ଭାଙ୍ଗିଲା ଜୋରନ୍ଦା ଗାଡି, ଶୂନ୍ୟରୁ ଶୁଭିଲା ମହାଶବ୍ଦ, ଏ ଶବ୍ଦ କାହାର ? ମାଳିକା ଦେଉଛି କଳିଯୁଗ ଶେଷ ହେବାର ସବୁ ସଙ୍କେତ !

ଢେଙ୍କାନାଳରେ ରହିଛି ପ୍ରସିଦ୍ଧ ଜୋରନ୍ଦା ପୀଠ ବା ମହିମାଗାଦି । ଯାହାକୁ ଭାଙ୍ଗି ଦେଇଛି ଜିଲ୍ଲା ପ୍ରଶାସନ । ତେବେ ଏହାକୁ ନେଇ ମାଳିକାରେ ମଧ୍ୟ ବର୍ଣ୍ଣିତ ଅଛି ଯେ, ମହିମାଗାଦିରେ ଘଟିବ ଅଘଟଣ । କଳିଯୁଗ ଶେଷ ସମୟରେ ବଡ ସଂକେତ ମିଳିବା ନେଇ ମାଲିକାରେ ଉଲ୍ଲେଖ ରହିଛି । ଯାହା ଆଜି ସତ ପ୍ରମାଣିତ ହୋଇଛି । ମହିମାଗାଦିରେ ଥିବା ଧ୍ୱନି ମନ୍ଦିର ଓ ବତୀ ମନ୍ଦିରକୁ ଭାଙ୍ଗି ଦେଇଛି ପ୍ରଶାସନ । ଏହି ଘଟଣା ମହିମା ଧର୍ମାବଲମ୍ବୀ ମାନଙ୍କୁ ଅତ୍ୟନ୍ତ ମର୍ମାହତ କରିଛି ।

ମାଳିକା ବଚନ ଅନୁସାରେ କଳିଯୁଗ ଶେଷ ସମୟରେ ମଠ ମନ୍ଦିର ଭଙ୍ଗାଯିବ । କୁହାଯାଉଛି କି, ବତୀଘର ଓ ଧ୍ୱନି ମନ୍ଦିର ଭଙ୍ଗାଯିବା ପରେ ଆକାଶରେ ଅଚାନକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା । ଏହି ଶବ୍ଦ ଏତେ ଭୟଙ୍କର ଥିଲା ଯେ ଭୂମିକମ୍ପ ହେବା ଭାବି ଘରୁ ବାହାରି ଆସିଥିଲେ ସାଧାରଣ ଲୋକେ । ହେଲେ ତାହା ଭୂମିକମ୍ପ ନଥିଲା । ତେବେ ଏହି ଶବ୍ଦ କେଉଁଠୁ ଆସିଥିଲା ତାହା ବର୍ତ୍ତମାନ ଯାଏଁ ରହସ୍ୟ ହୋଇ ରହିଛି । ବୈଜ୍ଞାନିକ ମାନେ ଏହାକୁ ନେଇ ବିଭିନ୍ନ ଗବେଷଣା ମଧ୍ୟ କରିଛନ୍ତି ।

ହେଲେ ଏହାର କୌଣସି ସନ୍ଧାନ ପାଇ ପାରିନାହାନ୍ତି । ତେବେ ମାଳିକା ଅନୁସାରେ ଏହି ଶବ୍ଦ ହେଉଛି ଭୈରବୀଙ୍କର । କଳିଯୁଗ ଶେଷ ହେବା ପୂର୍ବରୁ ଭୈରବୀ ରଡି ଦେବ ବୋଲି ମାଲିକାରେ ଲେଖାଯାଇଛି । ଯାହା ଏବେ ସତ୍ୟ ପ୍ରମାଣିତ ହେବାରେ ଲାଗିଛି । ମହିମାଗାଦି ଭଙ୍ଗାଯିବା ବେଳେ ଭୈରବୀ ରଡି ଶୁଭିଛି । ଏହାର ଅର୍ଥ ପୃଥିବୀ ବଡ ବିନାଶ ଆଡକୁ ଗତି କରୁଛି ବୋଲି କହୁଛନ୍ତି ମାଳିକା ବିଶେଷଜ୍ଞ ।

2023 ରେ ପୃଥିବୀରେ ଆହୁରି ବଡ ଘଟଣାମାନ ଘଟିବ । ଯାହା ମାଲିକାରେ ବର୍ଣ୍ଣିତ ରହିଛି । 2023 ଠାରୁ କଳିଯୁଗର ଶେଷ ସମୟ ଓ ପୃଥିବୀ ଧ୍ଵଂସଲୀଳା ଆରମ୍ଭ ହୋଇଯିବ । ଜୋରନ୍ଦା ମହିମାଗାଦି ଆଗକୁ ସଂପୂର୍ଣ୍ଣ ଧ୍ଵଂସ ହୋଇଯିବ ବୋଲି ମାଲିକାରେ ଉଲ୍ଲେଖ ରହିଛି । ମହିମାଗାଦି ଭଙ୍ଗାଯିବା ପରେ ଢେଙ୍କାନାଳ ବାସୀଙ୍କ ପାଇଁ ବଡ ବିପଦ ସୃଷ୍ଟି କରିଛି । କାରଣ ଢେଙ୍କାନାଳକୁ ନେଇ ଅନେକ ଭୟଙ୍କର କଥା ଉଲ୍ଲେଖ ରହିଛି ମାଳିକାରେ ।

ଖାଲି ସେତିକି ନୁହେଁ ବରଂ ଯାଜପୁର, କେଉଁଝର ଓ ଭଦ୍ରକ ପାଇଁ ମଧ୍ୟ ସତର୍କ ଘଣ୍ଟି ବାଜିଛି । ଏହି ସଂକେତ ହେଉଛି ମା ବିରଜାଙ୍କର । ହେତୁବାଦୀମାନେ ମଧ୍ୟ ଜଗନ୍ନାଥଙ୍କ ଅପମାନ କରିବା କଥା ମାଲିକାରେ ଉଲ୍ଲେଖ ରହିଛି । ତେବେ ଏସବୁ ପୃଥିବୀ ଶେଷର ସଂକେତ କରୁଥିବା ବେଳେ ଦେଖାଯାଉ ଆଗକୁ କଣ ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।