ଶେଷରେ ମୁହଁ ଖୋଲିଲେ Tapaswini ଙ୍କ ସ୍ଵାମୀ, କହିଲେ ‘ହଁ, ମୁଁ ତପସ୍ଵିନୀ ସହ ରେଜିଷ୍ଟ୍ରି ମ୍ୟାରେଜ କରିଛି କିନ୍ତୁ ସେ ମୋ ସହ…’ , ଦେଖନ୍ତୁ Video

ବୈଦିକ ରୀତିରେ ବିବାହ ପ୍ରତିଶ୍ରୁତି ଦେଇ ବିବାହ ବେଦିକୁ ବର କିମ୍ବା ତାଙ୍କ ଘରଲୋକେ କେହି ନ ଆସିବା ପରେ ଶ୍ଵଶୁର ଘର ସାମନାରେ ଧାରଣା ଦେଇଥିଲେ ବ୍ରହ୍ମପୁରର ତପସ୍ଵିନୀ ଦାସ ଓରଫ ଡିମ୍ପଲ । ତାଙ୍କ ଦାବି ଅନୁସାରେ ଗତ ବର୍ଷ ଡାକ୍ତର ସୁମିତ କୁମାର ସାହୁଙ୍କୁ ସେ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ ଓ ତାଙ୍କ ଘରେ ମଧ୍ୟ ରହିଥିଲେ । କିନ୍ତୁ ଶ୍ଵଶୁର ଘର ଲୋକେ ତାଙ୍କୁ ନି-ର୍ଯ୍ୟା-ତ-ନା ଦେଇ ଆସୁଥିଲେ । ସେଥିପାଇଁ ପୂର୍ବରୁ ସେ ମହିଳା ଥା-ନା-ର ଦ୍ଵାରସ୍ଥ ହୋଇଥିଲେ ଓ ମା-ମ-ଲା କୋ-ର୍ଟ ଯାଏଁ ମଧ୍ୟ ଯାଇଥିଲା ।

କିନ୍ତୁ ପରେ ସେମାନଙ୍କ ମଧ୍ୟରେ ବୁଝାମଣା ହୋଇଥିଲା ଓ ଉଭୟ ପକ୍ଷ ବୈଦିକ ରୀତିରେ ବିବାହ ପାଇଁ ରାଜି ହୋଇଥିଲେ । କିନ୍ତୁ ବିବାହ ଦିନ ବେଦିରେ ପହଞ୍ଚି ନଥିଲେ ବରଘର । ତେବେ ତିନି ଦିନ ଯାଏଁ ଶୀତ କାକର ସହି ଶ୍ଵଶୁର ଘର ସାମନାରେ ଧାରଣାରେ ବସିବା ପରେ ଏବେ ଡିମ୍ପଲଙ୍କ ସ୍ଵାମୀ ସୁମିତଙ୍କ ପ୍ରତିକ୍ରିୟା ମିଳିଛି । ତାଙ୍କ କହିବା ମୁତାବକ ସବୁ ବିଷୟ ଏବେ କୋ-ର୍ଟ-ର ତଦାରଖରେ ରହିଛି ।

ଡିମ୍ପଲ ତାଙ୍କ ନାଁରେ ଓ ତାଙ୍କର ପୁରା ପରିବାର ନାଁରେ ଧା-ରା ୪୯୮ ରେ କେ-ସ୍ ମଧ୍ୟ ଦେଇଛନ୍ତି । ଏହା ସହ ତାଙ୍କୁ ଓ ତାଙ୍କର ପରିବାରକୁ ପୋ-ଲି-ସ ଧା-ରା ୪୧ ସି-ଆର-ପି-ସି ରେ ମଧ୍ୟ ରଖିଛନ୍ତି । ସେଥିପାଇଁ ସେ ତପସ୍ଵିନୀଙ୍କ ଠାରୁ ଛା-ଡ-ପ-ତ୍ର ନେବାକୁ ମଧ୍ୟ ଆବେଦନ କରିଛନ୍ତି । ସବୁ କିଛି କୋ-ର୍ଟ-ରେ ଥିବାରୁ ସେ ତପସ୍ଵିନୀଙ୍କୁ ଅନୁରୋଧ କରିଛନ୍ତି କି, ସେ ଆଇନର ପାଳନ କରନ୍ତୁ ଓ ମାନନୀୟ କୋ-ର୍ଟ-ର ସମ୍ମାନ କରନ୍ତୁ ।

କୋର୍ଟରେ ଯାହା ବି ନିର୍ଣ୍ଣୟ ନିଆଯିବ ତାହାର ସେ ସମ୍ମାନ କରନ୍ତୁ । ଏହାସହ ଯୁବତୀ ତାଙ୍କ ସହ ରେଜିଷ୍ଟ୍ରି ବିବାହ କରିଥିବା କଥା ଯାହା ଦାବି କରିଛନ୍ତି ତାକୁ ମଧ୍ୟ ସୁମିତ ସ୍ଵୀକାର କରିଛନ୍ତି । ଏହାସହ ତପସ୍ଵିନୀ ତାଙ୍କ ଘରେ ମଧ୍ୟ ରହିବା କଥା ସେ ସତ ବୋଲି କହିଛନ୍ତି । କିନ୍ତୁ ତପସ୍ଵିନୀ ତାଙ୍କ ପୁରା ପରିବାର ନାଁରେ ଯେଉଁ ନି-ର୍ଯ୍ୟା-ତ-ନା ମା-ମ-ଲା ଦେଇଛନ୍ତି ତାହା ଯୋଗୁଁ କୋ-ର୍ଟ-ର ସମ୍ମାନ ସେ କରିବା ଉଚିତ ବୋଲି ସେ କହିଛନ୍ତି ।

ଘର ସାମନାରେ ବସି ରହି ସାମାଜିକ ଶାନ୍ତି ଭ-ଙ୍ଗ କରିବା ଓ ତାଙ୍କ ଘରଲୋକଙ୍କୁ ମା-ନ-ସି-କ ନି-ର୍ଯ୍ୟା-ତ-ନା ଦେବାକୁ ସେ ନି-ନ୍ଦା କରିଛନ୍ତି । ଏହା ସହ ତପସ୍ଵିନୀ ତାଙ୍କ ଗ-ର୍ଭ-ପା-ତ କରା ଯାଇଥିବା କଥା ମଧ୍ୟ ଅ-ଭି-ଯୋ-ଗ କରିଥିଲେ । ଏହି ବିଷୟରେ ସୁମିତ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ।

ସେ କେବଳ କୋ-ର୍ଟ-ର ଆଦେଶକୁ ପାଳନ କରିବା ସହ ତପସ୍ଵିନୀଙ୍କୁ ମଧ୍ୟ ତାହା ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି । ଏଥିରେ ଆପଣଙ୍କ ମତ ଆମକୁ ନିଶ୍ଚୟ କମେନ୍ଟ କରି ଜଣାନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।