ନବଜାତ ଝିଅ ସହ ସମୟ ବିତାଇବା ପାଇଁ କୋଟି କୋଟି ଟଙ୍କାର ଚାକିରି ଛାଡିଦେଲେ ବାପା, ସେ ଯାହା କହୁଛନ୍ତି ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ

ଘରେ କୁନି ଶିଶୁଟିଏ ଜନ୍ମ ନେଲେ ତା’ର ଯତ୍ନ ନେବା ପାଇଁ ମା’କୁ ଅନେକ ତ୍ୟାଗ କରିବାକୁ ପଡେ । ସବୁ କମ ଛାଡି କୁନି ପିଲାଟିକୁ ସବୁ ସମୟ ଦେବାକୁ ପଡେ । ହେଲେ ଆଜି ଆମେ ଏଠାରେ କହିବୁ ଏକଦମ ଓଲଟା କଥା । କୁନି ପିଲା ସହ ଅଧିକ ସମୟ ବିତାଇବା ପାଇଁ ବାପା କୋଟି କୋଟି ଟଙ୍କାର ଚାକିରି ଛାଡି ଦେଇଛନ୍ତି । ପଦୋନ୍ନତି ହେବା ପରେ କାମ ପାଇଁ ବିଭିନ୍ନ ସହରକୁ ଯିବାକୁ ପଡିବ ଏବଂ ନବଜାତ ସହ ସମୟ ବିତାଇବାକୁ ପାଇବେନି ଭାବି ଜଣେ ବାପା ଏଭଳି ନିଷ୍ପତ୍ତି ନେଇଛନ୍ତି ।

ନିଜ ନବଜାତ ଝିଅ ପ୍ରତି ଆଦୌ ହେଲା ନକରି ସେ ତାଙ୍କୁ ସବୁ ସମୟ ଦେବାକୁ ଚାହାନ୍ତି । ତେଣୁ ସେ ଚାକିରି ଛାଡି କହୁଛନ୍ତି, ବାପା ଭାବେ ମୋର ପ୍ରମୋଶନ ହୋଇଛି । IIT ଖଡଗପୁରରୁ ସ୍ନାତକ ହାସଲ କରିଥିବା ଅଙ୍କିତ ଯୋଶୀ ନାମକ ଜଣେ ଯୁବ ପିତାଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରିଛି । ଅଙ୍କିତଙ୍କ ଏଭଳି ନିଷ୍ପତ୍ତିକୁ ଅନେକ ବିରୋଧ କରିଥିଲେ ବି ତାଙ୍କ ପତ୍ନୀ ଆକାଂକ୍ଷା ଏନେଇ ତାଙ୍କୁ ସମର୍ଥନ ଜଣାଇଛନ୍ତି ।

କିଛି ମାସ ତଳେ ଜଣେ ବରିଷ୍ଠ ଉପାଧ୍ୟକ୍ଷ ଭାବେ ଏକ ନୂତନ ଚାକିରି ଆରମ୍ଭ କରିଥିଲେ । କିନ୍ତୁ ତାଙ୍କର କନ୍ୟା ସନ୍ତାନ ଜନ୍ମ ନେବା ପରେ ତା’ ସହ ଅଧିକ ସମୟ ବିତାଇବା ପାଇଁ କୋଟି କୋଟି ଟଙ୍କାର ବେତନ ମିଳୁଥିବା ଚାକିରିକୁ ମଧ୍ୟ ନା’ କହି ଦେଇଛନ୍ତି । କାରଣ ଚାକିରି କରିଥିଲେ ତାଙ୍କୁ ବିଭିନ୍ନ ସହରକୁ ଯାତ୍ରା କରିବାକୁ ପଡିଥାନ୍ତା ଓ ସେ ନିଜ ଝିଅ ସହ ସମୟ ବିତାଇ ପାରି ନଥାନ୍ତେ ।

ତେବେ ଅଙ୍କିତଙ୍କ ଏଭଳି ନିଷ୍ପତ୍ତି ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଥିବା ସେ କହିଛନ୍ତି । ଅଙ୍କିତଙ୍କ ପାଇଁ ଏହି ପଦକ୍ଷେପଟି ସେତେ ସହଜ ନଥିଲା । କାରଣ ଅନେକ ପୁରୁଷ ଏଭଳି ନିଷ୍ପତ୍ତି ନେବା କଥା ସହଜରେ ଚିନ୍ତା କରିପାରନ୍ତି ନାହିଁ । କିନ୍ତୁ ଅଙ୍କିତ ଆଶା ରଖିଛନ୍ତି ଯେ, ଆଗାମୀ ବର୍ଷ ତାଙ୍କ ପରିସ୍ଥିତି ବଦଳିଯିବ ।

ଗତ ଏକ ମାସରେ ଝିଅ ସହ ସମୟ ଅତିବାହିତ କରି ସେ ଯେତିକି ଖୁସି ହୋଇଛନ୍ତି ତାହା ତାଙ୍କର ଏପର୍ଯ୍ୟନ୍ତ ମିଳିଥିବା ସବୁ ଖୁସି ଠାରୁ ବଡ । ବାପା ହେବା ପରେ ଏହା ଅନୁଭବ କରୁଥିବା ଅଙ୍କିତ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।