ବାସି ରୁଟି ଫୋପାଡି ଦେଉଛନ୍ତି କି ? ବାସି ରୁଟିର ଏହି ଫାଇଦା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଜାଣନ୍ତୁ କାହିଁକି ଖାଇବେ ବାସି ରୁଟି ?

ଅନେକ ସମୟରେ ଘରେ ରାତିରେ ପ୍ରସ୍ତୁତ ହୋଇଥିବା ରୁଟି ବଳି ଯାଏ । ଆଉ ରୁଟି ବାସି ହୋଇ ଯାଇଥିବାରୁ ଅନେକ ଲୋକ ଏହାକୁ ଫୋପାଡି ଦେଇଥାନ୍ତି କିମ୍ବା ବୁଲା ପଶୁଙ୍କୁ ଖାଇବାକୁ ଦେଇ ଦିଅନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବାସୀ ରୁଟି ଆମ ସ୍ୱାସ୍ଥ୍ୟ ପାଇଁ ଚମତ୍କାରୀ ଔଷଧ ଭଳି କାର୍ଯ୍ୟ କରିଥାଏ । ବାସୀ ରୁଟିତ ଫାଇଦା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଚାଲନ୍ତୁ ଜାଣିବା ବାସୀ ରୁଟି ଖାଇବାର ପ୍ରକୃତ ଫାଇଦା ।

ବାସୀ ରୁଟିର ଫାଇଦା ପାଇବା ପାଇଁ ଆପଣ ରାତିରେ ବଳି ଯାଇଥିବା ରୁଟିକୁ ସକାଳ ଜଳଖିଆ ଭାବେ ବ୍ୟବହାର କରନ୍ତୁ । ସକାଳ ଜଳଖିଆରେ ବାସୀ ରୁଟି ଖାଇବା ଦ୍ଵାରା ପୁରା ଦିନ ଆପଣ ଶରୀରରେ ଊର୍ଜା ଅନୁଭବ କରିବେ । କାହିଁକି ନା ବାସି ରୁଟିରେ ଫାଇବରର ମାତ୍ରା ବେଶ ଅଧିକ ରହିଥାଏ । ଯାହାଦ୍ୱାରା ଆପଣଙ୍କୁ ଭୋକ ମଧ୍ୟ କମ୍ ଲାଗିଥାଏ । ବାସି ରୁଟି ଖାଇବା ଦ୍ଵାରା ମୋଟାପଣ ଓ ଓଜନ ଅଧିକ ଥିବା ଲୋକଙ୍କ ଓଜନ ମଧ୍ୟ କମ୍ ହୋଇଥାଏ ।

ପୂର୍ବରୁ ଲୋକମାନେ ରାତିରେ ବଳି ପଡୁଥିବା ରୁଟିକୁ ସକାଳେ ଖାଉଥିଲେ । ସେଥିପାଇଁ ସେମାନେ ସୁସ୍ଥ ରହୁଥିଲେ ଏବଂ ସେମାନଙ୍କ ପେଟ ମଧ୍ୟ ବାହାରକୁ ବାହାରୁ ନଥିଲା । ଫଳରେ ଆଗକାଳ ଲୋକଙ୍କ ଠାରେ ମୋଟାପଣ ବହୁତ କମ୍ ଦେଖିବାକୁ ମିଳୁଥିଲା । କିନ୍ତୁ ଆଜିକାଲି ପେଟ ବାହାରିବା ସମସ୍ଯାକୁ ନେଇ ସମସ୍ତେ ଚିନ୍ତିତ ରହୁଛନ୍ତି ।

ସକାଳେ ବସି ରୁଟି ଖାଇବା ଦ୍ଵାରା ଭୋଜନ ଠିକ ଭାବେ ହଜମ ହେବାରେ ଏହା ସାହାଯ୍ୟ କରିଥାଏ ଏବଂ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡିଥାଏ । ତେବେ ବାସି ରୁଟିକୁ ଯେମିତି ଇଚ୍ଛା ସେମିତି ଖାଆନ୍ତୁ ନାହିଁ । ଏହାକୁ ଛୋଟ ଛୋଟ ଖଣ୍ଡରେ ଚିରି କ୍ଷୀରରେ ପକାଇ ଖାଇବା ଉଚିତ । ସକାଳେ ଏହିପରି ଭାବେ ବାସି ରୁଟି ଖାଇବା ଦ୍ଵାରା ଅଗଣିତ ଲାଭ ମିଳିଥାଏ ।

ବାସି ରୁଟି ଖାଇଅବା ଦ୍ଵାରା କେବେବି ପେଟଜନିତ ସମସ୍ଯା ଦେଖା ଦିଏନାହିଁ ଏବଂ ପୁରା ଦିନଟି ଆପଣଙ୍କ ଶରୀର ଊର୍ଜାରେ ଭରପୁର ରହିଥାଏ । ଫଳରେ ଆପଣ ଆଳସ୍ୟ ଅନୁଭବ କରି ନଥାନ୍ତି । ବ୍ଲଡ଼ପ୍ରେସର ରୋଗୀମାନଙ୍କୁ ବାସି ରୁଟି ଖାଇବାର ଲାଭ ମିଳିଥାଏ । ପ୍ରତିଦିନ କ୍ଷୀରରେ ବାସି ରୁଟି ଖାଇବା ଦ୍ଵାରା ବ୍ଲଡ଼ପ୍ରେସର ନିୟନ୍ତ୍ରଣରେ ରହିଥାଏ ଓ ଏଥି ସମ୍ବନ୍ଧିତ ସମସ୍ତ ସମସ୍ଯା ଦୂର ହୋଇଥାଏ ।

ବାସି ରୁଟି ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ଔଷଧ ଭଳି କାମ କରିଥାଏ । ଏହାଦ୍ବାରା ସେମାନଙ୍କ ବ୍ଲଡ଼ ସୁଗାର ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ଅଧିକ ଦୁର୍ବଳ, ପତଳା ଥିବା ଲୋକ ଏବଂ ସବୁବେଳେ ରୋଗରେ ପଡୁଥିବା ଲୋକଙ୍କ ପାଇଁ ମଧ୍ୟ ବାସି ରୁଟି ବେଶ ଭଲ ହୋଇଥାଏ । ଏହାଦ୍ବାରା ଶାରୀରିକ ଶକ୍ତି ବଢିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।

ବାସି ରୁଟି ହେଉଛି ଭିଟାମିନ, ପ୍ରୋଟିନ ଓ ଫାଇବରର ଗନ୍ତାଘର । ତେଣୁ ରାତିରେ ରୁଟି ବଳି ଯାଉଥିଲେ ତାହାକୁ ନ ଫୋଫାଡି ସକାଳ ଜଳଖିଆରେ ଖାଇବା ଆରମ୍ଭ କରି ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।