“ସମସ୍ତେ କହୁଥିଲେ ଠାକେରା ଗାଲିଆ ଟା; ସେ କଣ ହିରୋ ହେବ”,ନିଜ କ୍ଯାରିୟର ଆରମ୍ଭ ଦିନର ଅନେକ ସ୍ମୃତି ଶେୟାର କଲେ Anubhav Mohanty

ଓଡିଆ ସିନେମା ଜଗତର “ମୁଭି ମୋଗଲ” ତଥା ବ୍ରଜରାଜ ମୁଭିଜ୍ ପ୍ରଡ଼କ୍ସନ ହାଉସର ପ୍ରତିଷ୍ଠାତା ବସନ୍ତ ନାୟକ ଆଜି ଆମ ଗହଣରେ ନଥିଲେ ମଧ୍ୟ ଓଡିଆ ଫିଲ୍ମ ଜଗତ ପ୍ରତି ତାଙ୍କ ଅବଦାନ ଚିର ସ୍ମରଣୀୟ । ଗତକାଲି ବେଶ ଧୁମଧାମରେ ପାଳିତ ହୋଇଛି ବସନ୍ତ ନାୟକଙ୍କ 86ତମ ଜନ୍ମ ଜୟନ୍ତୀ । ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ତଥା ପରିବାର ବସନ୍ତ ନାୟକଙ୍କ ଜନ୍ମ ଜୟନ୍ତୀରେ ଏକ ଭବ୍ୟ ଇଭେଣ୍ଟ ର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଲିଉଡ ଜଗତର ସମସ୍ତ ସୁପରିଚିତ ଓ ଲୋକରୀୟ କଳାକାରମାନେ ଯୋଗ ଦେଇଥିଲେ ।

ସୁପରଷ୍ଟାର ଅନୁଭବ ମହାନ୍ତି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅନୁଭବ ଓଲିଉଡ ଜଗତରେ ପାଖାପାଖି ଦୁଇ ଦଶନ୍ଧି ଧରି ଜଡିତ ଅଛନ୍ତି । ମଡେଲିଙ୍ଗ ଓ ଆଲବମରୁ ସେ ଓଲିଉଡରେ ପ୍ରବେଶ କରିଥିଲେ । ବସନ୍ତ ନାୟକ ତାଙ୍କୁ ପ୍ରଥମେ ଫିଲ୍ମରେ ସୁଯୋଗ ଦେଇଥିଲେ । 11 ଜାନୁୟାରୀ 2004 ରେ ତାଙ୍କର ପ୍ରଥମ ଫିଲ୍ମ “ଆଇ ଲଭ ୟୁ” ରିଲିଜ ହୋଇଥିଲା । ସେତେବେଳେ ଅନୁଭବ ବହୁତ ପତଳା ଥିଲେ ଏବଂ ବୟସ ବି ବହୁତ କମ୍ ଥିଲା ।

ତେଣୁ ସମସ୍ତେ କହୁଥିଲେ ଠାକରା ଗାଲିଆ ଟା’ ଇଏ କଣ ହିରୋ ହେବ । ହେଲେ ବସନ୍ତ ନାୟକ ତାଙ୍କ ଉପରେ ଭରସା କରିଥିଲେ । ଦିଳ୍ମ ରିଲିଜ ହେବା ପୂର୍ବରୁ ଅନୁଭବ ବହୁତ ଚିନ୍ତିତ ରହୁଥିଲେ । ଏମିତି ରାତିରାତି ଧରି ତାଙ୍କୁ ନିଦ ହେଉ ନଥିବା ସେ ପ୍ରକାଶ କରିଛନ୍ତି । ଯେଉଁ ଦିନ ଫିଲ୍ମଟି ରିଲିଜ ହେଲା ସେଦିନ ସକାଳୁ ସେ ରେଡି ହୋଇ ଘରେ ଗୁରୁଜନ ମାନଙ୍କ ଆଶୀର୍ବାଦ ନେଇ ମନ୍ଦିରରେ ମା’ଙ୍କ ଦର୍ଶନ କରି ବସନ୍ତ ନାୟକଙ୍କ ପାଖରେ ପହଞ୍ଚିଥିଲେ ଓ ତାଙ୍କ ପାଦଧୂଳି ଗ୍ରହଣ କରିଥିଲେ ।

ଏତିକି ବେଳେ ଅନୁଭବଙ୍କୁ ଦେଖି ବସନ୍ତ ନାୟକ ଜାଣି ପଡ଼ିଥିଲେ କି ଅନୁଭବ ନର୍ଭସ ହେଉଛନ୍ତି । ତେଣୁ ସେ କହିଥିଲେ କି, ନର୍ଭସ ହଅନା । ତୋ ଫିଲ୍ମ ବହୁତ ଭଲ ହେବ ଆଉ ସୁପରହିଟ୍ । ସମସ୍ତେ ଭଲପାଇବେ । ତାଙ୍କର ଏତିକି ପଦକ କଥା ଅନୁଭବଙ୍କୁ ଆଶ୍ଵାସନା ଦେଇଥିଲା । ଆଉ ସତକୁ ସତ ଫିଲ୍ମଟିକୁ ଦର୍ଶକ ଏତେ ଭଲ ପାଇଥିଲେ ଯେ ଆଜି ବି ଲୋକେ ମନେ ରଖିଛନ୍ତି । ବସନ୍ତ ନାୟକ ଏମିତି କଳାକାରଙ୍କୁ ଫିଲ୍ମ ଦୁନିଆକୁ ଆଣିଛନ୍ତି ଓ ଗଢିଛନ୍ତି ।

ଏମିତି ଅନେକ ପୁରୁଣା ସ୍ମୃତି ଅନୁଭବ ଗଣମାଧ୍ୟମରେ ଶେୟାର କରିଛନ୍ତି, ଯାହା ଶୁଣିଲେ ଆପଣଙ୍କୁ ବି ବିଗତ ଦିନର ଅନେକ କଥା ମନେ ପଡିଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।