ସାମ୍ନାକୁ ଆସିଲା ବଡବଡିଆଙ୍କ ନାଁ, ନୋଟିସ ପଠାଇଲା ED, ମୁଣ୍ଡରେ ଚଡକ ପଡିବା ପରେ ଏବେ ଓକିଲ ଖୋଜିଲେଣି Archana ସହ ମଜା କରିଥିବା ବଡ ବାବୁମାନେ

କିଏ କିଏ ଅର୍ଚ୍ଚନା ପାଖକୁ ଯାଇଛ, କେତେ ଦେଇଛ, କେତେ ଖାଇଛ ଏସବୁ ଇଡି ପଚାରିବ । ଅର୍ଚ୍ଚନା ପାଖକୁ ଆସିଥିବା ବଡବଡିଆଙ୍କୁ ଏବେ ନୋଟିସ ପଠାଇଛି ଇଡି । ଆଉ ସେମାନେ ଇଡି ସାମ୍ନାରେ ଏଭଳି ଅନେକ ପ୍ରଶ୍ନର ଉତ୍ତର ରଖିବେ । ବଡବଡିଆ ବାବୁମାନେ ଅର୍ଚ୍ଚନା ସହ ମିଶି ଯେଉଁ ବଡବଡିଆ ଖେଳ ଖେଳିଛନ୍ତି ସେସବୁର ହିସାବ ଏବେ ଇଡିକୁ ଦେବାକୁ ପଡିବ । କେଉଁ ବଡବଡିଆ ବାବୁମାନେ ଏଥିରେ ସାମିଲ ଅଛନ୍ତି, କିଏ କି ପ୍ରକାର ଖେଳ ଖେଳିଛି, କେତେ ଲେଖାଏଁ ଅର୍ଚ୍ଚନା ଅଣ୍ଟିରେ ଅଜାଡି ଦେଇଛ ସେସବୁର ହିସାବ ନିକାଶ  ବାକି ଅଛି ।

ଏସବୁ ଜାଣିବା ପାଇଁ ଚାହିଁ ବସିଛନ୍ତି ଓଡିଶାବାସୀ । ଅର୍ଚ୍ଚନା ଓ ଜଗବନ୍ଧୁର ଜେରା ପରେ ସେମାନଙ୍କ ସହଯୋଗୀ ଖଗାକୁ ରିମାଣ୍ଡରେ ନେଇଥିଲା ଇଡି । ଖଗା ଠାରୁ ଅନେକ ତଥ୍ୟ ହାସଲ ପରେ ଏବେ ଅର୍ଚ୍ଚନା ସହ ମିଶି ଖେଳ ଖେଳିଥିବା ବାବୁମାନଙ୍କ ପ୍ରମାଣ ପାଇବା ପରେ ସେମାନଙ୍କୁ ନୋଟିସ ପଠାଇଛି ଇଡି । ସେହି ବଡବଡିଆଙ୍କ ଭିତରେ ଯେଉଁ ନେତା, ବ୍ୟବସାୟୀ, ପ୍ରଯୋଜକ ଆଦି ଲୋକ ଅଛନ୍ତି ସମସ୍ତଙ୍କ ମୁଣ୍ଡରେ ଏବେ ଚଡକ ପଡିଲାଣି ।

କାରଣ ଏତେ ବର୍ଷ ହେବ ଲାଗିପାତି ଯେଉଁ ନାମ ଓ ଲୋକପ୍ରିୟତା ଅର୍ଜନ କରିଥିଲେ ସେସବୁ ଏବେ ଭାଙ୍ଗିବାକୁ ବସିଲାଣି । ଆଉ ଦିନ କେଇଟା ପରେ ଯେତେବେଳେ ନେତାମାନେ ଇଡି ଅଫିସକୁ ଯିବେ ସେତେବେଳେ ସେମାନଙ୍କ ଚେହେରା ସବୁ ସାମ୍ନାକୁ ଆସିବ । ମିଳିଥିବା ସୂଚନା ଅନୁଯାୟୀ ଏହି ସବୁ ମାମଲାରୁ ବର୍ତ୍ତିବା ପାଇଁ ବାବୁମାନେ କୁଆଡେ ଏବେଠୁ ଓକିଲ ଖୋଜିବା ଆରମ୍ଭ କରିଦେଲେଣି ।

ନିଜେ ନଯାଇ ଓକିଲଙ୍କୁ ଇଡି ଅଫିସ ପଠାଇବେ ବାବୁମାନେ । ଏଭଳି କରି ପାରୁ ପର୍ଯ୍ୟନ୍ତ ଅର୍ଚ୍ଚନା ମାମଲାରେ ନାମ ବାହାରକୁ ନ ଆସିବା ପାଇଁ ଚେଷ୍ଟା କରିବେ । ଲୁଚି ଲୁଚି ଅର୍ଚ୍ଚନା ଘରକୁ ଯାଇ ଯେତେ ରାତି କାଟିଛନ୍ତି ଓ ଅର୍ଚ୍ଚନାକୁ ଲୁଚେଇ ଲୁଚେଇ ଯେତେ ଦେଇଛନ୍ତି ସେସବୁ ଏବେ ସମସ୍ତଙ୍କ ସାମ୍ନାକୁ ଆସିବାକୁ ବସିଲାଣି । ଅର୍ଚ୍ଚନାର ବ୍ଯାଙ୍କ ଆକାଉଣ୍ଟ ଯାଞ୍ଚ କରିବା ପରେ ଅର୍ଚ୍ଚନା ଅର୍ଥ ହେରଫର ମାମଲାରେ ସମ୍ପୃକ୍ତ ଥିବା ହାଇପ୍ରୋଫାଇଲ ନାମ ଗୁଡିକ ସାମ୍ନାକୁ ଆଣିଥିଲା ଇଡି ।

ନାମ ଆସିବା ପରେ ସେ ସମସ୍ତଙ୍କୁ ନୋଟିସ ଜାରି କରି ସାରିଛି ଇଡି । ଯାହାକୁ ନେଇ ବଡବଡିଆଙ୍କ ମୁଣ୍ଡରେ ଚଡକ ପଡିଛି । ତେଣୁ ଇଜ୍ଜତ ଓ ପାୱାର ଯିବା ଭୟରେ ବଡ ବଡ ଓକିଲଙ୍କ ପରାମର୍ଶ ନେବାରେ ଲାଗି ପଡିଲେଣି ବୋଲି ଶୁଣିବାକୁ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।