ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ Ayushman Khurana, ଜାଣିଲେ ହେଉଯିବେ ଆଶ୍ଚର୍ଯ୍ୟ

ଯଦି କଥା ହେବା କୈାଣସି ମଲ୍ଟି ଟ୍ୟାଲେନ୍ଟଡ ଅଭିନେତାଙ୍କ ବିଷୟରେ ତେବେ ଏଥିରେ ଆୟୁଷ୍ମାନ ଖୁରାନାଙ୍କ ନାଁ ନିଶ୍ଚୟ ଆସେ । ବନ୍ଧୁଗଣ ଆୟୁଷ୍ମାନ ଖୁରାନାଙ୍କ ନାଁ ଏଥିପାଇଁ ମନରେ ଆସେକି ନିଜେ ଗୀତ ଗାଇବା ସହିତ ଅଭିନୟରେ ମଧ୍ୟ ସମସ୍ତଙ୍କ ହୃଦୟ ଜିତିଛନ୍ତି । ଆପଣଙ୍କୁ କହିଦବୁ ଆୟୁଷ୍ମାନ ଖୁରାନା ବଲିଉଡ ଇଣ୍ଡଷ୍ଟ୍ରିରେ ହିଟ୍ ମେସିନ୍ ବୋଲି ଜଣା ଯାଆନ୍ତି ।

ଆୟୁଷ୍ମାନ ଖୁରାନା କମ୍ ସେ କମ୍ ୮ବର୍ଷ ବଲିଉଡରେ କାମ କରିସାରିଲେଣି । ଆୟୁଷ୍ମାନ ୨୦୧୨ ମସିହାରେ ଫିଲ୍ମ ‘ବିକି ଡୋନର୍’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ସହିତ ଆୟୁଷ୍ମାନଙ୍କର ଭାଗ୍ୟ ମଧ୍ୟ ଚମକି ଉଠିଲା । ମିଡ଼ିଆ ରିପୋର୍ଟ ଅନୁସାରେ ଆୟୁଷ୍ମାନ ଖୁରାନା ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୩-୪ କୋଟି ଟଙ୍କା ନିଅନ୍ତି ।

ଆୟୁଷ୍ମାନ ଖୁରାନାଙ୍କ କାର କଲେକ୍ସନ ବିଷୟରେ କହିଲେ ତାଙ୍କ ପାଖରେ ବହୁତ ମହଙ୍ଗା ଗାଡ଼ି ଅଛି ସେଥି ମଧ୍ୟରୁ Audi, benz, Mercedes, Bmw ଭଳି ଗାଡ଼ି ସାମିଲ ଅଛି । ବର୍ତମାନ ଆୟୁଷ୍ମାନ ଖୁରାନାଙ୍କ ପଞ୍ଚକୁଲା ସେକ୍ଟରରେ ନୂଆ ଘର କିଣିଛନ୍ତି । ଏହି ଘରର ଦାମ୍ ପାଖାପାଖି ୯କୋଟି ଟଙ୍କା । ଲଗାତାର ୭ଟା ସଫଳ ସିନେମା ଦବା ପରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସମ୍ପତ୍ତି ବହୁତ ଗତିରେ ବଢୁଛି ।

ମିଡ଼ିଆ ରିପୋର୍ଟ ଅନୁସାରେ ଆୟୁଷ୍ମାନ ଖୁରାନାଙ୍କ ପୁରା ସମ୍ପତ୍ତି ପାଖାପାଖି ୪୨ କୋଟି ଅଛି । ୨୦୧୮ ମସିହାରୁ ଆୟୁଷ୍ମାନ ଖୁରାନାଙ୍କ ସମ୍ପତ୍ତି ବହୁତ ଶିଘ୍ର ବଢ଼ିବାରେ ଲାଗିଛି । ସେ MTV Rodies ଶୋରେ ୨୦୦୪ ମସିହା ଦ୍ବିତୀୟ ସିଜନ୍ ଟାଇଟଲ ଜିତିଥିଲେ । ସେ ଅନେକ ଫିଲ୍ମ କରିଛନ୍ତି ସଥି ମଧ୍ୟରୁ ୨୦୧୫ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଦମ୍ ଲଗାକେ ହଇସା ତାଙ୍କୁ ସଫଳତାର ପାହାଚ ଚଢ଼ାଉ ଥିଲା ।

ତାପରେ ସେ ବରୀଲିକି ବର୍ଫି, ସୁଭ ମଙ୍ଗଳ ସାବଧାନ, ବଧାଇ ହୋ, ଡ୍ରିମ୍ ଗାର୍ଲ୍, ବାଲା, ଅନ୍ଧାଧୁନ୍ ଏବଂ ଆରଟିକିଲ୍ ୧୫ ରେ ଅଭିନୟର ଜାଦୁ ଦେଖାଇ ଦର୍ଶକଙ୍କ ମନ ଜିତିଥିଲେ । ଆୟୁଷ୍ମାନ ଖୁରାନା ଲଗାତାର ହିଟ୍ ଫିଲ୍ମ ଦବା ପରେ ସେ ଫିଲ୍ମଫେର୍ ଆୱାର୍ଡ଼ ଏବଂ ନେସନାଲ ଫିଲ୍ମ ଆୱାର୍ଡ଼ ମଧ୍ୟ ଜିତିଛନ୍ତି । ଆୟୁଷ୍ମାନ ନିଜ କ୍ୟାରିୟରର ଆରମ୍ଭ ବିଗ୍ ଏଫ ଏମ୍ ଦିଲ୍ଲୀରୁ କରିଥିଲେ ।

ତାପରେ ସେ ଅନେକ ଗୁଡ଼ିଏ ରିଆଲିଟି ସୋଏବଂ ipl extra inningsରେ anchor ମଧ୍ୟ ଥିଲେ । ତାଙ୍କ ସ୍ତ୍ରୀ ତାହୀରା କସ୍ୟପ ଯାହାଙ୍କୁ ସେ ୨୦୦୮ ମସିହାରେ ବିବାହ କରିଥିଲେ । ଆୟୁଷ୍ମାନ ଖୁରାନାଙ୍କର ଏବେ ଦୁଇ ସନ୍ତାନ ଅଛନ୍ତି । ତାଙ୍କ ସାନ ଭାଇ ଅପାରସକ୍ତି ଖୁରାନା ସେ ମଧ୍ୟ ଫିଲ୍ମରେ ଅଭିନୟ କରନ୍ତି ।

ବହୁ ଚର୍ଚ୍ଚିତ ଫିଲ୍ମ ଦଙ୍ଗଲ୍ ରେ ଡେବ୍ୟୁ କରିଥିଲେ । ଆୟୁଷ୍ମାନଙ୍କ ଜନ୍ମ ଚଣ୍ଡୀଗଡ଼ରେ, ସେଠାରେ ସେ ସ୍କୁଲ ଶିକ୍ଷା ସାରି ମୁମ୍ବାଇରେ ଡିଗ୍ରୀ ହାସଲ କରିଥିଲେ । ଏବେ ସେ ନିଜ ପରିବାର ସହ ମୁମ୍ବାଇର ରୁହନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।