ଘରକୁ ଗଦା ଗଦା ଟଙ୍କା ଆଣିଦେବ ଲୁଣ, ସାଧାରଣ ଭାବି ଲୁଣକୁ ଫୋପାଡି ଦିଅନ୍ତୁ ନାହିଁ, କରିବାକୁ ହେବ କେବଳ ଏହି 1 ସହଜ ଉପାୟ (Vastu Tips)

ପ୍ରତିଦିନ ଖାଦ୍ଯରେ ଆମେ ଲୁଣ ବ୍ଯବହର କରିଥାଉ, ଯାହା ଆମ ଖାଦ୍ୟକୁ ସ୍ଵାଦିଷ୍ଟ କରିଥାଏ । ତେବେ ସାଧାରଣ ଲାଗୁଥିବା ଏହି ଲୁଣ କିଭଳି ଆମ ଘରର ବାସ୍ତୁଦୋଷ ଦୂର କରିଥାଏ ଓ ବ୍ୟକ୍ତିଙ୍କର ଆୟ ତଥା ଧନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ଆଜି ଆମେ ଜାଣିବା । ଆପଣ ଜାଣିଥିବେ କି ଲୁଣ ସମୁଦ୍ରରୁ ଜନ୍ମ ନେଇଥାଏ । ମା ଲକ୍ଷ୍ମୀ ମଧ୍ୟ ସମୁଦ୍ରରୁ ଜନ୍ମ ନେଇଥିଲେ, ଯାହାକି ତାଙ୍କ ବାପଘର ବୋଲି ମାନାଯାଏ । ତେଣୁ ଲୁଣ ମା’ ଲକ୍ଷ୍ମୀଙ୍କର ଅତିପ୍ରିୟ ହୋଇଥାଏ ।

ରୋଷେଇ ବ୍ଯତୀତ ବାସ୍ତୁଦୋଷ, ନଜରଦୋଷ ଓ ଘରର ସବୁ ନକରାତ୍ମକ ଊର୍ଜାକୁ ଦୂର କରିବାରେ ମଧ୍ୟ ଲୁଣର ବ୍ଯବହାର କରାଯାଏ । ଯଦି ଘରେ ଅଯଥାରେ କଳିଝଗଡା ଲାଗି ରହୁଛି, ଅଯଥା ଖର୍ଚ୍ଚ ହେଉଛି, ଆୟ ଥିଲେ ମଧ୍ୟ ସଞ୍ଚୟ ହୋଇ ପାରୁନାହିଁ ଏବଂ ବ୍ୟବସାୟରେ କ୍ଷତି ଘଟୁଥାଏ ତେବେ ଲୁଣର କିପରି ବ୍ୟବହାର କରି ସେସବୁରୁ ମୁକ୍ତି ପାଇବେ ତାହା ଆଜି ଆମେ ଆପଣଙ୍କୁ କହିବୁ ।

ଘରର ପୋଛିବା ସମୟରେ ପାଣିରେ ଏକ ଚାମୁଚ କିମ୍ବା ଏକ ମୁଠା ଲୁଣ ମିଶାଇ ଦିଅନ୍ତୁ ଓ ସେଥିରେ ଘର ପୋଛନ୍ତୁ । ସପ୍ତାହରେ 2-3ରୁ ତିନିଥର ଏଭଳି ନିଶ୍ଚୟ କରନ୍ତୁ । ଏହି ଉପାଯରେ ରିଫାଇନ ଲୁଣ ଅପେକ୍ଷା ଧାଗରା ଲୁଣ ବହୁତ ଭଲ କାମ କରିଥାଏ । ଏହାଦ୍ବାରା ଘରର ସବୁ ବାସ୍ତୁଦୋଷ ଓ ନଜରଦୋଷ ଦୂର ହୁଏ ।

ଘରକୁ ଆଉ କୌଣସି ନକରାତ୍ମକତା ପ୍ରବେଶ କରିପାରେ ନାହିଁ ଓ ଘର ଧନ ଐଶ୍ଵର୍ଯ୍ୟରେ ପୁରି ଉଠେ । ଘରେ ରୋଜଗାର ଥିଲେ ମଧ୍ୟ ଉନ୍ନତି ନହେଉ ଥିଲେ ଏବଂ ଘରେ ସବୁବେଳେ ରୋଗ ଲାଗି ରହୁଥିଲେ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ଏକ ନାଲି କପଡାରେ କିଛି ଲୁଣ ରଖି ବାନ୍ଧି ଦିଅନ୍ତୁ । ଏହାପରେ ଘରର ମୁଖ୍ୟଦ୍ବାରର ଡାହାଣ ପଟେ ସେହି ପୁଟୁଳିଟିକୁ ବାନ୍ଧି ଦିଅନ୍ତୁ ।

ପୁଣି ପରବର୍ତ୍ତୀ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ପୁରୁଣା ପୁଟୁଳି ପାଣିରେ ବିସର୍ଜନ କରି ନୂଆ ପୁଟୁଳି ପ୍ରସ୍ତୁତ କରି ବାନ୍ଧି ଦିଅନ୍ତୁ । ଏଭଳି କ୍ରମାଗତ ଭାବେ କଲେ ଘରର ନଜର ଦୋଷ ଦୂର ହୁଏ । ନକରାତ୍ମକତା ଦୂର ହୋଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ ।

ଯଦି କାର୍ଯ୍ୟକ୍ଷେତ୍ରରେ କ୍ଷତି ହେଉଛି, ଯେତେ ରୋଜଗାର ହେଲେ ମଧ୍ୟ ନିଅଣ୍ଟ ହେଉଛି ତେବେ କିଛି ଲୁଣ ନେଇ ଏକ କାଚ କିମ୍ବା ପ୍ଲାଷ୍ଟିକ ଡବାରେ ରଖି ଦିଅନ୍ତୁ । ସେଥିରେ କିଛି ଲବଙ୍ଗ ମଧ୍ୟ ରଖିଦିଅନ୍ତୁ । ସେହି ଡବାକୁ ଆଲମୀରା, ଲକର୍ କିମ୍ବା ପଇସା ବାକ୍ସରେ ରଖିଦିଅନ୍ତୁ । ଆପଣ ଚାହିଁଲେ ଚାଉଳ ଡବାରେ ମଧ୍ୟ ଏହାକୁ ରଖିପାରିବେ ।

ଏହାଦ୍ବାରା ଘରର ଆର୍ଥିକ ଅବସ୍ଥାରେ ସୁଧାର ଆସିଯିବ । ଏହାସହ ଘରୁ କେବେବି ଲୁଣ ଶେଷ ହେବାକୁ ଦିଅନ୍ତୁ ନାହିଁ, ଏଣେତେଣେ ପକାନ୍ତୁ ନାହିଁ କି ଲୁଣ ନଷ୍ଟ କରନ୍ତୁ ନାହିଁ । ଦେଖିବେ ଆପଣଙ୍କ ଘରର ଉନ୍ନତି ଆପେ ଆରମ୍ଭ ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।