ଏହି ଜିନିଷ ଭୁଲ୍ ରେ ବି ଫ୍ରିଜରେ ରଖନ୍ତୁ ନାହିଁ! ପାଣି ଭଳି ବୋହିଯିବ ଧନ ଓ ପରିବାର ହୋଇଯିବ ବରବାଦ, Astrologer Pragyan Tripathy

ଫ୍ରିଜରେ ଆମେ ଅନେକ ଜିନିଷ ରଖିଥାଉ । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଜିନିଷ ଫ୍ରିଜରେ ରଖିବା ବିଲକୁଲ ଉଚିତ ନୁହେଁ । ଆସନ୍ତୁ ଏନେଇ ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ । ଫ୍ରିଜରେ ଆମେ ଲଙ୍କା ଓ ଲେମ୍ବୁ ରଖିଥାଉ । ଏହି ଦୁଇଟି ଜିନିଷକୁ ନଜର ଦୋଷ ନ ଲାଗିବା ପାଇଁ ମଧ୍ୟ ବ୍ୟବହାର କରାଯାଏ । ଦୋକାନ, ଅଫିସ, ଘରେ ଏବଂ ଯାନବାହାନରେ ଲଙ୍କା ଓ ଲେମ୍ବୁ ମାଳ ଟଙ୍ଗାଇ ରଖାଯାଏ ।

ଯେପରି କୌଣସି ନକରତ୍ମକ ଶକ୍ତି ଘର, ଅଫିସ ଓ ଗାଡିରେ ପ୍ରବେଶ ନକରେ ସେଥିପାଇଁ ଲଙ୍କା ଓ ଲେମ୍ବୁ ଟାଙ୍ଗିବାର ବିଧି ଯୁଗ ଯୁଗରୁ ରହିଆସିଛି । ଲେମ୍ବୁ ହେଉଛି ଖଟା ଏବଂ ଲଙ୍କା ରାଗ, ଯାହା ଆମ ଖାଦ୍ୟର ସ୍ଵାଦ ବଢାଇଥାଏ । କିନ୍ତୁ ଲେମ୍ବୁ ହେଉଛି ଏକ ରାହୁ ପ୍ରଭାବିତ ଜିନିଷ । କଞ୍ଚା ଲଙ୍କାଟି ରାଗ ଏବଂ ସବୁଜ । କଞ୍ଚା ଲଙ୍କାରେ ଥିବା ରାଗ ହେଉଛି ମଙ୍ଗଳଙ୍କର ପ୍ରଭାବ ଓ ସବୁଜ ରଙ୍ଗଟି ହେଉଛି ବୁଧଙ୍କର ପ୍ରଭାବ ।

ଲଙ୍କା ଓ ଲେମ୍ବୁକୁ ଏକସାଥିରେ ନେବା ଅର୍ଥ ରାହୁ, ବୁଧ ଓ ମଙ୍ଗଳଙ୍କୁ ଏକାସାଥିରେ ନେବା । ମଙ୍ଗଳଙ୍କ ସହ କେବେବି ବୁଧ ଓ ରାହୁଙ୍କ ସମ୍ପର୍କ ଠିକ ନଥାଏ ବା ଏମାନଙ୍କୁ ଶତ୍ରୁ ଭାବିଥାନ୍ତି । ତେବେ ଲେମ୍ବୁ ଏବଂ ଲଙ୍କାରେ ଥିବା ଖଟା ଓ ରାଗ ନକରାତ୍ମକ ଊର୍ଜା ସବୁକୁ ନିଜେ ନେଇଯାଏ । ତେଣୁ ଏହାକୁ ଘର, ବ୍ୟବସାୟ, ଗାଡି ଆଦିରେ ଟଙ୍ଗାଯାଏ ।

କିନ୍ତୁ ଫ୍ରିଜ ଭିତରେ ଲେମ୍ବୁ ଓ ଲଙ୍କାକୁ ଏକାଠି ରଖିବା ଅଶୁଭ ଫଳ ଦେଇଥାଏ । ଗୋଟିଏ ଜାଗା ବା ଗୋଟିଏ ପଲିଥିନ ଭିତରେ ଲେମ୍ବୁ ଓ ଲଙ୍କାକୁ ଏକାଠି ରଖିବା ଦ୍ଵାରା ଘରର ଆର୍ଥିକ ସ୍ଥିତିରେ ଅବନତି ଘଟିଥାଏ । ଘରେ ଅଯଥା ଖର୍ଚ୍ଚ ବଢିବା ସହ ପରିବାରରେ ତିକ୍ତତା ବଢେ ଓ ଝଗଡା ମଧ୍ୟ ଲାଗି ରୁହେ । ଲଙ୍କା ଓ ଲେମ୍ବୁକୁ ଏକାଠି ଫ୍ରିଜରେ ରଖିବା ଦ୍ଵାରା ଟଙ୍କା ଅପବ୍ୟୟ ହୋଇଥାଏ ଓ ଏହି ଅପବ୍ୟୟ ଆପଣଙ୍କୁ ଦୁଃଖ ଦେଇପାରେ ।

ବାହାର ସ୍ଥାନରେ ଏହାକୁ ଏକାଠି ରଖିଲେ ସେତେ ପ୍ରଭାବ ପଡେ ନାହିଁ । କିନ୍ତୁ ଫ୍ରିଜ ଭିତରେ ଲଙ୍କା ଓ ଲେମ୍ବୁ ଏକାଠି ରହିବା ଦ୍ଵାରା ଅତ୍ୟଧିକ ପ୍ରଭାବ ପଡିଥାଏ । କାରଣ ଫ୍ରିଜ ସବୁବେଳେ ବନ୍ଦ ହୋଇ ରୁହେ ଓ ଦୁଇଟି ଯାକ ଶକ୍ତି ମଧ୍ୟ ତା’ ମଧ୍ୟରେ ବନ୍ଦ ହୋଇ ରୁହନ୍ତି ।

ଆହୁରି ମଧ୍ୟ ଯେତେ ଦିନ ଯାଏଁ ଫ୍ରିଜ ଭିତରେ ଲେମ୍ବୁ ଓ ଲଙ୍କା ଏକାଠି ରୁହେ ସେତେଦିନ ଯାକ ପରିବାରରେ ଅଶାନ୍ତି ଓ କଳହ ଲାଗି ରୁହେ । ଏକାଠି ରହିଲେ ମଧ୍ୟ ଅନ୍ୟର କାମରେ ସନ୍ତୁଷ୍ଟ ହେବେ ନାହିଁ, କାହାର ବ୍ୟବହାର ଭଲ ଲାଗିବନି ତ ଆଉ କାହାର କଥାବାର୍ତ୍ତା କାହାକୁ ପସନ୍ଦ ହେବନି । ଭାଇ-ଭଉଣୀ, ଭଉଣୀ-ଭଉଣୀ ଓ ବାପା-ମା’ ଆଦି ସମସ୍ତଙ୍କ ମଧ୍ୟରେ ଏହି ଫ୍ରିଜରେ ଥିବା ଲେମ୍ବୁ ଓ ଲଙ୍କା ଝଗଡା ସୃଷ୍ଟି କରେଇବ ।

ଏହାସହ ଘରର ନକରାତ୍ମକତାକୁ ଦୂର କରିବା ବଦଳରେ ବୃଦ୍ଧି କରିଥାଏ ଏହି ଲେମ୍ବୁ ଓ ଲଙ୍କା । ତେଣୁ ଫ୍ରିଜରେ କେବେ ହେଲେ ଭୁଲରେ ଲେମ୍ବୁ ଓ ଲଙ୍କା ଏକାଠି ରଖନ୍ତୁ ନାହିଁ । ତଳ ଉପର କରି ଅଲଗା ଅଲଗା ଜାଗାରେ ରଖିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।