ଭାଇରାଲ ହେଉଛି Anubhav Mohanty ଙ୍କ ଫିଲ୍ମ ଶୁଟିଙ୍ଗ ବେଳର ଫଟୋ ଏବଂ ଭିଡିଓ, ପରଦାରେ ସବୁ ପ୍ରଶ୍ନର ଜବାବ ଦେବେ ଅନୁଭବ

ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କେନ୍ଦ୍ରପଡା ସାଂସଦ ତଥା ଲୋକପ୍ରିୟ ଓଲିଉଡ ଅଭିନେତା ଅନୁଭବ ମହାନ୍ତି । ଏଥର ପାରିବାରିକ ବିବାଦକୁ ନେଇ ନୁହେଁ ବରଂ ନିଜର ଆସନ୍ତା ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଓଡିଆ ସିନେମାର ଧାରା ବଦଳୁଥିବା ବେଳେ ତଥା ଓଡିଆ ଇଣ୍ଡଷ୍ଟ୍ରିର ରୂପରେଖ ବଦଳୁଥିବା ବେଳେ ପୁଣି ଥରେ ଇଣ୍ଡଷ୍ଟ୍ରିକୁ କମ୍-ବ୍ୟାକ୍ କରୁଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି । ଯାହାକୁ ନେଇ ନାନାଦି ଆଲୋଚନା ଚାଲିଥିବା ବେଳେ ପ୍ରଶଂସକଙ୍କ ମୁହଁରୁ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି ।

ଏଥର ପୁଣି ଭାଇ ଫେରିଲେ ବୋଲି ଲୋକେ କହୁଛନ୍ତି । ଅନୁଭବଙ୍କ ଆସନ୍ତା ଫିଲ୍ମକୁ ନେଇ ଫ୍ୟାନ୍ସ ମାନେ ଏତେ ଉତ୍ସୁକ ଯେ ନିଜେ ନିଜେ ବ୍ୟାନର ତିଆରି କରି ସୋସିଆଲ ମିଡିଆରେ ଆଫଳୋଦ କଲେଣି । ଦୀର୍ଘ ଚାରି ବର୍ଷ ହେବ ସମସ୍ତେ ଅଭିନେତା ଅନୁଭବଙ୍କୁ ଯେଉଁ ପ୍ରଶ୍ନ ପଚାରି ଆସୁଥିଲେ, ଏହାର ଉତ୍ତର ତାଙ୍କର ପରବର୍ତ୍ତୀ ସିନେମାରେ ସମସ୍ତଙ୍କୁ ମିଳିଯିବ । ପ୍ରଶଂସକ ଓ ସିନେ ପ୍ରେମୀ ଏବେ ସମସ୍ତଙ୍କ ପ୍ରଶ୍ନରେ ପୂର୍ଣ୍ଣଚ୍ଛେଦ ପକାଇ ପୁଣି ଥରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଫେରିବେ ଅନୁଭବ ମହାନ୍ତି ।

କାରଣ ଅନୁଭବଙ୍କ ଆଗାମୀ ପ୍ରୋଜେକ୍ଟ “ରାବଣ” କୁ ବଡ ଆକାରରେ ରିଲିଜ କରିବା ନେଇ ଯୋଜନା ହେଉଛି । ତେବେ ଏହା ପୂର୍ବରୁ ଅନୁଭବ ମହାନ୍ତିଙ୍କର ଆଉ ଏକ ସିନେମା ପରଦାକୁ ଆସିବାକୁ ଯାଉଛି । ଆଉ ଏହି ସିନେମାର ନାଁ ରହିଛି “ଲଭ ଇନ ଲଣ୍ଡନ” । ଯାହାର ଶୁଟିଙ୍ଗ ବର୍ତ୍ତମାନ ଲଣ୍ଡନରେ ଚାଲିଥିବା ବେଳେ ଅନୁଭବ ମଧ୍ୟ ଲଣ୍ଡନରେ ଅଛନ୍ତି ।

ଯଦିଓ ଅନୁଭବ ନିଜେ ଏନେଇ କୌଣସି ସୂଚନା ଦେଇ ନାହାନ୍ତି, ତଥାପି ସୋସିଆଲ ମିଡିଆରେ ଅନୁଭବଙ୍କ ଫିଲ୍ମ ଶୁଟିଙ୍ଗ ସମୟର ଅନେକ ଫଟୋ ଓ ଭିଡିଓ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଅନୁଭବଙ୍କ ଆଗାମୀ ଫିଲ୍ମ ପାଇଁ ଫ୍ୟାନ୍ସ ମାନେ ବହୁତ ବହୁତ ଶୁଭେଚ୍ଛା ଜଣାଉଛନ୍ତି । ଅନୁଭବଙ୍କୁ ବଡ ପରଦାରେ ଦେଖିବାକୁ ପାଇଁ ତାଙ୍କ ଫ୍ୟାନ୍ସ ମାନେ ଆତୁର ହୋଇ ଚାହିଁ ରହିଛନ୍ତି ।

ବାବୁଶାନଙ୍କ ଫିଲ୍ମ “ଦମନ” ବେଶ ନାଁ କମାଇଥିବା ବେଳେ ଅନୁଭବ ମଧ୍ୟ ଦର୍ଶକଙ୍କ ପାଇଁ ବଡ ପରଦାରେ ଭଲ ଭଲ ଫିଲ୍ମ ନେଇ ଆସିବେ ବୋଲି ଆଶା ରଖିଛନ୍ତି ପ୍ରଶଂସକ ମାନେ । ତେବେ ଦେଖାଯାଉ ଦୀର୍ଘ ଦିନ ବ୍ଯବଧାନ ପରେ ପରଦା ଉପରକୁ ଫେରୁଥିବା ଅନୁଭବଙ୍କୁ ସମସ୍ତେ କେତେ ଭଲପାଇବା ଦେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।