ସାମ୍ନାକୁ ଆସି ସଫେଇ ଦେଲେ Rani Panda, ଭିଡିଓ କରି କାନ୍ଦି କାନ୍ଦି ଫ୍ୟାନ୍ସଙ୍କୁ ଜଣାଇଲେ ନିଜ ଦୁଃଖ, ଦେଖନ୍ତୁ video

ଦୁର୍ଘଟଣା ଘଟିବାର ତିନିଦିନ ପରେ ଭିଡିଓ ମାଧ୍ୟମରେ ସଫେଇ ଦେଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ତାଙ୍କ କାର୍ ସହ ଯେଉଁ ଦୁର୍ଘଟଣା ଘଟି ବାଇକ ଆରୋହିଙ୍କ ଜୀବନ ଚାଲିଗଲା ସେଥିରେ ତାଙ୍କର କୌଣସି ଭୁଲ ନଥିବା କହିଛନ୍ତି ରାଣୀ । ସେ ଆହୁରି ମଧ୍ୟ କହିଛନ୍ତି ଅନେକ କଥା ମିଥ୍ୟା ପ୍ରଚାର ହେବାସହ ସେ ଦୋଷ ନକରି ଦୋଷୀ ହୋଇଛନ୍ତି । ରାଣୀ କହିଛନ୍ତି, “ମୁଁ ଗରିବର ସାଥି ତେଣୁ ଗୋଟିଏ ଗରିବକୁ କେବେବି ମାରିପାରିବି ନାହିଁ । ତେଣୁ ଶୁଦ୍ଧିକ୍ରିୟା ପାଇଁ 50 ହଜାର ଟଙ୍କା ସେ ଦେଇଛନ୍ତି ।

ମୃତ ଯୁବକଙ୍କ ପିଲାଙ୍କ ଭବିଷ୍ୟତ ଗଢିବା ସହ ଅନ୍ୟ ସାହାଯ୍ୟ କରିବା କଥା ରାଣୀ କହିଛନ୍ତି । ଏନେଇ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିକି ସେ ପୋଷ୍ଟ କରିଛନ୍ତି । ଏହାସହ ଆଜି ସକାଳୁ ରାଣୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲାଇଭ ଆସି ଫ୍ୟାନ୍ସଙ୍କୁ ନିଜ ଦୁଃଖ ଜଣାଇଛନ୍ତି । ଘଟଣା ସମ୍ପର୍କରେ ସବୁ କଥା କହିବା ସହ ଦୁଇ ଦିନ ଧରି ମେଡିକାଲରେ ପଡିଥିବା କଥା ମଧ୍ୟ ସେ କହିଛନ୍ତି । ତାଙ୍କର କୌଣସି ଦୋଷ ନଥିବା ବେଳେ ତାଙ୍କ ନାଁରେ ଲୋକେ ବହୁତ ମିଥ୍ୟା ପ୍ରଚାର କରୁଛନ୍ତି ।

ତାଙ୍କ ହାତ, ଗୋଡ ଓ ଛାତିରେ ଆଘାତ ଲାଗିଥିବା କଥା ମଧ୍ୟ କହିଛନ୍ତି ରାଣୀ ପଣ୍ଡା । ଏତେ ଲୋକ ଥାଉ ଥାଉ ମୋର ଗାଡି ଆଗରେ ହିଁ ତାଙ୍କର ଜୀବନ ଯିବାର ଥିଲା ! କାନ୍ଦି କାନ୍ଦି ଏଭଳି କହିଛନ୍ତି ରାଣୀ ପଣ୍ଡା । ରାଣୀ ବହୁତ ଦୁଃଖରେ ଥିବା ସହ ତାଙ୍କ ମୁହଁ ଏକଦମ ଫୁଲି ଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ।

ରାଣୀଙ୍କ ଅନେକ ଫ୍ୟାନ୍ସ ତାଙ୍କୁ ଆଶ୍ଵାସନା ଦେବା ସହ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । ତାଙ୍କ ଗାଡି ଆଗରେ ଜୀବନ ଯାଇଥିବା ଯୁବକଙ୍କ ପରିବାର ପାଇଁ ଯାହାବି ତାଙ୍କ ଦ୍ଵାରା ସମ୍ଭବ ସେ କରିବେ ବୋଲି କହିଛନ୍ତି । ରାଣୀ ପଣ୍ଡାଙ୍କ ଗାଡିରେ ପିଟି ହୋଇ ଆଠଗଡ ରାଜନଗର ଗାଁର 28 ବର୍ଷୀୟ ଯୁବକ ସୁକାନ୍ତ ବେହେରାଙ୍କ ଜୀବନ ଚାଲିଯିବା ପରେ ରାଣୀ ପଣ୍ଡାଙ୍କ ଗିରଫ ଦାବି କରୁଥିଲେ ସୁକାନ୍ତଙ୍କ ପରିବାର ଲୋକେ ।

ପୁଅକୁ ହରାଇ ସେମାନେ ଏକଦମ ଭାଙ୍ଗି ପଡିଛନ୍ତି ଓ ରାଣୀ ପଣ୍ଡା ଆମ ପୁଅକୁ ମାରିଦେଲା ବୋଲି ଛାତି ପିଟି କାନ୍ଦୁଛନ୍ତି । ତେବେ ରାଣୀଙ୍କ ଦ୍ଵାରା ପଠା ଯାଇଥିବା ସହାୟତା ରାଶି ସୁକାନ୍ତଙ୍କ ପରିବାର ଗ୍ରହଣ କରିଥିବା ସୂଚନା ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।