କୋରାଇରେ ଭୟାନକ ଟ୍ରେନ ଦୁର୍ଘଟଣାର କଟୁ ସତ୍ୟ ! ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ, ଏହି କାରଣ ଯୋଗୁଁ 4 ବର୍ଷରେ ଘଟିଲାଣି 513 ଟି ଟ୍ରେନ ଦୁର୍ଘଟଣା

ସକାଳ 6:45 ସମୟରେ ଯାଜପୁରର କୋରାଇରୁ ଭୁବନେଶ୍ବର ଅଭିମୁଖେ ମାଡି ଆସୁଥିଲା ଏକ ମାଲବାହୀ ଟ୍ରେନ । ଏହି ସମୟରେ 8ଟି ବଗି ହଠାତ ଟ୍ରେନରୁ ଛିଡି ପଡିଥିଲା । ଫଳରେ ପୁରା ଅଞ୍ଚଳରେ ପ୍ରଚଣ୍ଡ ବିସ୍ଫୋରଣରେ କମ୍ପି ଉଠିଥିଲା ଓ ତା’ପରେ ଦେଖିବାକୁ ମିଳିଥିଲା ଛାତିଥରା ଦୃଶ୍ୟ । ଇଞ୍ଜିନ ସହ ଲାଗିଥିବା ବଗିଗୁଡିକ ଆଗକୁ ଚାଲି ଯାଇଥିବା ବେଳେ ଲାଇନଚ୍ୟୁତ ହୋଇଥିବା ବଗି ପ୍ଲାଟଫର୍ମ ଆଡକୁ ମାଡି ଯାଇଥିଲା । ଏଥିରୁ ଆପଣ ଅନୁମାନ କରି ପାରୁଥିବେ ଦୁର୍ଘଟଣାଟି କେତେ ସାଂଘାତିକ ଥିଲା ।

ପ୍ରତ୍ଯକ୍ଷଦର୍ଶୀ ଦୁର୍ଘଟଣା ସମୟର ହୋସ୍ ଉଡେଇଦେବା ଭଳି ଦୃଶ୍ୟ ବୟାନ କରିଛନ୍ତି । ଟ୍ରେନଟି 54 ବଗି ଧରି ଯେତିକି ଦ୍ରୁତଗତିରେ ଆସୁଥିଲା ଲାଇନଚ୍ୟୁତ ବଗିଗୁଡିକ ସେତିକି ତୀବ୍ରଗତିରେ ଉପରକୁ ଉଠି ଯାଇଥିଲା । ଷ୍ଟେସନର ଟିକେଟ କାଉଣ୍ଟର ଓ ଯାତ୍ରୀ ବିଶ୍ରାମଗାର ଆଡେ ମାଡି ଯାଇଥିଲା ଏହି ଟ୍ରେନ । ଅନ୍ୟ ଯାତ୍ରୀମାନେ ସକାଳୁ ସକାଳୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ପ୍ଲାଟଫର୍ମରେ ଅପେକ୍ଷା କରି ରହିଥିଲା । ହେଲେ ମୃତ୍ୟୁର ଦୂତ ସାଜି ଯେ ଲୌହଦାନବ ମାଡି ଆସୁଛି ଏକଥା କାହାରିକୁ ଜଣା ନଥିଲା ।

ଏହି ଦୁର୍ଘଟଣାରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତଙ୍କୁ କୋରାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାହାର ଭୁଲ ଯୋଗୁଁ ଅକଳାରେ ଚାଲିଗଲା ଏତେ ଜୀବନ ଓ କାହିଁକି ଏଭଳି ଦୁର୍ଘଟଣା ଘଟିଲା ଏନେଇ ସମସ୍ତଙ୍କ ମନରେ ନିହାତି ଭାବେ ପ୍ରଶ୍ନ ଉଙ୍କି ମାରୁଥିବ । ତେବେ ବଗିର ସଂଯୋଗ ଦୁର୍ବଳ ଥିବା କୁହା ଯାଉଥିବା ବେଳେ ଟ୍ରେନ ଲାଇନରେ ସମସ୍ଯା ଥିବା କେହି କେହି କହୁଛନ୍ତି । ବଗିର କବାଟ ଠିକ ଭାବେ ବନ୍ଦ ହୋଇ ନଥିବା ବି କୁହାଯାଉଛି ।

ତେବେ ଏଭଳି ହୃଦୟ ବିଦାରକ ଦୁର୍ଘଟଣା କାହିଁକି ଘଟିଲା ନେଇଏ କତ୍ତୃପକ୍ଷ ଏବେ ଯାଏଁ କିଛି ସ୍ପଷ୍ଟ କରିନାହାନ୍ତି । ଅନ୍ୟପଟେ ରାଜ୍ୟ ସରକାର ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଥିବା ବେଳେ ରେଳବାଇ 5 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛି । 2014 ରୁ 2028 ମଧ୍ୟରେ ଦେଶରେ 513ଟି ରେଳ ଦୁର୍ଘଟଣା ଘଟିଛି । ଦେଶରେ ଏବେବି ଇଂରେଜ ଶାସନ ସମୟ ରେଳଧାରଣା ରହିଛି ଓ ଅନେକ ରେଳଧାରଣା ବାରମ୍ବାର ମରାମତି ହୋଇ ସାରିଲାଣି ।

ଏବେ ବି ଟ୍ରେନରେ 71 ବର୍ଷ ପୁରୁଣା ଟେକନିକ ସହ ପୁରୁଣା ବଗିଗୁଡିକ ଲାଗିଛି । ଜରୁରୀକାଳୀନ ବ୍ରେକ ବି ଅନେକ ବାଗୀକୁ ରୋକି ପାରୁନାହିଁ । ଏହିପରି ଅନେକ କାରଣ ରହିଛି ଯାହାକି ବିଭିନ୍ନ ସମୟରେ ରେଳ ଦୁର୍ଘଟଣାର କାରଣ ସାଜୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।