ACF Soumyaranjan ଡେଥ ମିଷ୍ଟ୍ରି: ଅଡ଼ୁଆ ଖିଅ ପଛରେ ପୁରା ଟିମ୍, ସାମ୍ନାକୁ ଆସିଲା ବିଦ୍ୟାଙ୍କ ଡାଏରୀରୁ ନୂଆ ରହସ୍ୟ, ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ !

ACFO ସୌମ୍ଯ ରଞ୍ଜନଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଙ୍କ ଉପରେ ଦିନକୁ ଦିନକୁ ସନ୍ଦେହ ବଢିବା ସହ ପୋଲିସକୁ ଗୋଟେ ପରେ ତଥ୍ୟ ମିଳିବାରେ ଲାଗିଛି । ସୋମ୍ୟ ଓ ବିଦ୍ୟା ଗୋଟିଏ ଘରେ ଥିବା ବେଳେ ସୌମ୍ଯ ପୋଡି ହୋଇ ଯାଇଥିଲେ ମଧ୍ୟ ବିଦ୍ୟା କହୁଛନ୍ତି ଯେ ସେ ଜାଣି ନାହାନ୍ତି କି ସୌମ୍ଯ କିପରି ପୋଡି ହେଲେ ।

ସୌମ୍ୟ ତାଙ୍କ ରୁମରେ ହିଁ ପୋଡି ହୋଇଛନ୍ତି ବୋଲି ମଧ୍ୟ ଯଥେଷ୍ଟ ପ୍ରମାଣ ନାହିଁ । ସେ ପଟେ ପ୍ରଥମେ ପୋଲିସକୁ ବିଦ୍ୟାଙ୍କ ଏକ ହାତଲେଖା ଚିଠି ମିଳିଥିଲା । ଯେଉଁଥିରେ ସେ ସୌମ୍ୟଙ୍କୁ ଦୁନିଆରେ ସବୁଠୁ ଅଧିକ ଘୃଣା କରନ୍ତି ବୋଲି ଲେଖିଥିଲେ । ସେ ବିଷୟରେ ତାଙ୍କୁ ପଚରା ଯିବାରୁ ସେ ମନ ଦୁଃଖ ହେଲେ ଏପରି ଲେଖି ଦିଅନ୍ତି ଓ ତାର କିଛି ମୂଲ୍ୟ ନାହିଁ ବୋଲି କହିଥିଲେ । ଅପର ପକ୍ଷେ ସୌମ୍ୟଙ୍କ ଚରିତ୍ର ସଂହାର କରି ଏକ ଅଡିଓ କ୍ଲିପ ଭାଇରାଲ କରିଥିଲେ । ଯେଉଁଥିରେ ସେ ସୌମ୍ୟଙ୍କ ଉପରେ ଅନ୍ୟ ଝିଅ ସହ ସମ୍ପର୍କ ଥିବା ଆରୋପ ଲଗାଉଛନ୍ତି ।

ତେବେ ଏବେ ପୁଣି ଥରେ ବିଦ୍ୟାଙ୍କ ଆଉ ଏକ ଚିଠି ଲାଗିଛି ପୋଲିସ ହାତରେ । ଯେଉଁଥିରେ ସ୍ପଷ୍ଟ ହେଉଛି ଯେ ସେ ସ୍ଵାମୀ ସୌମ୍ୟଙ୍କୁ କେତେ ଅଧିକ ଘୃଣା କରୁଥିଲେ । ବିଦ୍ୟା ଏହି ଚିଠିରେ ଲେଖିଛନ୍ତି, “ଛି! ମଲା ବେଳେ ମୁହଁରେ ପୋକ ପଡନ୍ତୁ, ଭଗବାନ ମୋ ଦୁଶମନ୍ କୁ ବି ଏମିତି ଲୋକ ଗୋଟେ ନ ଦିଅନ୍ତୁ, ହେ ଭଗବାନ, କିଛି ବି କରି ଡିଭୋର୍ସ କରେ ଦିଅ ।” ଏହା ସହ ସୌମ୍ୟଙ୍କୁ ଅତି ଖରାପ ଭାଷାରେ ମଧ୍ୟ ଗାଳି ଗୁଲଜ କରି ଚିଠିରେ ଲେଖିଛନ୍ତି । ବିଦ୍ୟାଙ୍କ ଏହି ଚିଠି ହିଁ କହୁଛି ସେ ସୌମ୍ୟଙ୍କ କେତେ ପରିମାଣରେ ଘୃଣା କରୁଥିଲେ ।

ଏହି ଚିଠିରୁ ସୌମ୍ଯ ଓ ବିଦ୍ୟାଭାରତୀଙ୍କ ସମ୍ପର୍କ କିପରି ଥିଲା ତାହା ଭଲ ଭାବେ ସ୍ପଷ୍ଟ ହେଉଛି । ତେବେ ସୌମ୍ୟଙ୍କ ସରକାରୀ ବାସ ଭବନରୁ ମିଳିଛି ବିଦ୍ୟାଙ୍କ ହାତ ଲିଖିତ ଏହି ଚିଠି । ବିଦ୍ୟାଙ୍କ ପ୍ରଥୟମ ଚିଠି ଟି ବିଦ୍ୟା ନିଜେ ଲେଖିଥିଲେ ବୋଲି ସ୍ଵୀକାର କରିଥିଲେ । ତେବେ ଗତକାଲି ମିଳିଥିବା ଏହି ଚିଠିଟି ମଧ୍ୟ ଖୁବ ଭାଇରାଲ ହେବାରେ ଲାଗିଛି । ଅନ୍ୟ ପଟେ ବିଦ୍ୟାଭାରତୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ସୌମ୍ୟଙ୍କ ଓକିଲ ପାର୍ଥସାରଥି ନାୟକ ।

ତାଙ୍କ ମତରେ ବିଦ୍ୟାଙ୍କୁ ରିମଣ୍ଡରେ ଆଣି ପଚରା ଉଚରା କଲେ ଯାଇ ଏହି ଘଟଣାରେ DFO ଙ୍କ ସମ୍ପୃକ୍ତି ବିଷୟରେ ଜଣା ପଡିବ । ଧାରା ୪୧ ସିଆରପିସି ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ ନାମରେ ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଥିବ, ପୋଲିସ ତାଙ୍କୁ ସନ୍ଦେହ କରୁଥିବା ଓ ସେହି ଅପରାଧରେ ୭ ବର୍ଷରୁ ଅଧିକ ଜେଲ ଦଣ୍ଡ ଥିବ ତେବେ ତାକୁ ଗିରଫ କରିବା ପାଇଁ ପୋଲିସ ପାଖରେ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ ।

ବିଦ୍ୟାଙ୍କ ମାମଲାରେ ଏହି ସବୁ ଯୁକ୍ତିଯୁକ୍ତ ତଥ୍ୟ ଥିଲେ ମଧ୍ୟ ତାଙ୍କୁ ପୋଲିସ ଗିରଫ କରି ନାହିଁ ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି ସୌମ୍ଯଙ୍କ ଓକିଲ । ତେବେ ସେପଟେ ବିଦ୍ୟାଙ୍କ ଆଉ ଏକ ଚିଠି ମିଳିବା ପରେ ପ୍ରଶ୍ନ ଉଠୁଛି ବିବାହରା ମାତ୍ର ୬ ମାସ ପରେ ସ୍ବାମୀଙ୍କ ପାଇଁ କିପରି ଜେନ ସ୍ତ୍ରୀ ମନରେ ଏତେ ଘୃଣା ଭରିଗଲା ? ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ