ବିମାନ ଚକରେ ବସି 40 ହଜାର ଫୁଟ୍ ଉଚ୍ଚତାରେ 10 ଘଣ୍ଟା ଉଡିଲେ, ଚକରେ ବସି ଲଣ୍ଡନ ଯିବାକୁ ବାହାରିଥିବା ଏହି ଯୁବକଙ୍କ ସହ କଣ ହେଲା ? ଡାକ୍ତର ବି ଆଶ୍ଚର୍ଯ୍ୟ !

ଏହି ମାମଲାଟି ହେଉଛି 1996 ମସିହାର, ଯାହା ସମଗ୍ର ବିଶ୍ଵବାସୀଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । 1995ରେ ପଞ୍ଜାବକୁ ଖଲିସ୍ତାନି ଆତଙ୍କ ଭୟ ଘାରିଥିବା ବେଳେ ସୁରକ୍ଷା ବାହିନୀ ସେମାନଙ୍କୁ ସେଠାରୁ ହଟାଇ ଦେଇଥିଲେ । ସେହି ସମୟରେ ଅନେକ ଲୋକଙ୍କୁ ପଚରାଉଚରା କରାଯିବା ସହ ଗିରଫ କରା ଯାଉଥିଲା । ପ୍ରଦୀପ ଓ ବିଜୟ ସାଇନି ନାମକ ଦୁଇ ଭାଇଙ୍କୁ ମଧ୍ୟ ପୋଲିସ ଘରୁ ଉଠାଇ ନେଇ ପଚରାଉଚରା କରିଥିଲା । ସେମାନେ କାର୍ ମେକାନିକ ଥିବାବେଳେ ସେମାନେ ଖଲିସ୍ତାନିଙ୍କୁ ଗୁପ୍ତରେ ସାହାଯ୍ୟ କରୁଥିବା ପୋଲିସ ଜାଣିବାକୁ ପାଇଥିଲା ।

ପ୍ରଦୀପକୁ 22 ବର୍ଷ ହୋଇଥିବା ବେଳେ ବିଜୟକୁ ମାତ୍ର 18 ବର୍ଷ ହୋଇଥିଲା । ସେମାନେ ଖଲିସ୍ତାନିଙ୍କ ସହ ସମ୍ପର୍କ ଥିବା ନେଇ ଯେତେ ମନା କରୁଥିଲେ ମଧ୍ୟ ପୋଲିସ ପଚରାଉଚରା ଜାରି ରଖିଥିଲା । ଏଭଳି ସ୍ଥିତିରେ ଦୁଇ ଭାଇ ଦେଶ ଛାଡି ଚଳାଇଯିବାକୁ ନିଷ୍ପତ୍ତି ନେଇଥିଲେ । ସେମାନଙ୍କ ଅନେକ ପରିଚିତ ବ୍ୟକ୍ତି ଲଣ୍ଡନରେ ରହୁଥିବାରୁ ସେମାନେ ଲଣ୍ଡନ ଯିବାକୁ ସ୍ଥିର କଲେ । ହେଲେ ପାଖରେ ପାସପୋର୍ଟ ନଥିଲା କି ଅର୍ଥ ନଥିଲା ।

ଶେଷରେ ଦୁଇ ଭାଇ ଜଣେ ଚୋରା ଚାଲାଣକାରୀଙ୍କ ସହ ଯୋଗାଯୋଗ କରିଥିଲେ ଯିଏ ବେଆଇନ ଭାବେ ଲୋକଙ୍କୁ ବିଦେଶ ପଠାଉଥିଲେ । ବିମାନର ଲଗେଜ ବିଭାଗରେ ଲୁଚାଇ ଲଣ୍ଡନ ପଠାଇବାର କଥା ହୋଇଥିଲା ଓ ସେମାନେ ଏଥିପାଇଆନ ତାକୁ 150 ପାଉଣ୍ଡ ଦେଇଥିଲେ । ହେଲେ ଚୋରା ଚାଲାଣକାରୀ ପଇସା ନେଇ କୁଆଡେ ଫେରାର ହେଇଗଲା । ହେଲେ ଦୁହେଁ ଯେମିତି ହେଲେ ଲଣ୍ଡନ ଯିବେ ବୋଲି ଠାଣି ନେଇଥିଲେ ।

ସେପ୍ଟେମ୍ବର 1996ରେ ଦୁଇଭାଇ ପଞ୍ଜାବରୁ ଦିଲ୍ଲୀ ଆସିଥିଲେ । ସେତେବେଳେ ବିମାନ ବନ୍ଦରରେ କମ୍ ସୁରକ୍ଷା ବ୍ୟବସ୍ଥାର ଫାଇଦା ଉଠାଇ ସେମାନେ 10ଦିନ ଧରି ଏୟାରପୋର୍ଟରେ ଯାଞ୍ଚ କରିଥିଲେ । ଏହାପରେ ଅକ୍ଟୋବର 1996 ଗୋଟିଏ ରାତିରେ ସେମାନେ ବ୍ରିଟିଶ ଏୟାରୱେସ ବିମାନରେ ପହଞ୍ଚିବାରେ ସଫଳ ହୋଇଥିଲେ । ବିମାନଟି ଉଡାଣ ପାଇଁ ପ୍ରସ୍ତୁତ ହେବ ବେଳକୁ ସେମାନେ ଏହାର ଲ୍ୟାଣ୍ଡିଂ ଗିୟରରେ ପ୍ରବେଶ କରିଥିଲେ ।

ଚୋରା ଚାଲାଣକାରୀଙ୍କ ରହିବା ପରେ ଓ ଏୟାରପୋର୍ଟରେ ଅନେକ ଯାଞ୍ଚ କରିବା ପରେ ସେମାନେ ବିମାନ ସମ୍ପର୍କରେ ଅନେକ କିଛି ଜାଣି ସାରିଥିଲେ । ଲ୍ୟାଣ୍ଡିଂ ଗିୟରରେ ଜଣେ ବ୍ୟକ୍ତି ବସିବାକୁ ଜାଗା ଥିବା ଜାଣି ସେମାନେ ଭିନ୍ନ ଭିନ୍ନ ଲ୍ୟାଣ୍ଡିଂ ଗିୟରରେ ପ୍ରବେଶ କଲେ । ଦିଲ୍ଲୀରୁ ଲଣ୍ଡନ ପର୍ଯ୍ୟନ୍ତ 6693 କିମି ଅର୍ଥାତ 10 ଘଣ୍ଟା ପର୍ଯ୍ୟନ୍ତ ସେମାନେ ଲ୍ୟାଣ୍ଡିଂ ଗିୟରରେ ଠିକ ସେମିତି ବସି ରହିଥିଲେ । ଏହି ବିମାନ 40 ହଜାର ଫୁଟ୍ ଉଚ୍ଚତାରେ ତୀବ୍ରବେଗରେ ଯାତ୍ରା କରୁଥିଲା ।

ଉପରେ ଅମ୍ଳଜାନର ଅଭାବ ସହ ଇଞ୍ଜିନର ତୀବ୍ର ଶବ୍ଦ ଯୋଗୁଁ ସେମାନେ ଭୟଭୀତ ହୋଇ ଯାଇଥିଲେ । ବିମାନ ଲ୍ୟାଣ୍ଡ କରିବା ପରେ କର୍ମଚାରୀ ଯେତେବେଳେ ଲଗେଜ କାଢିବାକୁ ପହଞ୍ଚିଥିଲେ ସେଠାରେ ସେ ଜଣେ ଲୋକ କାନ୍ଦୁଥିବା ଶୁଣିଥିଲେ । ଏହାପରେ ସେ ବଡ ଭାଇ ପ୍ରଦୀପଙ୍କୁ ଅଧା ମୃତ ଅବସ୍ଥାରେ ପାଇଥିଲେ । ସେଠାରୁ ସେ ଡାକ୍ତରଖାନାରେ ଆଡମିଟ ହେବା ପରେ ଚାରିଦିନ ପରେ ଚେତା ଫେରି ପାଇଲେ । ଏହାପରେ ସେ ବିଜୟ ବିଷୟରେ ପଚାରିଥିଲେ, କିନ୍ତୁ ଏ ସମ୍ବନ୍ଧରେ କାହାକୁ କିଛି ଜଣା ନଥିଲା ।

40 ହଜାର ଫୁଟ୍ ଉଚ୍ଚରେ ମାଇନସ 60 ଡିଗ୍ରୀ ତାପମାତ୍ରାକୁ କିପରି ସହ୍ୟ କଲେ ଏହା ଡାକ୍ତରଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ତା’ପରେ ପ୍ରଦୀପଙ୍କ ଭାଇ ବିଜୟକୁ ପୋଲିସ ଖୋଜାଖୋଜି କରୁଥିବା ବେଳେ ରିଚମାନ ଅଞ୍ଚଳରେ ମୃତଦେହ ମିଳିବାର ଏକ କଲ୍ ପାଇଥିଲା । ଭାଇକୁ ହରାଇବା ପରେ ପ୍ରଦୀପଙ୍କ ପାଇଁ ସମସ୍ଯା ଆହୁରି ବଢି ଯାଇଥିଲା ।

କାରଣ ବ୍ରିଟିଶ ସରକାର ତାଙ୍କୁ ଭାରତ ପଠାଇବା ପାଇଁ ଚେଷ୍ଟା କରୁଥିଲା । ଏତିକି ବେଳେ ପ୍ରଦୀପ ଲଣ୍ଡନ କୋର୍ଟରେ କହିଥିଲେ କି, ଭାରତ ଆସିବା ତାଙ୍କ ପାଇଁ ଠିକ ହେବନି । ପୋଲିସ ତାଙ୍କୁ ବାରମ୍ବାର ହଇରାଣ କରୁଥିବାରୁ ସେ ଲଣ୍ଡନ ଆସିଛନ୍ତି ବୋଲି କୋର୍ଟରେ କହିଥିଲେ । ଏହାକୁ ନେଇ କୋର୍ଟରେ ଅନେକ ତର୍କବିତର୍କ ଚାଲିବା ପରେ ଏନେଇ 2014 ରେ ଶେଷ ରାୟ ଶୁଣାଇଥିଲେ କୋର୍ଟ ।

କୋର୍ଟରେ କୁହାଗଲା କି ପ୍ରଦୀପ ଯଦି ଏତେ ବାଧ୍ୟ ହୋଇ ନଥାନ୍ତେ ତେବେ ନିଜ ଜୀବନକୁ ବିପଦରେ ପକାଇ କେବେବି ଲଣ୍ଡନ ଆସି ନଥାନ୍ତେ । ଏହାପରେ କୋର୍ଟ ତାଙ୍କୁ ଲଣ୍ଡନରେ ରହିବାକୁ ଅନୁମତି ଦେଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।