ଆସୁଛି Aadhaar 2.0, ସମସ୍ତଙ୍କର ବନିବ ନୂଆ ଆଧାର କାର୍ଡ, ଦେଖନ୍ତୁ ଏହି ନୂଆ ଆଧାର କାର୍ଡ କ’ଣ ସବୁ ରହିବ ଖାସ

ଆଜିର ଜମାନାରେ ଆଧାର କାର୍ଡ ଏକ ଅତ୍ୟନ୍ତ ଜରୁରୀ ଡକ୍ୟୁମେଣ୍ଟ ହୋଇ ସାରିଲାଣି । ସରକାରୀ ଠୁ ନେଇ ବେସରକାରୀ ସଂସ୍ଥା ଯାଏଁ ଆପଣଙ୍କ ପରିଚୟ ପତ୍ର ପାଇଁ ଆଧାର କାର୍ଡ ଆବଶ୍ୟକ ହୋଇଥାଏ । ବିନା ଆଧାର କାର୍ଡ ଆପଣ କୌଣସି ସରକାରୀ ଯୋଜନାର ଫାଇଦା ମଧ୍ୟ ଉଠାଇ ପାରିବେନି । ଏପରି ବେଳେ ବର୍ତ୍ତମାନ ଆଧାର ୨.୦ ପାଇଁ ସରକାରୀ ଚିନ୍ତା ବିଚାର କରୁଛନ୍ତି ।

ଏହା ଆପଣଙ୍କ ଆଧାରର ଏକ ଅପଗ୍ରେଡେଡ ଭର୍ସନ ହେବ । ସେଥିପାଇଁ ଆଧାର କାର୍ଡ ସେବାର ବିସ୍ତାର କରିବା ପାଇଁ ମଧ୍ୟ ଚିନ୍ତା କରାଯାଉଛି । ଏହାଦ୍ବାରା ଆପଣଙ୍କ ଆଧାର କାର୍ଡକୁ ଇଣ୍ଟରନ୍ୟାସନାଲ ଆଇଡେଣ୍ଟିଟି ଷ୍ଟାଣ୍ଡାର୍ଡ ପାଇଁ ବିକଶିତ କରାଯିବ । ଏହାସହ ଡିଜିଟାଲ ଅର୍ଥ ବ୍ୟବସ୍ଥାରେ ଆଧାର କାର୍ଡର ବ୍ୟବହାରରେ ପରିବର୍ତ୍ତନ ଓ ବିସ୍ତାର ଉପରେ ମଧ୍ୟ କରାଯିବ । ଏହା ଉପରେ ସରକାରଙ୍କ କିଛି ବରିଷ୍ଠ ଅଧିକାରୀ ଓ ଦେଶଦୁନିଆର କିଛି ଏକ୍ସପର୍ଟ ମିଳିତ ଭାବେ ଚର୍ଚ୍ଚା କରିବେ ।

ଏଥିପାଇଁ ଆଧାର ୨.୦ ଡିଜିଟାଲ ପରିଚୟ ଓ ସ୍ମାର୍ଟ ଗଭର୍ଣ୍ଣେଲ ନାମରେ ଏକ ୱାର୍କସପ୍ ର ମଧ୍ୟ ଆୟୋଜନ କରାଯିବ । ଏହି ବୈଠକରେ ସୂଚନ ପ୍ରସାରଣ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, ରାଜୀବ ଚନ୍ଦ୍ରଶେଖରଣ, UIDAI ର ପୂର୍ବ ପ୍ରମୁଖ ନନ୍ଦନ ନିଲେକାଣୀ, ଆରଏସ ଶର୍ମା, ଅଜୟ ଭୂଷଣ ପାଣ୍ଡେ, ପ୍ରଧାନ ମନ୍ତ୍ରୀଙ୍କ ଅର୍ଥନୈତିକ କାଉନସେଲର ଚେୟାରମ୍ୟାନ ବିବେକ ଦେବରାୟ, ଟିବି ସୋମନାଥନ, ଆଇଟି ସେକ୍ରେଟାରୀ ଅଜୟ ପ୍ରକାଶ ଓ ନୀତି ଆୟୋଗର ସିଇଓ ଅମିତାଭ କାନ୍ତ ସାମିଲ ହେବେ ।

ଏହାସହ ପେଟିଏମ ର ସଂସ୍ଥାପକ ବିଜୟ ଶେଖର ଶର୍ମା, ୱାର୍ଲ୍ଡ ବ୍ଯାଙ୍କର ଗ୍ଲୋବାଲ ଡାଇରେକ୍ଟର ଫର ସୋ-ସି-ଆ-ଲ ପ୍ରଫେସନ ଆଣ୍ଡ ଜବ୍ସ ଓ IIT IISC ର ପ୍ରଫେସର ମଧ୍ୟ ଏହି ବୈଠକରେ ସାମିଲ ହେବବାକୁ ଯାଉଛନ୍ତି । ଆଧାର କାର୍ଡ ଉପରେ ସରକାରଙ୍କ ଖୁବ ଭରସା ରହିଛି । ଏଥିରେ ଲୋକଙ୍କ ବାୟୋମେଟ୍ରିକ ପରିଚୟ ଥିବାରୁ ଏହାକୁ ଏକ ଇଣ୍ଟରନ୍ୟାସନାଲ ଆଇ କାର୍ଡ ପରି ବ୍ୟବହାର କରାଯାଇ ପାରିବ ବୋଲି ସରକାର ଚିନ୍ତା କରୁଛନ୍ତି । ଯେପରି ବର୍ତ୍ତମାନ ପାସପୋର୍ଟ ବ୍ୟବହାର ହେଉଛି ।

ଏହି ବୈଠକରେ ଆଧାର ଅପ୍ଡ଼େସନ ଓ ଇକୋ ସିଷ୍ଟମକୁ ଆହୁରି ଅଧିକ କିପରି ଭଲ ଭାବେ ଓ ସହଜରେ ବ୍ୟବହାର କରିହେବ ସେ ନେଇ ମଧ୍ୟ ବିଚାର ହେବ । ତେବେ ଏହା ମଧ୍ୟରେ ଡାଟା ସିକ୍ଯୁରିଟି ଓ ପ୍ରାଇଭେସୀ ସବୁଠାରୁ ମହତ୍ବପୂର୍ଣ୍ଣ ବିଷୟ ଅଟେ । ତେଣୁ ଏହାକୁ ନେଇ ମଧ୍ୟ ଚିନ୍ତା ବିଚାର କରାଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।