ଭାଇରାଲ ହେଲା ମୃତ୍ୟୁ ପୂର୍ବର ଶେଷ ଭିଡିଓ, ମହାନଦୀରେ ବୁଡି ଯାଇଥିବା ବାଳକ ମୃତ୍ୟୁ ପୂର୍ବରୁ ଗାଇ ଯାଇଛି ଏମିତି ଦୁଇ ପଦ ଗୀତ, Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

କଟକ ଭଦିମୂଳ ଠାରେ ମହାନଦୀରେ ଘଟିଛି ଏକ ବଡ ଅଘଟଣ । ମହାନଦୀରେ ଗାଧୋଇବାକୁ ଯାଇ ଭାସି ଯାଇଛନ୍ତି ଚାରି ସାଙ୍ଗ । ଗତ ରାତିରେ ହିଁ ଜଣେ ନାବାଳକ ଙ୍କର ମୃତଦେହ ମିଳିଥିବା ବେଳେ ଆଜି ସକାଳେ ଆଉ ଦୁଇ ଜଣଙ୍କର ମୃତଦେହ ମିଳିଥିଲା । କିନ୍ତୁ ଆଉ ଜଣେ ନାବାଳକ ଏବେ ପର୍ଯ୍ୟନ୍ତ ମଧ୍ୟ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି । ଯାହାଫଳରେ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ମିଳିଥିବା ତିନିଜଣ ନାବାଳକଙ୍କ ମଧ୍ୟରୁ ଦୁଇ ଜଣ ନୂଆବଜାର ତୋଟାପୋଖରୀ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଚାଉଳିଆଗଞ୍ଜ ଅପର୍ଣ୍ଣା ନଗର ଅଞ୍ଚଳର ବୋଲି ଜଣାପଡିଛି । ଏହି ଚାରି ଜଣ ସାଙ୍ଗ ଗତକାଲି କଟକ ବିଦ୍ୟାଧରପୁର ଭଦିମୂଳକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଭାସି ଯାଇଥିଲେ । ଘଟଣାସ୍ଥଳରେ ଦୁଇଟି ସାଇକେଲ ଓ ଚାରି ହଳ ଚପଲ ମଧ୍ୟ ମିଳିଛି ।

ଏହି ସମସ୍ତ ଛାତ୍ରଙ୍କ ନାମ ହେଉଛି କ୍ଷେତ୍ରବାସୀ ବେହେରା, ଆକାଶ ବାହାଳିଆ, ଚନ୍ଦନ ବେହେରା ଓ ଶୁଭମ ସେଠୀ । ତେବେ ଶୁଭମ ଏବେ ଯାଏଁ ମଧ୍ୟ ନିଖୋଜ ଅଛନ୍ତି । ତେବେ ଏପରି ଏକ ଅଘଟଣ ପାଇଁ ସ୍ଥାନୀୟ ଲୋକେ ସେମାନଙ୍କ ପିତାମାତାଙ୍କୁ ହିଁ ଦାୟୀ କରିଛନ୍ତି । ପିତାମାତା ପିଲାମାନଙ୍କ ଯତ୍ନରେ ଅବହେଳା କରିବାରୁ ଆଜି ସେମାନେ କାହାକୁ ନକହି ନଦୀକୁ ଗାଧୋଇବା ପାଇଁ ଯାଇ ଭାସିଗଲେ ବୋଲି ସମସ୍ତେ କଥା ହେଉଛନ୍ତି ।

ତେବେ ଏହା ମଧ୍ୟରେ ଜଣେ ଛାତ୍ରଙ୍କର ଏକ ଭିଡିଓ ମିଳିଛି । ଯେଉଁଥିରେ ସେ ଏକ ସୁନ୍ଦର ବଲିଉଡ ଗୀତ ଗାଉଥିବାର ଆପଣ ଦେଖିବାକୁ ପାଇବେ । ମୃତ୍ୟୁ ପୂର୍ବରୁ ଏହା ତାଙ୍କର ଶେଷ ଗୀତ ତଥା ଭିଡିଓ ଥିଲା । ପଞ୍ଜାବୀ ତଥା ବଲିଉଡ ଗାୟକ ବି. ପ୍ରାକ ଗାଇଥିବା ରହି ଗୀତ ‘ପଛତାଓଗେ’ କୁ ସେ ଖୁବ ଭଲ ଭାବେ ଗାଇ ରେକର୍ଡ କରିଛନ୍ତି । ଯାହା ଶୁଣିଲେ ଆପଣଙ୍କୁ ମଧ୍ୟ ଖୁବ୍ ଭଲ ଲାଗିବ ।

ଛୋଟ ପିଲାଟି ଗାଇ ଯାଇଥିବା ଏହି ଗୀତ ଯେ ତା’ ଜୀବନର ଶେଷ ଗୀତ ଥିଲା କିଏ ଜାଣିଥିଲା । ଏହି ଗୀତକୁ ଦେଖି ତାଙ୍କ ପରିବାର ଲୋକେ ତାଙ୍କୁ ଆହୁରି ଝୁରି ହେଉଛନ୍ତି । ବି. ପ୍ରାକ ଗାଇଥିବା ଓ ବଲିଉଡ ଅଭିନେତା ଭିକି କୌଶଲ ଏବଂ ଅଭିନେତ୍ରୀ ନୁରା ଫତେହୀ ଅଭିନୀତ ଏହି ଗୀତ ଖୁବ ହାଇସ୍କେଲରେ ଥିବା ବେଳେ ଛୋଟ ପିଲାଟି ଖୁବ ଦକ୍ଷତାର ସହ ଗୀତଟିକୁ ଗାଇଛନ୍ତି । ଯାହା ଶୁଣିଲେ ଆପଣ ମଧ୍ୟ ଭାବୁକ ହୋଇଯିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।