ACF Soumya Ranjan ମୃତ୍ୟୁ ମାମଲାରେ ପୋଲିସ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ସୁରାକ, ବହୁତ ଜଲ୍ଦି DFO ଙ୍କ ପାଖରେ ପାଖରେ ପହଞ୍ଚିବ ପୋଲିସ !

ପାରଳାଖେମୁଣ୍ଡି ACFO ସୌମ୍ଯ ରଞ୍ଜନଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପରିବାର ଲୋକ କରିଥିବା ସମସ୍ତ ଅଭିଯୋଗ ଆଧାରରେ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ । ଏ ପର୍ଯ୍ୟନ୍ତ ସୌମ୍ଯା ରଞ୍ଜନଙ୍କ ମୃତ୍ୟୁର ତଦନ୍ତରୁ ପୋଲିସକୁ ଅନେକ ତଥ୍ୟ ମିଳି ସାରିଛି ।

ସେଥି ମଧ୍ୟରୁ କେତେକ ଗୁରୁତ୍ୱପୂର୍ଣ୍ଣ ସୁରାକ ମଧ୍ୟ ପୋଲିସ ହାତରେ ଲାଗିଛି । ସବୁ ଦିଗରୁ ତଦନ୍ତ କାର୍ଯ୍ୟ ଜାରି ରହିଛି ଓ ଖୁବ ଶୀଘ୍ର DFO ଙ୍କୁ ପଚରା ଉଚରା କରାଯିବ ବୋଲି ପୋଲିସ କହିଛି । ତଦନ୍ତକାରୀ ଦଳ ଏବେ ବାଲେଶ୍ଵର ଓ ମୟୂରଭଞ୍ଜ ଯାଇ ତଦନ୍ତ କରି ଫେରିଛନ୍ତି ଓ ତାଙ୍କ ସହ ଆଲୋଚନା ମଧ୍ୟ ହୋଇଛି । ତେବେ ତଦନ୍ତ କଣ ହୋଇଛି ଓ କେତେ ପର୍ଯ୍ୟନ୍ତ ହୋଇଛି, ସେ ସମ୍ପର୍କରେ ଅନୁଧ୍ୟାନ ପାଇଁ ଡ଼ିଆଇଜି ସତ୍ୟବ୍ରତ ଭୋଇ ପହଞ୍ଚିଛନ୍ତି ପାରଳାଖେମୁଣ୍ଡିରେ ।

 

ଏହି କେସ ସମ୍ବନ୍ଧରେ ଯାହା ଯାହା ଅଗ୍ରଗାଇ ହୋଇଛି ସେ ସମସ୍ତ ବିଷୟରେ ଆଲୋଚନା କରିଛନ୍ତି ଡ଼ିଆଇଜି । ପ୍ରଥମ ଦିନରୁ ଏ ପର୍ଯ୍ୟନ୍ତ ଯେତିକି ତଦନ୍ତ ହୋଇଛି ସେ ସବୁକୁ ନେଇ ସନ୍ତୋଷଜନକ ତଥ୍ୟ ହାସଲ ହୋଇଛି ଓ ଗୁରୁତ୍ବପୂର୍ଣ୍ଣ ସୁରାକ ସବୁ ମିଳିବ ସହ ଘଟନା ସମ୍ବନ୍ଧରେ ଶୀଘ୍ର ଜଣାପଡିଯିବ ବୋଲି ମଧ୍ୟ କହିଛନ୍ତି ଡ଼ିଆଇଜି ସତ୍ୟବ୍ରତ ଭୋଇ ।

ଗୁରାଣ୍ଡି ମହିଳା ପୋଲିସ ଅଧିକାରୀ ମମତା ପଣ୍ଡା କେଉଁ ପରିସ୍ଥିତିରେ ହସ୍ପିଟାଲ ପହଞ୍ଚି ଥିଲେ ? ତାଙ୍କୁ ସେହି ଦାୟିତ୍ଵ ଦିଆ ଯାଇଥିଲା ନା କାହା କଥାରେ ସେ ସେଟାକୁ ଯାଇଥିଲେ ? ସେ ସମ୍ପର୍କରେ ମଧ୍ୟ ତଦନ୍ତ କରାଯିବ । ତେବେ ସୌମ୍ଯ ନିଜ ସରକରୀ ବାସ ଭବନରେ ପୋଡି ହୋଇ ଯାଇଥିବା ତଦନ୍ତରୁ ଜଣା ପଡିଥିବା ବେଳେ, ତାଙ୍କୁ କିଏ ପୋଡିଛି କିମ୍ବା ସେ ନିଜେ ପୋଡି ହୋଇ ଯାଇଥିଲେ ଏହି ସବୁ ଅନୁସନ୍ଧାନ କରାଯାଉଛି ।

ତେବେ ଆହୁରି ଅନେକ ବିଷୟ ମଧ୍ୟ ତଦନ୍ତ କରିବାକୁ ବାକି ଅଛି ଓ ସବୁ ସରିବା ପରେ ଯାଇ ସଠିକ ଭାବେ ତଥ୍ୟ ଦେଇ ପାରିବେ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ । DFO ସଂଗ୍ରାମ କେଶରୀ ବେହେରା ନିଜ ସରକାରୀ ବାସ ଭବନରେ ଅଛନ୍ତି ଓ ତାଙ୍କୁ ସନ୍ଦେହ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କୁ ପଚରା ଉଚରା କରି ନାହିଁ ପୋଲିସ । ତେବେ ପୋଲିସ ଅତି ଶୀଘ୍ର DFO ଙ୍କ ପାଖରେ ପହଞ୍ଚିବା ବୋଲି ଆଲୋଚନା ଚାଲିଛି । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ