ଗୋଟିଏ ହିଁ ସହରରେ ରହିବା ସତ୍ତ୍ୱେ ବି ପରିବାର ଠାରୁ ଅଲଗା ରୁହନ୍ତି ଆଲିୟା, ମା’ କହିଲେ ଏହି ବଡ କାରଣ

ଆଲିୟା ଭଟ୍ଟ ଏକ ଏମିତି ଷ୍ଟାର ଅଟନ୍ତି ଯିଏ ପିଲାଦିନୁ ହିଁ ଲାଇମଲାଇଟ, କ୍ୟାମେରା, ଷ୍ଟାରଡମ ଦେଖିଛନ୍ତି । ସେ ୧୮ ବର୍ଷରେ ହିଁ ବଲୀଉଡରେ ଏଣ୍ଟ୍ରି କରିଥିଲେ ଓ ସେ ଆସିବା ମାତ୍ରେ ହିଁ ପୁରା ବଲୀଉଡରେ ଛାଇ ଯାଇଥିଲେ ଓ ତାଙ୍କର ଫ୍ୟାନ ଫଲୋଇଙ୍ଗ ବି ବହୁତ ଭଲ ଅଟେ । ଆଲିୟା ଭଟ୍ଟ ନିଜ ଘରେ ସମସ୍ତଙ୍କର ଗେଲ୍ହା ଅଟନ୍ତି । ଖାସ କରି ମହେଶ ଭଟ୍ଟ ଓ ବଡ ଭଉଣୀ ପୂଜା ଭଟ୍ଟଙ୍କର ।

Image courtesy: Google

ସେ କେବେ ଫିଲ୍ମ ଓ ଫ୍ୟାସନକୁ ନେଇ ଚର୍ଚ୍ଚାରେ ରୁହନ୍ତି ତ କେବେ ନିଜର IQ କାରଣରୁ ବି ଚର୍ଚ୍ଚାରେ ରୁହନ୍ତି । ଆଜି ଆଲିୟା ଭଟ୍ଟଙ୍କୁ ଯେଉଁ ସଫଳତା ହାସଲ ହୋଇଛି ତାହାର ସବୁଠୁ ବଡ ଶ୍ରେୟ ଯାଉଛି ତାଙ୍କର ମା’ ସୋନୀ ରାଜଦାନଙ୍କୁ କାରଣ ସେ ଆଲିୟାଙ୍କୁ ପିଲାଦିନୁ ହିଁ ସବୁଥିରେ ସପୋର୍ଟ କରିଛନ୍ତି । ସୋନୀ ରାଜଦାନ ଆଲିୟାଙ୍କ ବିଷୟରେ କହିଲେ କି ଆଲିୟାକୁ ସବୁଠୁ ଅଧିକ ସପୋର୍ଟ ସେତେବେଳେ ଦରକାର ଥିଲା ଯେତେବେଳେ ତାହାର ଗୋଡରେ ଆଘାତ ଲାଗିଥିଲା ।

Image courtesy: Google
Image courtesy: Google

ଏହା ବର୍ଷ ୨୦୧୨ର କଥା ଅଟେ, ଯେତେବେଳେ ସେ ନିଜର ପ୍ରଥମ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଈୟର’ ର ଶୁଟିଙ୍ଗ କରୁଥିଲା । ତା’ର ଗୋଡରେ ପ୍ଲାସ୍ଟର ଲାଗିଥିଲା ଓ ସେ ଚାଲି ପାରୁ ନ ଥିଲା, ଏହି ସମୟରେ ତାକୁ ମୋର ବହୁତ ଦରକାର ଥିଲା । କିନ୍ତୁ କହିବାକୁ ଗଲେ ବର୍ତ୍ତମାନ ଦିନରେ ଆଲିୟା ଭଟ୍ଟଙ୍କୁ ନେଇ ଏକ ବହୁତ ବଡ ଖବର ସାମ୍ନାକୁ ଆସୁଛି ।

ଯେଉଁଥିରେ ତାଙ୍କର ମା’ ସୋନୀଙ୍କର କହିବା ଅଟେ କି “ଆଲିୟା ବର୍ତ୍ତମାନ ଆମ ସହିତ ରହୁ ନାହିଁ, ସେ ନିଜ ପାଇଁ ଏକ ଅଲଗା ଘର ନେଇ ସେଠାକୁ ଶିଫ୍ଟ ହୋଇ ଯାଇଛି କାରଣ ତାକୁ ଅଳ୍ପ ପ୍ରାଇବେସି ଓ ସ୍ପେସ ଦରକାର ଥିଲା । ଯାହାକି ଭୁଲ ନୁହେଁ ଓ ସେଥିପାଇଁ ମୁଁ ଆଲିୟାର ଏହି ନିଷ୍ପତିକୁ ଭୁଲ ବୁଝେ ନାହିଁ ।” ସୋନୀ ଆଗକୁ କହିଲେ କି “ମୁଁ ଜାଣିଛି ତାକୁ କାମକୁ ନେଇ ବହୁତ ମିଟିଂଗ୍ସ ଆଟେଂଡ କରିବାକୁ ପଡିଥାଏ । ଏହା ଛଡା ତାହାର ବହୁତ ବନ୍ଧୁମାନେ ବି ଅଛନ୍ତି, ଯେଉଁମାନେ ତାହାର ଘରକୁ ବି ଆସିଥାନ୍ତି ।”

Image courtesy: Google

ଆଲିୟାଙ୍କର ମା’ କହିଲେ କି “ଏହି ଦୂରତା କାରଣରୁ ଆମର ସମ୍ପର୍କ ଆହୁରି ଗଭୀର ହୋଇ ଯାଇଛି । ସେ ଆମ ଠାରୁ ଦୂରରେ ଅଛି କିନ୍ତୁ ଆଜି ବି ଆମେ ତାହା ସହିତ ସକାଳର ଚା’ ପିଇବା, ଘଣ୍ଟା ଘଣ୍ଟା ଧରି କଥାବାର୍ତ୍ତା କରିବା ଏହି ସମସ୍ତ ଜିନିଷକୁ ଭୁଲି ନାହୁଁ । ଆଲିୟାର ଚୁଲବୁଲାପନ ସବୁବେଳେ ମନେ ପଡିଥାଏ । ଆଲିୟା ପିଲାଦିନୁ ହିଁ ଦୁଷ୍ଟ ଓ ଚୁଲବୁଲୀ ଟାଇପର ଝିଅ ଥିଲା । କିନ୍ତୁ ତଥାପି ସେ କେବେ ବି ମୋତେ ହଇରାଣ କରେ ନାହିଁ ।”

Image courtesy: Google

ଆଲିୟାଙ୍କ ମା’ ଏହା ବି କହିଲେ କି “ଆଲିୟା କେବେ ବି ଆମ ଠାରୁ କୌଣସି କଥା ଲୁଚାଏ ନାହିଁ । ସେ ନିଜର ଡେଟିଙ୍ଗ – ରୋମାନ୍ସ କଥା ବି ଆମ ସହିତ ଶେୟାର କରିଥାଏ । ସେଥିପାଇଁ ମିଡିଆ ରିପୋର୍ଟ ରେ ତାହାର ଅଫେୟାର କଥା ଶୁଣି ମତେ ଆଶ୍ଚର୍ଯ୍ୟ ଲାଗେ ନାହିଁ ବରଂ ମୋତେ ହସ ଲାଗେ କାରଣ ମୋତେ ଏହା ବିଷୟରେ ପୂର୍ବରୁ ହିଁ ସବୁ ଜଣା ଥାଏ । ଏମିତି ନୁହେଁ କି ସେ ମୋର ଝିଅ ଅଟେ ସେଥିପାଇଁ ପ୍ରଶଂସା କରୁଛି । ସେ ଆରମ୍ଭରୁ ହିଁ ବୁଦ୍ଧିମାନ ଅଟେ ।” ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।