IND vs NZ 2nd ODI: Surya ଙ୍କୁ ରୋକିଦେଲା ବର୍ଷା, କିୱି ବୋଲର ଯାହା କରି ପାରିଲେନି ବର୍ଷା ତାହା କରିଦେଲା, ନହେଲେ… 

ନ୍ୟୁଜୁଲାଣ୍ଡ ସହ ପ୍ରଥମ ଦିନିକିଆ ମ୍ଯାଚରେ ଭାରତର ପରାଜୟ ପରେ ଗତ ଶନିବାର ଦିନ ନ୍ୟୁଜିଲାଣ୍ଡର ସେଡନ ପାର୍କ ଷ୍ଟାଡିୟମରେ ଖେଳାଯିବାକୁ ଥିଲା ଦ୍ଵିତୀୟ ଦିନିକିଆ ମ୍ଯାଚ । କିୱି କ୍ଯାପଟେନ କେନ୍ ୱିଲିୟାମସନ ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ଟିମ୍ ପକ୍ଷରୁ କ୍ଯାପଟେନ ଶିଖର ଧାବନ ଓ ଶୁଭମାନ ଗିଲ୍ ଓପନିଂ କରିବାକୁ ମଇଦାନକୁ ଓହ୍ଲାଇଥିଲେ । ଅନ୍ୟପଟେ ନ୍ୟୁଜିଲାଣ୍ଡର ଟିମ୍ ସାଉଦି ବୋଲିଂ କରିବାକୁ ପ୍ରସ୍ତୁତ ହୋଇଥିଲେ ।

ଉଭୟ ଓପନର ପ୍ରଥମ ଓଭରରେ ବେଶ ମାପିଚୁପି ବ୍ୟାଟ ଚଳାଇଥିଲେ । ଏମିତିରେ 5 ଓଭର ବିତିଯିବା ସହ ଏକଦମ ଜଗି ରଖି ଖେଳୁଥିଲେ ଶିଖର ଓ ଗିଲ୍ । ସେତେବେଳେ ଯାଏଁ ଗୋଟିଏ ବି ବାଉଣ୍ଡେରି ମାରି ନଥିବା ଧାବନ ଷଷ୍ଠ ଓଭରର ପ୍ରଥମ ବଲରେ ଏକ ଲମ୍ବା ସଟ୍ ମାରିବାକୁ ଯାଇ କ୍ୟାଚ ଆଉଟ ହୋଇଥିଲେ । ଧାବନ 10ଟି ବଲରେ ମାତ୍ର 3 ରନ୍ କରି ପାଭିଲିୟନ ଫେରିଥିଲେ । ଏହାପରେ ମଇଦାନକୁ ଓହ୍ଲାଇଥିଲେ ମିଷ୍ଟର 360 ସୂର୍ଯ୍ୟକୁମାର ଯାଦବ ।

ମଇଦାନକୁ ଆସିବା ମାତ୍ରେ କିୱି ବୋଲରଙ୍କ ଉପରେ ନିଜ ପ୍ରକୋପ ଦେଖାଇବା ଆରମ୍ଭ କରି ଦେଇଥିଲେ ସୂର୍ଯ୍ୟ । ଛକା ଚଉକା ମାରି ପୁରା ଟି20 ଷ୍ଟାଇଲରେ ବ୍ୟାଟିଂ ଆରମ୍ଭ କରିଥିଲେ ମିଷ୍ଟର ସ୍କାଏ । ସୂର୍ଯ୍ୟଙ୍କ ବ୍ୟାଟିଂ ଦେଖି କିୱି ବୋଲରମାନେ ଲାଇନ ଲେଙ୍ଗଥ୍ ସବୁ ଭୁଲି ଯାଉଥିଲେ । ଧାବନ ଆଉଟ ହେବା ବେଳକୁ ଇଣ୍ଡିଆର ସ୍କୋର ମାତ୍ର 23 ରନ୍ ହୋଇଥିଲା, ସେ ବି 31 ବଲରେ । ହେଲେ ଏହାପରେ ଗିଲ୍ ଓ ସୂର୍ଯ୍ୟ ମିଶି ବୋସ୍ଫୋରକ ବ୍ୟାଟିଂ ଆରମ୍ଭ କରି ଦେଇଥିଲେ ।

12.5 ଓଭର ବେଳକୁ 89 ଛୁଇଁଥିଲା ସ୍କୋରବୋର୍ଡ । 42 ବଲରେ ଗୋଟିଏ ଛକା ଓ ଚାରୋଟି ଚଉକା ସହ ଗିଲ୍ 45 ରନ୍ କରିଥିଲେ । ଆଉ ସୂର୍ଯ୍ୟ ମାତ୍ର 25 ବଲରେ ତିନୋଟି ଗଗନସ୍ପର୍ଶୀ ଛକା ସହ ଦୁଇଟି ଚଉକା ମାରି 34 ରନ୍ କରିଥିଲେ । କିୱି ବୋଲରଙ୍କ ଶତଚେଷ୍ଟା ପରେ ବି ସୂର୍ଯ୍ୟଙ୍କ ଝଡ ଥମୁ ନଥାଏ । ହେଲେ କିୱି ବୋଲର ଯେଉଁ କାମ କରିବାରେ ବିଫଳ ହେଲେ ବର୍ଷା ତାହା କରି ଦେଖାଇଦେଲା । ଅର୍ଥାତ ବର୍ଷା ଯୋଗୁଁ ଅଧାରୁ ବନ୍ଦ ହୋଇ ଯାଇଥିଲା ଏହି ହାଇଭୋଲଟେଜ ମ୍ଯାଚ ।

ଅଟକି ଯାଇଥିବା ସୂର୍ଯ୍ୟକୁମାରଙ୍କ ଛକା ଚଉକାର ଝଡ । ନଚେତ ସୂର୍ଯ୍ୟ ଯେଉଁଭଳି ବ୍ୟାଟିଂ ଆରମ୍ଭ କରିଥିଲେ ସ୍ଳୋଥ କେଉଁଠି ପହଞ୍ଚିଥାନ୍ତା କେହି କଳନା କରିପାରିବେ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।