରିଥିଲେ ଓ ଏଥିପାଇଁ ଡ୍ୟାନ୍ସ ଏକାଡେମି ମଧ୍ୟ ଖୋଲିଥିଲେ । ତାଙ୍କ ପରିଶ୍ରମର ସ୍ଵାଦ ଏବେ ସେ ଚାଖିଛନ୍ତି । ଏବେ ସେ ବଲିଉଡର ଜଣାଶୁଣା ପ୍ରଡ଼କ୍ସନ ସଂସ୍ଥା ‘ପ୍ରିନ୍ସ ଗୁପ୍ତା ଫିଲ୍ମ’ ଦ୍ଵାରା ପ୍ରଯୋଜନା ହୋଇଥିବା ‘ମେରା ଜୋତା ହି ଭରସା’ ସଙ୍ଗୀତରେ ଡ୍ୟାନ୍ସ କରିଛନ୍ତି ସଂଗ୍ରାମ । ପୁଅ ବଲିଉଡରେ ପାଦ ଦେବା ପରେ ବାପାମା’ଙ୍କ ଆଖି ଖୁସିରେ ଛଳଛଳ ହୋଇଯାଇଛି ।

ସଂଗ୍ରାମ ପିଲାଟି ଦିନରୁ ପୁରୀରେ ଡ୍ୟାନ୍ସ ଅଭ୍ଯାସ କରୁଥିବା ବେଳେ ଏଥିରେ ଚଞ୍ଚଲ ତାଙ୍କୁ ସହଯୋଗ କରନ୍ତି । ଚଞ୍ଚଲ କୁହନ୍ତି କି, ସଂଗ୍ରାମ କଥକ ଠାରୁ ଆରମ୍ଭ କରି ବିଭିନ୍ନ ଲୋକନୃତ୍ୟରେ ବେଶ ପାରଙ୍ଗମ । ପୁରୀର ବାଘଆଖଡା ଲେନ୍ ରେ ଜନ୍ମ ହୋଇଥିବା ସଂଗ୍ରାମଙ୍କର ପିଲାବେଳୁ ଡ୍ୟାନ୍ସ ପ୍ରତି ଦୁର୍ବଳତା ଥିଲା । ସେ ପରିବାରର ଗୋଟିଏ ପୁଅ ହୋଇଥିବା ବେଳେ ପରିବାର ବୋଝ ତାଙ୍କ ସ୍ଵପ୍ନ ପୂରଣ ରାସ୍ତାରେ କଣ୍ଟା ସାଜିଥିଲା ।

ହେଲେ ସବୁ ବାଧାବିଘ୍ନକୁ ପାର୍ କରି ସଫଳତା ସାଉଁଟିଛନ୍ତି ସଂଗ୍ରାମ । 2019 ରେ ସେ ମୁମ୍ବାଇ ଯାଇଥିଲେ ଓ 4 ବର୍ଷ ଭିତରେ ବେଶ କିଛି ଶିଖିଥିଲେ । ଆଉ ଏବେ ତାଙ୍କର ସଫଳତା ପାଇଁ ସେ ଓଡିଶାର ଗର୍ବ ପାଲଟିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।