ଗଣମାଧ୍ୟମକୁ ଇଂରାଜୀରେ ସାଇଁ ସାଇଁ ଗାଳି ଦେଲେ ଦିଦି, କହିଲେ, ହୁ ଆର ୟୁ ତୁମର ଏଠି ରୋଲ୍ କଣ ?… ଦେଖନ୍ତୁ video

ବିଦ୍ୟାଳୟ ଏଭଳି ଏକ ସ୍ଥାନ ଯେଉଁଠି ଗୋଟିଏ ଛୁଆର ଭବିଷ୍ୟତ ଗଢାଯାଏ । କିନ୍ତୁ ଆଜିର ସମୟରେ ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଥିବା ସମ୍ପର୍କ ଆଉ ପୂର୍ବ ଭଳି ନାହିଁ । ଗୁରୁ-ଶିଷ୍ୟଙ୍କ ସମ୍ପର୍କରେ ସମୟାନୁବର୍ତ୍ତିତା, ସମ୍ମାନ ଓ ବାଧ୍ୟତା ନିହାତି ଆବଶ୍ୟକ । ଏଥିରେ ବ୍ୟତିକ୍ରମ ହେଲେ ଏହି ପବିତ୍ର ସମ୍ପର୍କ ତିକ୍ତ ହୋଇଯାଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଓଡିଶାର ଏକ ବିଦ୍ୟାଳୟରେ । ଯେଉଁଠି ସ୍କୁଲ ପିଲାମାନେ ଶିକ୍ଷକ, ଶିକ୍ଷୟତ୍ରୀ ଓ ସ୍କୁଲର ସଭାପତିଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।

ପିଲାମାନଙ୍କ ଅଭିଯୋଗ ଅନୁଯାୟୀ ଶ୍ରେଣୀରେ ଦିଦି ଥିବାବେଳେ ତାଙ୍କ ଉପସ୍ଥିତିରେ ପ୍ରେସିଡେଣ୍ଟ ଆସି ପିଲାମାନଙ୍କୁ ବାଡେଇବା ସହ ଦୁର୍ବ୍ୟବହାର କରିଛନ୍ତି । ଝିଅମାନଙ୍କୁ ଡ୍ରେସ ଓ କଲର୍ ଟାଣି ସେମାନଙ୍କୁ ମାଡ ମାରିଛନ୍ତି । ଏହିପରି ଅନେକ ସମୟରେ ହେଉଥିବା ବେଳେ ତାଙ୍କୁ କେହି ମଧ୍ୟ ଅଟକାଉ ନାହାନ୍ତି । ସ୍କୁଲର ଦିଦି ମଧ୍ୟ ବିଳମ୍ବରେ ସ୍କୁଲ ଆସୁଛନ୍ତି ଏବଂ ଛୁଟି ହେବା ପୂର୍ବରୁ ଘରକୁ ପଳାଉଛନ୍ତି । ଯାହାକୁ ନେଇ ପିଲାମାନେ ଅଭିଯୋଗ ଆଣିଛନ୍ତି ।

ଏନେଇ ସ୍କୁଲର କିଛି ଛାତ୍ର ଛାତ୍ରୀଙ୍କ ଓ ଦିଦିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି । ତେଣୁ ସ୍କୁଲ ପିଲାମାନେ ଏନେଇ ସ୍କୁଲ ବାହାରେ ଆନ୍ଦୋଳନରେ ବସିବା ସହ ଥାନାରେ ମଧ୍ୟ ଲିଖିତ ଅଭିଯୋଗ ଦେଇଛନ୍ତି । ତେବେ ଏନେଇ ଗଣମାଧ୍ୟମ ଦିଦିଙ୍କୁ ପ୍ରଶ୍ନ କରିବାରୁ ସେ ଉତ୍ତ୍ୟକ୍ତ ହୋଇ ଯାଇଥିଲେ । ସ୍କୁଲ ପିଲା ମଧ୍ୟ ଦିଦିଙ୍କ ନାଁରେ ଅଭିଯୋଗ ଆଣିଛନ୍ତି କି, ଦିଦି ଖାଲି ଫୋନରେ ଗପୁଛନ୍ତି ଆଉ ତାଙ୍କୁ କିଛି ପଚାରିଲେ ଆମକୁ ଭାଷା କହି ଶୋଧୁଛନ୍ତି ।

ଏନେଇ ଦିଦି ଗଣମାଧ୍ୟମକୁ କହିଛନ୍ତି ଯେ, ଆପଣମାନେ କଣ ପାଇଁ ଏଠି ରୋଲ୍ କରୁଛନ୍ତି ? ଆପଣ କିଏ ମୁଁ ତ ଆପଣଙ୍କୁ ଡାକିନି । ଫାଷ୍ଟ ରେକର୍ଡ ଦେଖାନ୍ତୁ ନହେଲେ ମୁଁ ଆପଣଙ୍କ ନାଁରେ ଏଫଆଇଆର ଦେବି । ଆପଣଙ୍କୁ ଏଭଳି କରିବାର ଅଧିକାର କିଏ ଦେଲା ? ପିଲାଙ୍କ ଅଭିଭାବକଙ୍କ ନମ୍ବର ମୋ ପାଖରେ ନାହିଁ । ପ୍ରଧାନ ଶିକ୍ଷୟତ୍ରୀ ମଧ୍ୟ ଗାଁରେ ଅଛନ୍ତି ସେ କେଉଁଠୁ ପିଲାଙ୍କ ନମ୍ବର ଆଣିବେ । ତେବେ ପିଲାଙ୍କ ଏଭଳି ମାମଲାରେ ଦିଦି କହିଛନ୍ତି, ମୁଁ କେବଳ ପ୍ରତ୍ଯକ୍ଷଦର୍ଶୀ, ତା’ ଛଡା ଏହି ଘଟଣାରେ ମୋର ଆଉ କିଛି ରୋଲ୍ ନାହିଁ ।

ତେବେ ଦେଖାଯାଉ ଆଗକୁ ଏନେଇ ପୋଲିସ ତଥା ଶିକ୍ଷା ବିଭାଗ କଣ ତଦନ୍ତ କରୁଛି ଏବଂ କିଭଳି ପଦକ୍ଷେପ ନେଉଛି । କାରଣ ସ୍କୁଲରେ ପିଲାମାନେ ଭଲଭାବେ ପାଠ ପଢିବାକୁ ହେଲେ ଉଭୟ ଗୁରୁ ଓ ଶିଷ୍ୟଙ୍କର ଶୃଙ୍ଖଳା ଠିକ ରହିବା ଆବଶ୍ୟକ । ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।