ଏହି ଅଭିନେତ୍ରୀମାନେ କରିବାକୁ ଚାହାନ୍ତି ନାହିଁ ଅଜୟ ଦେବଗନଙ୍କ ସହିତ କାମ, ନମ୍ବର ୧ ତ ସମସ୍ତଙ୍କର ପସନ୍ଦ

ବଲୀଉଡ ଇଣ୍ଡଷ୍ଟ୍ରିରେ ବହୁତ ବଡ ବଡ ଅଭିନେତା ଏବଂ ଅଭିନେତ୍ରୀମାନେ ଅଛନ୍ତି ଯେଉଁମାନେ ନିଜର ଅଭିନୟ ଦ୍ଵାରା ଲକ୍ଷ ଲକ୍ଷ ଲୋକମାନଙ୍କ ହୃଦୟରେ ରାଜ କରୁଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଅଜୟ ଦେବଗନ । ଯିଏକି ସବୁଠୁ ସାଧାରଣ ଭାବରେ ଜୀବନ ଯାପନ କରିଥାନ୍ତି । କିନ୍ତୁ ସେ ନିଜର ଜବରଦସ୍ତ ଅଭିନୟ ଏବଂ ଆକ୍ସନ ସାହାର୍ଯ୍ୟରେ ବଲୀଉଡରେ ନିଜର ଏକ ଅଲଗା ପରିଚୟ ତିଆରି କରି ପାରିଛନ୍ତି ।

୯୦ ଦଶକରେ ବଲୀଉଡ ଇଣ୍ଡଷ୍ଟ୍ରିରେ ନିଜର ଆକ୍ସନ ଛବି ତିଆରି କରିଥିବା ଅଜୟ ଦେବଗନଙ୍କର ବହୁତ ସୁପରହିଟ ଫିଲ୍ମ କରିଛନ୍ତି ।

ସେ ପାଖାପାଖି ସବୁ ଅଭିନେତ୍ରୀଙ୍କ ସହିତ କାମ କରି ସାରିଛନ୍ତି । କିନ୍ତୁ କିଛି ଅଭିନେତ୍ରୀ ଏମିତି ବି ଅଛନ୍ତି ଯେଉଁମାନେ ଅଜୟଙ୍କ ସହିତ ଆଜି ପର୍ଯ୍ୟନ୍ତ ବି କୌଣସି ଫିଲ୍ମରେ କାମ କରି ନାହନ୍ତି । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ବଲୀଉଡ ଇଣ୍ଡଷ୍ଟ୍ରିର ଏହିଭଳି ୩ ଜଣ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଅଜୟ ଦେବଗନଙ୍କ ସହିତ କାମ କରିବା ପାଇଁ ମନା କରିଦେଇଛନ୍ତି ।

ଆସନ୍ତୁ ଜାଣିବା କେଉଁ ଅଭିନେତ୍ରୀମାନେ ଅଜୟ ଦେବଗନଙ୍କ ସହ କମ କରିବା ପାଇଁ ଇଛା କରୁ ନାହାନ୍ତି :-

ପ୍ରିୟଙ୍କା ଚୋପରା

ଏହି ଲିସ୍ଟରେ ପ୍ରଥମ ନାମ ଆସିଥାଏ ପ୍ରିୟଙ୍କା ଚୋପରାଙ୍କର । ପ୍ରିୟଙ୍କା ଚୋପରାଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ସେ ବଲୀଉଡ ଏବଂ ହଲିଉଡରେ ନିଜର ପରିଚୟ ତିଆରି କରିସାରିଛନ୍ତି । କିନ୍ତୁ ପ୍ରିୟଙ୍କା ଚୋପରା ଆଜି ପର୍ଯ୍ୟନ୍ତ ଆମିର ଖାନ ଏବଂ ଅଜୟ ଦେବଗନଙ୍କ ସହ କୌଣସି ଫିଲ୍ମ କରି ନାହନ୍ତି । ପ୍ରିୟଙ୍କାଙ୍କୁ ଅଜୟଙ୍କ ସହିତ କାମ କରିବା ପାଇଁ ଏକ ଫିଲ୍ମର ଅଫର ଆସିଥିଲା କିନ୍ତୁ ସେ ତାଙ୍କୁ କରିବା ପାଇଁ ମନା କରିଦେଇଥିଲେ । ଏହା ପଛର କାରଣ କେବଳ ତାଙ୍କୁ ହିଁ ଜଣା ଥିବ ।

କ୍ୟାଟରିନା କେଫ

କ୍ୟାଟରିନା କେଫଙ୍କର ନାମ ବି ଏହି ଲିସ୍ଟରେ ଅଛି । ବଲୀଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ କ୍ୟାଟରିନା କେଫ ବି ଅଜୟଙ୍କ ସହିତ କୌଣସି ଫିଲ୍ମରେ କାମ କରି ନାହାନ୍ତି । କହିଦେଉଛୁ ଯେ ଅଜୟ ଦେବଗନଙ୍କର ସୁପରହିଟ ଫିଲ୍ମ ‘ସିଙ୍ଘମ’ ପାଇଁ କ୍ୟାଟରିନା କେଫଙ୍କୁ ବଛା ଯାଇଥିଲା କିନ୍ତୁ ସେ ଏହି ପ୍ରସ୍ତାବକୁ ମନା କରି ଦେଇଥିଲେ ।

ଦୀପିକା ପାଦୁକୋଣ

ବଲୀଉଡ ଇଣ୍ଡଷ୍ଟ୍ରିର ସବୁଠୁ ପ୍ରସିଦ୍ଧ ଏବଂ ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋଣ ବଲୀଉଡରେ ବହୁତ ସୁପରହିଟ ଫିଲ୍ମରେ କାମ କରି ସାରିଛନ୍ତି । କିନ୍ତୁ ନିଜର ଅଭିନୟ କ୍ୟାରିୟରରେ ସେ କେବେ ବି ଅଜୟ ଦେବଗନଙ୍କ ସହିତ କୌଣସି ଫିଲ୍ମରେ କାମ କରି ନାହାନ୍ତି ।

ଆପଣଙ୍କୁ ଆମର ଏଇ ଖବର ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।