ସ୍ୱାସ୍ଥ୍ୟ ମନ୍ତ୍ରୀ Naba Das ଙ୍କ ଘର ଆଗରେ ପିକନିକ ! ରାନ୍ଧିବାଢି ଖାଉଛନ୍ତି ଆଉ ଧାରଣାରେ ବସୁଛନ୍ତି, ପ୍ରକୃତ କଥା ଜାଣିଲେ ଆଖିରୁ ଲୁହ ଝରିପଡିବ, ଦେଖନ୍ତୁ video

ଭିଡିଓରେ ରନ୍ଧାବଢା ଓ ଖାଇବା ପିଇବା ଦୃଶ୍ୟ ଦେଖିଲେ ଆପଣ ଭାବିବେ ଯେ ଏଠି ବୋଧେ ପିକନିକ ଚାଲିଛି । କିନ୍ତୁ ମାମଲାଟି କିଛି ଅଲଗା । ଏହା ହେଉଛି ସେମାନଙ୍କ କୋହର ଚିତ୍ର । ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି ଏଭଳି କୋହଭରା ଦୃଶ୍ୟ । ଏହି ଲୋକମାନେ ପ୍ରକୃତରେ ଜଣେ ଜଣେ କିଡନୀ ରୋଗୀ । ଏମାନେ ଚାହୁଁଥିବା ମେଡ଼ିସିନ ସରକାର ଏବେ ଆଉ ଦେଉ ନଥିବାରୁ ଏହାର ପ୍ରତିବାଦ କରି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ସରକାରୀ କ୍ଵାର୍ଟର ଆଗରେ ଧାରଣାରେ ବସିଛନ୍ତି ।

ବାନ୍ଧିଥିବା ଟେଣ୍ଟ ତଳେ ଖାଇ ପିଇ ଶୋଉଛନ୍ତି ଆଉ ଔଷଧ ଟିକେ ପାଇଁ ଦାବି କରୁଛନ୍ତି । ହେଲେ ଏମାନଙ୍କ କଷ୍ଟ ଏଯାଏଁ କାହା ଆଖିରେ ପଡିପାରୁନି । କାଳେ ସରକାରଙ୍କ ଦୃଷ୍ଟି ତାଙ୍କ ଉପରେ ପଡିବ ତେଣୁ କଷ୍ଟ ବଢିଗଲେ ରାସ୍ତା ଉପରକୁ ଚାଲି ଆସୁଛନ୍ତି । ହେଲେ ସବୁଠୁ ଦୁଃଖର କଥା ହେଉଛି, ଏମାନଙ୍କ ଉପରେ ସରକାରଙ୍କ ଦୃଷ୍ଟି ତ ପଡିଲାନି କିନ୍ତୁ ପୋଲିସ ବାବୁଙ୍କ ଦୃଷ୍ଟି ଲାଗିଗଲା ।

ପୋଲିସ ବାବୁ ଆସି ସେମାନଙ୍କୁ ଆସି କହୁଛନ୍ତି, ଆପଣମାନଙ୍କ ଦେହ ଖରାପ ଅଛି ତା’ ମାନେ ନୁହେଁ ଯେ ଆପଣ ଅନ୍ୟ ରୋଗୀଙ୍କୁ ମେଡିକାଲ ଯିବାକୁ ଦେବେନାହିଁ ଏବଂ ସର୍ବସାଧାରଣଙ୍କୁ ଏମିତି ହଇରାଣ କରିବେ । ହେଲେ ପୋଲିସ ବାବୁଙ୍କୁ ଜବାବ ଦେଇ ସେମାନେ କହିଛନ୍ତି ଆମେ ବି, ଆମ୍ବୁଲାନ୍ସ ଅଟକାଇବୁନି ଆମେ ବି ସର୍ବସାଧାରଣ । ରାସ୍ତା ଉପରୁ ଧାରଣାରୁ ହଟିବାକୁ ନାରାଜ ହୋଇଛନ୍ତି କିଡନୀ ରୋଗୀମାନେ ।

ନବୀନ ବାବୁ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଆସିଲେ ଯାଇ ରାସ୍ତା ଉପରୁ ହଟିବେ ବୋଲି କହିଛନ୍ତି କିଡନୀ ରୋଗୀମାନେ । ରାଜଧାନୀ ଭୁବନେଶ୍ବରରେ ଔଷଧ ପାଇଁ କିଡନୀ ରୋଗୀଙ୍କ ଏଭଳି କଷ୍ଟ ପାଇବା ସତରେ ବେଶ ଲଜ୍ଜାଜନକ । ଦେହ ଅସୁସ୍ଥ ଥାଇ ମଧ୍ୟ ସାମାନ୍ଯ ଔଷଧ ପାଇଁ ଏଭଳି କଷ୍ଟ କରିବା ଦେଖି ନିଶ୍ଚୟ ଯେକୌଣସି ସହୃଦୟ ବ୍ୟକ୍ତିଙ୍କ ମନରେ ଦୟା ଆସିବ ।

ନବୀନ ସରକାରଙ୍କୁ ସେମାନେ ନିବେଦନ କରିଛନ୍ତି କି, “ହେ ନବୀନ ସରକାର ଔଷଧ ଦିଅ ନଚେତ ମୃତ୍ୟୁ ଦିଅ ।” ତେବେ ଦେଖାଯାଉ କେବେ ପ୍ରଶାସନର ଦୟା ଦୃଷ୍ଟି ଏହି କିଡନୀ ରୋଗୀଙ୍କ ଉପରେ ପଡୁଛି । କେବେ ନବୀନ ବାବୁ ଏମାନଙ୍କୁ ଔଷଧ ଦେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।