ସାତ ଫେରା ନେବା ପୂର୍ବରୁ ପରୀକ୍ଷା ଦେବାକୁ ପହଞ୍ଚିଲେ ଦୁହ୍ଲନ୍, କହିଲେ କିଛି ଏମିତି, ଶୁଣିଲେ ଆପଣ ବି କରିବେ ପ୍ରଶଂସା, Video ଭାଇରାଲ

ବିବାହ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି କୁହାଯାଏ । ଏହା ତ ସତ କିନ୍ତୁ ଏହାଠାରୁ ବି ଗୁରୁତ୍ୱପୂର୍ଣ୍ଣ ଦିନ ହେଉଛି ପରୀକ୍ଷା ଦିନ । ଯଦି ଆପଣ ପରୀକ୍ଷାରେ ଉଚିତ ସମୟରେ ପହଞ୍ଚି ଭଲ ପ୍ରଦର୍ଶନ କରନ୍ତି ତେବେ ଏହା ଆପଣଙ୍କ ଭବିଷ୍ୟତ ବଦଳାଇ ପାରିବ । ଏବେ ଜମାନା ବଦଳିଲାଣି । ମହିଳା ମାନେ ବିବାହ ଠାରୁ ଶିକ୍ଷାକୁ ଅଧିକ ପ୍ରାଥମିକତା ଦେଲେଣି । ଉଦାହରଣ ସ୍ୱରୂପ ନିଜ ବିବାହ ଦିନ ବୋହୂ ବେଶରେ ସଜ ହୋଇ ପରୀକ୍ଷା ଦେବାକୁ ଯାଇଥିବା ଏହି ଯୁବତୀଙ୍କ ବିଷୟରେ ଜାଣନ୍ତୁ ।

ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଜଣେ ବୋହୂ ରୂପେ ସଜ ହୋଇ ସଂପୂର୍ଣ୍ଣ ମନ ଧ୍ୟାନ ଦେଇ ପରୀକ୍ଷା ଦେଉଥିବା ସମୟର ଭି-ଡି-ଓ ଖୁବ୍ ଭା-ଇ-ରା-ଲ ହେଉଛି । ଉକ୍ତ ଯୁବତୀଙ୍କ ନାମ ହେଉଛି ଶିବାଙ୍ଗୀ ବଗଥାରିୟା । ଶିବାଙ୍ଗୀ ରାଜକୋଟର ବାସିନ୍ଦା ଅଟନ୍ତି । ତାଙ୍କୁ ତାଙ୍କ ୫ମ ସେମିଷ୍ଟାର ପରୀକ୍ଷା ଦେବାର ଥିଲା କିନ୍ତୁ ସେଦିନ ତାଙ୍କର ବିବାହ ମଧ୍ୟ ସ୍ଥିର ହୋଇ ସାରିଥିଲା ।

ଏପରି ପରିସ୍ଥିତିରେ ସେ ନିଜ ଭାବି ସ୍ଵାମୀ ଏବଂ ପରିବାର ସହ ପରୀକ୍ଷା ହଲ୍ ଯାଇଥିଲେ ଓ ପରୀକ୍ଷା ଦେଇଥିଲେ । ଅନେକ ସମୟରେ ବିବାହ ଯୋଗୁଁ ଝିଅମାନେ ନିଜ ପାଠପଢା ଛାଡି ଦେବାର ଦେଖିବାକୁ ମିଳେ । ଏପରିକି କିଛି ପୁଅ ଘର ବିବାହ ପୂର୍ବରୁ ଝିଅକୁ ପାଠ ପଢାଇବା ପାଇଁ କଥା ଦିଅନ୍ତି, କିନ୍ତୁ ବିବାହ ପରେ ପୂର୍ଣ୍ଣ ସହଯୋଗ କରନ୍ତି ନାହିଁ । ଯେଉଁଥି ପାଇଁ ଅନେକ ଝିଅଙ୍କ ପାଠପଢା ଅଧାରେ ରହିଯାଏ ।

 

View this post on Instagram

 

A post shared by Viral Bhayani (@viralbhayani)

ଶିବାଙ୍ଗୀ ବଗଥାରିୟାଙ୍କ ଏହି ଭି-ଡି-ଓ ଅନେକ ମହିଳାଙ୍କ ପାଇଁ ପ୍ରେରଣା ସ୍ୱରୂପ ଅଟେ । ଏହି ଭି-ଡି-ଓ-ରେ ଶିବାଙ୍ଗୀ ଏକ ମେସେଜ ମଧ୍ୟ ଲେଖିଛନ୍ତି, ‘ମୋ ପାଇଁ ବିବାହ ଠାରୁ ଶିକ୍ଷା ଅଧିକ ମହତ୍ବପୂର୍ଣ୍ଣ ଅଟେ ।’ ବିଦ୍ୟାର୍ଥୀଙ୍କ ଗହଣରେ ପରୀକ୍ଷା ଦେଉଥିବା ଏହି କନ୍ୟାଙ୍କ ଭି-ଡି-ଓ ଫେମସ ସେଲିବ୍ରିଟି ଫଟୋଗ୍ରାଫର ବିରଲ ଭୟାନୀ ନିଜ ଇଂ-ଷ୍ଟା-ଗ୍ରା-ମ ପେଜ୍ ରେ ପୋଷ୍ଟ କରିଛନ୍ତି । ଲୋକଙ୍କୁ ଶିବାଙ୍ଗୀଙ୍କ ଏହି ଅନ୍ଦାଜ ଖୁବ୍ ପସନ୍ଦ ହେଉଛି ।

ଶିବାଙ୍ଗୀ ଏକ ମି-ଡି-ଆ ରି-ପୋ-ର୍ଟ-ରେ କହିଛନ୍ତି କି, “ତାଙ୍କ ବିବାହ ତାରିଖ ଧାର୍ଯ୍ୟ ହେବା ସମୟରେ ପରୀକ୍ଷା ତାରିଖ ଘୋଷଣା ହୋଇ ନଥିଲା । କିନ୍ତୁ ଦୁଇଟି ଯାକ ଗୋଟିଏ ଦିନରେ ହେବାରୁ ସେ ନିଜ ବିବାହ ମୂହୁର୍ତ୍ତକୁ ଅଳ୍ପ ଘୁଞ୍ଚାଇ ଦେଇଥିଲେ ଯାହାଫଳରେ ସେ ପରୀକ୍ଷା ଦେଇପାରିବେ । ଶିବାଙ୍ଗୀଙ୍କ ଭି-ଡି-ଓ-ରେ ଲୋକମାନେ ଅନେକ ପ୍ରକାର କମେଣ୍ଟ ମଧ୍ୟ ଦେଉଛନ୍ତି ।

ଜଣେ ୟୁଜର କମେଣ୍ଟ କରିଥିଲେ, ‘ପାଠପଢା ପ୍ରତି ଆପଣଙ୍କ ରୁଚିକୁ ସଲାମ ।’ ଆଉ ଜଣେ ୟୁଜର କହିଥିଲେ, ‘ଯଦି ସବୁ ଶ୍ଵଶୁର ଘର ଲୋକ ନିଜ ବୋହୂଙ୍କ ପାଠପଢା ପ୍ରତି ଏମିତି ଧ୍ୟାନ ଦେବାକୁ ଲାଗିବେ ତେବେ ଝିଅମାନେ ପାଠପଢା ଡରରେ ବିବାହ ପାଇଁ ମନା କରିବେନି ।’ ସେହିପରି ଆଉ କିଛି ଲୋକ କମେଣ୍ଟ କରିଥିଲେ କି, ମେକଅଫ ତ ପରୀକ୍ଷା ପରେ ବି ହୋଇ ପାରିଥାନ୍ତା । ଫାଲ୍ତୁ ରେ ଲୋକ ଦେଖାଣିଆ କାମ କରୁଛନ୍ତି ।’

ସେମିତି ଆଉ ଜଣେ କମେଣ୍ଟ କରିଥିଲେ କି, ‘ପରୀକ୍ଷା ହଲ୍ ରେ କିଏ ଭି-ଡି-ଓ ବନାଉଛି ? ପରୀକ୍ଷା ହଲ୍ ମଧ୍ୟକୁ କ୍ୟାମେରା କେମିତି ଆସିଲା ?’ ତେବେ ଆପଣଙ୍କୁ ଏହି ବରବଧୂଙ୍କ ଅନ୍ଦାଜ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।