ଦେଖୁ ଦେଖୁ ସାମ୍ନାରେ ଆସି ପିଟି ହେଇଗଲା ପଲସର… Rani Panda ଙ୍କ ଡ୍ରାଇଭର ଗୋଟି ଗୋଟି କରି ବଖାଣିଲେ ସେଦିନ ରାତିର ଛାତିଥରା ଘଟଣା, ଦେଖନ୍ତୁ video

ସେଦିନ ରାତିର ଛାତିଥରା ଘଟଣା ବଖାଣିଲେ ରାଣୀ ପଣ୍ଡାଙ୍କ ଡ୍ରାଇଭର । ଦେଖୁ ଦେଖୁ ଆଖି ଆଗରେ ପଲସର ବାଇକଟି ଆସି କାର୍ ରେ ପିଟି ହୋଇଗଲା । ଆଖି ପଲକ ପଡୁ ପଡୁ ରକ୍ତ ଜୁଡୁବୁଡୁ ହୋଇ କାର୍ ଆଗରେ ପଡିଥିଲେ ବାଇକ ଆରୋହୀ । ବାଇକଟି ପୁରା ଚୁରମାର ହୋଇ ଯାଇଥିବା ବେଳେ ଯୁବକଜଣକ ଛିଟିକି ଯାଇ ଆଗରେ ପଡିଛନ୍ତି । କାର୍ ସାମ୍ନାପଟୁ ମଧ୍ୟ ପୁରା ଭାଙ୍ଗି ଯାଇଥିଲା । ରାଣୀଙ୍କ ଡ୍ରାଇଭର ଘଟଣା ସମ୍ପର୍କରେ କହିଛନ୍ତି ଯେ, କାର୍ ଟି ବିଶେଷ ସ୍ପିଡ ନଥିଲା । ମାତ୍ର 50-60 ସ୍ପିଡରେ ଆମେ ଯାଉଥିଲୁ ।

କିନ୍ତୁ ବାଇକ ଚଲାଉଥିବା ଯୁବକ ସୁକାନ୍ତ ବେହେରା ସାମ୍ନାପଟୁ ସ୍ପିଡରେ ଆସି କାର୍ ଆଗରେ ପିଟି ହୋଇ ଯାଇଥିଲେ । ଏହା ପୂର୍ବରୁ ରାଣୀ ପଣ୍ଡାଙ୍କ ଡ୍ରାଇଭର ବ୍ରେକ ମଧ୍ୟ ମାରିଥିଲେ ଓ କାର୍ କୁ ନିୟନ୍ତ୍ରଣରେ ନେଇ ଆସିଥିଲେ । ତଥାପି ବାଇକଟି ଆସି ପିଟି ହୋଇ ଯାଇଥିଲା । ଫଳରେ ବୋମା ଫୁଟିବା ଭଳି ଭୀଷଣ ଶବ୍ଦ ହୋଇଥିଲା ଓ କାର୍ ଲାଗିଥିଲା ଦୁଇଟି ଏୟାର ବେଲୁନ ଖୋଲି ଯାଇଥିଲା । ଯେଉଁଥି ପାଇଁ ଉଭୟ ରାଣୀ ପଣ୍ଡା ଓ ତାଙ୍କ ଡ୍ରାଇଭରଙ୍କ ଜୀବନ ବଞ୍ଚି ଯାଇଥିଲା ।

ଡ୍ରାଇଭରଙ୍କ କହିବା ଅନୁଯାୟୀ, ରାଣୀ ପଣ୍ଡାଙ୍କ ଛାତିରେ ଆଘାତ ଲାଗିବା ସହ ତାଙ୍କ ଛାତିରେ ମଧ୍ୟ ଆଘାତ ଲାଗିଛି । କିନ୍ତୁ ପଲସର ବାଇକ ଚଲାଉଥିବା ସୁକାନ୍ତ ବେହେରାଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣା ପରେ ସୁକାନ୍ତ ରକ୍ତ ଜୁଡୁବୁଡୁ ହୋଇ ପଡିଥିଲେ ଓ ସେଠାରୁ ତାଙ୍କୁ ତୁରନ୍ତ ନିଆଯାଇ ଆଠଗଡର ଏକ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । କିନ୍ତୁ ତାଙ୍କ ଜୀବନ ବଞ୍ଚି ପାରିଲା ନାହିଁ । ସୁକାନ୍ତଙ୍କ ଅକାଳ ବିୟୋଗରେ ଭାଙ୍ଗି ପଡିଛନ୍ତି ତାଙ୍କ ପରିବାର ।

ସେଦିନ ରାତି କିଭଳି ଥିଲା ସେସବୁ ଗୋଟି ଗୋଟି କରି ବଖାଣିଛନ୍ତି ରାଣୀ ପଣ୍ଡାଙ୍କ ଡ୍ରାଇଭର । ଭୋଜି ଖାଇ ଖୁସିରେ ଫେରୁଥିବା  ହଠାତ ଘଟି ଯାଇଥିଲା ଏଭଳି ଦୁର୍ଘଟଣା । ଏଭଳି ଅଘଟଣ ଘଟିଯିବ ବୋଲି କେହି ମଧ୍ୟ ଭାବି ନଥିଲେ । ତେବେ ଶୁଣିବାକୁ ମିଳିଛି ଯେ, ରାଣୀ ପଣ୍ଡା ସୁକାନ୍ତଙ୍କ ପରିବାରକୁ କିଛି ସହାୟତା ରାଶି ପଠାଇଛନ୍ତି । ଆଗକୁ ମଧ୍ୟ ସୁକାନ୍ତଙ୍କ ପରିବାରକୁ ସାହାଯ୍ୟ କରିବାକୁ କଥା ଦେଇଛନ୍ତି ।

ପୁଅର ମୃତ୍ୟୁ ପାଇଁ ରାଣୀ ପଣ୍ଡାଙ୍କ ଗିରଫ ଦାବି କରୁଥିବା ସୁକାନ୍ତଙ୍କ ପରିବାର ମଧ୍ୟ ରାଣୀ ପଣ୍ଡା ପଠେଇଥିବା ସହାୟତା ରାଶିକୁ ଗ୍ରହଣ କରିଛନ୍ତି । ତେବେ ରାଣୀ ପଣ୍ଡା ବର୍ତ୍ତମାନ ଭୁବନେଶ୍ବରର ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।