ଟି20 ଓ ଦିନିକିଆରେ ସଫଳତା ପରେ ଖୁବ ଶୀଘ୍ର ଧଳା ଜର୍ସିରେ ନଜର ଆସିବେ Suryakumar Yadav, ଏଥର ଲାଲ ବଲ ମ୍ଯାଚରେ ବି ଗର୍ଜିବ Surya ଙ୍କ ବ୍ୟାଟ

ଖୁବ ଶୀଘ୍ର ଟେଷ୍ଟ କ୍ରିକେଟରେ ମଧ୍ୟ ତେଜ ଦେଖାଇବେ ଧୂଆଁଦାର ଟି20 ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ । ବିସ୍ଫୋରକ ଶତକ ପରେ ସଙ୍କେତ ଦେଇଛନ୍ତି ଏହି ଟି20 ର ଏକ ନମ୍ବର ବ୍ୟାଟର । ଧଳା ବଲରେ ବିସ୍ଫୋରକ ବ୍ୟାଟିଂ ପରେ ଏବେ ଲାଲ ବଲ ମ୍ଯାଚରେ ମଧ୍ୟ ଗର୍ଜିବ ସୂର୍ଯ୍ୟଙ୍କ ବ୍ୟାଟ । ଆଜ୍ଞା ହଁ, ଟି20ରେ ଧୂଆଁଦାର ବ୍ୟାଟିଂ କରି ବୋଲରଙ୍କ ନିଦ ହଜେଇ ଦେଉଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଖୁବ ଶୀଘ୍ର ଟିମ୍ ଇଣ୍ଡିଆର ଧଳା ଜର୍ସିରେ ଦେଖିବାକୁ ମିଳିବ ।

ଟି20 ମ୍ଯାଚ ସହ ଦିନିକିଆରେ ସୂର୍ଯ୍ୟ ଯେଉଁ ଭଳି ପ୍ରଦର୍ଶନ କରୁଛନ୍ତି ତାହା ସଙ୍କେତ ଦେଉଛି ଯେ ସୂର୍ଯ୍ୟଙ୍କୁ ଖୁବ ଶୀଘ୍ର ଟେଷ୍ଟ ମ୍ଯାଚର ଡାକରା ଆସିପାରେ । ଟେଷ୍ଟ ଟିମ୍ ରେ ସାମିଲ ହେବା ନେଇ ସୂର୍ଯ୍ୟ ନିଜେ ମଧ୍ୟ କହିଛନ୍ତି କି, ଖୁବ ଶୀଘ୍ର ଟେଷ୍ଟ ଟିମ୍ ରେ ଆସୁଛି । ବର୍ତ୍ତମାନ ଟି20 କ୍ରିକେଟରେ ବିଶ୍ଵର ଏକ ନମ୍ବର ବ୍ୟାଟର ସ୍ଥାନ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବ ଏହା ପୂର୍ବରୁ ମୁମ୍ବାଇ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ ମଧ୍ୟ ଖେଳିଛନ୍ତି ।

ଗତ କିଛି ବର୍ଷ ହେବ ମୁମ୍ବାଇ ପକ୍ଷରୁ ଭଲ ପ୍ରଦର୍ଶନ କରି ଆସୁଛନ୍ତି ସୂର୍ଯ୍ୟ । ଏନେଇ ସୂର୍ଯ୍ୟ କହିଛନ୍ତି, “ଯେବେ ଆମେ ପ୍ରଥମେ କ୍ରିକେଟ ଖେଳିବା ଆରମ୍ଭ କରିଥିଲୁ ଲାଲ ବଲରେ ଖେଳିଥିଲୁ । ଏବେ ବି ମୁଁ ମୁମ୍ବାଇ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳୁଛି । ଟେଷ୍ଟ ଫର୍ମାଟରେ ଖେଳିବା ମୁଁ ଭଲଭାବେ ଜାଣିଛି । ଏପରିକି ଲମ୍ବା ଫର୍ମାଟରେ ଖେଳିବାର ଆନନ୍ଦ ମଧ୍ୟ ଉଠାଇଛି । ଆଶା ଅଛି ମୋତେ ଖୁବ ଶୀଘ୍ର ଟିମ୍ ଇଣ୍ଡିଆର ଟେଷ୍ଟ ଟିମ୍ ରେ ସ୍ଥାନ ମିଳିବ । ମୁଁ ଭାରତ ପାଇଁ ଭଲ ପ୍ରଦର୍ଶନ କରିପାରିବି ।”

ତେବେ ଗତ କିଛି ବର୍ଷ ହେବ ଟେଷ୍ଟ ଟିମ୍ ରେ ଭାରତ ପାଇଁ ଖେଳିବାର ସ୍ଥାନ ମିଳୁ ନଥିବାରୁ ନିରାଶ ଥିବା କଥା ମଧ୍ୟ କହିଛନ୍ତି ସୂର୍ଯ୍ୟକୁମାର । ସୂର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି କି, ବେଳେବେଳେ ମୁଁ ଅତୀତ କଥା ମନେପକାଏ । ଯେତେବେଳେ ମୁଁ ଘରେ ଥାଏ କିମ୍ବା ପତ୍ନୀଙ୍କ ସହ କେଉଁଠିକୁ ଯାତ୍ରା କରୁଥାଏ ସେତେବେଳେ 2-3 ବର୍ଷ ତଳେ କେମିତି ସ୍ଥିତି ଥିଲା ସେନେଇ ଆମେ କଥା ହୋଇଥାଉ । ଅତୀତ ଓ ବର୍ତ୍ତମାନ ମଧ୍ୟରେ କଣ ଫରକ ଅଛି ତାହା ଆମେ ପରଖି ଥାଉ ।

ଜୀବନରେ କିଭଳି ଭାବେ ନୂଆ ମୋଡ ଆସିଛି ଆମେ ସେସବୁ ଆଲୋଚନା କରୁ । ତିନି ବର୍ଷ ତଳେ ଦଳରେ ସ୍ଥାନ ନ ମିଳିବାରୁ ନିରାଶ ଥିଲି । କିନ୍ତୁ ଜୀବନରେ ଯେତେବେଳେ କିଛି ଭଲ ହେଉଛି ସେ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ ବୋଲି ସେ କହିଛନ୍ତି । ତେବେ ଆଗକୁ ଖୁବ ଶୀଘ୍ର ଟେଷ୍ଟ ଟିମ୍ ରେ ସୂର୍ଯ୍ୟ ନିଜ ସ୍ଥାନ ବନେଇବେ ବୋଲି ବେଶ ଆଶାବାଦୀ ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।