ସକାଳୁ ଉଠି ସ୍ତ୍ରୀଙ୍କ ସହ ଶାରୀରିକ ସମ୍ବନ୍ଧ ରଖୁଥିଲେ ଏବେ ଠୁ ହୋଇଯାନ୍ତୁ ସାବଧାନ ! ଶାସ୍ତ୍ରରେ କୁହାଯାଇଛି ଏହି ଭୟଙ୍କର କଥା, ଏହା ସହିତ ପଢନ୍ତୁ ଆଜିର 15ଟି Anuchinta

ଜୀବନକୁ ସରଳ, ସୁନ୍ଦର ଓ ସୁସଜ୍ଜିତ କରିବା ପାଇଁ ଆମ ଧର୍ମଶାସ୍ତ୍ର ମାନଙ୍କରେ ଅନେକ ନୀତି ନିୟମ ତଥା ଅନୁଚିନ୍ତା ସବୁ ଉଲ୍ଲେଖ ରହିଛି । ଯାହାକୁ ଅନୁସରଣ କରିବା ଦ୍ଵାରା ଆମ ଜୀବନ ସହଜ ହୋଇଥାଏ । ସକାଳୁ ଉଠିବା ଦ୍ଵାରା ଶରୀର ସତେଜ ରହିଥାଏ, ଯେକୌଣସି କାର୍ଯ୍ୟରେ ମନ ଲାଗିଥାଏ ଏବଂ ବ୍ଲଡ଼ସୁଗାର ଓ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ ହୋଇଥାଏ । ସକାଳୁ ଉଠି ସକାଳ ଜଳଖିଆ ଶୀଘ୍ର କଲେ ଶରୀର ଫୁର୍ତ୍ତି ରହିବା ସହିତ ନିରୋଗ ରହିଥାଏ ।

ସକାଳୁ ଉଠିବା ଦ୍ଵାରା ପୁରା ଦିନ ମନ ପ୍ରଫୁଲ୍ଲିତ ରହିଥାଏ ଏବଂ ଚିନ୍ତାଧାରା ସକାରାତ୍ମକ ହୋଇଥାଏ । ସକାଳୁ ଉଠିବା ଦ୍ଵାରା ଯେକୌଣସି କାର୍ଯ୍ୟ କରିବା ପାଇଁ ଅଧିକ ସମୟ ମିଳିଥାଏ ଏବଂ ନିଜ ପାଇଁ ମଧ୍ୟ ଅଧିକ ସମୟ ମିଳିଥାଏ । ସକାଳୁ ଉଠିବା ଦ୍ଵାରା ମସ୍ତିଷ୍କ ସୁସ୍ଥ ରହିଥାଏ ଏବଂ ଏକାଗ୍ରତା ବୃଦ୍ଧି ହୋଇଥାଏ, ଯାହାଫଳରେ ପ୍ରତ୍ଯେକ କାର୍ଯ୍ୟ ଉତ୍ତମ ରୂପେ କରିହୁଏ । ସକାଳ ସମୟ ଶରୀର ପାଇଁ ଉତ୍ତମ ହୋଇଥାଏ । ସକାଳୁ କିଛି ସମୟ ବ୍ୟାୟାମ କିମ୍ବା ଯୋଗାଭ୍ଯାସ କରିବା ଦ୍ଵାରା ଶରୀର ଓ ମନ ସୁସ୍ଥ ରୁହେ ।

ସକାଳୁ ଉଠି ସୂର୍ଯ୍ୟଙ୍କ କିରଣରେ କିଛି ସମୟ ବସିବା ଦ୍ଵାରା ହାଡ ଓ ଗଣ୍ଠିଜନିତ ସମସ୍ଯା ଦୂର ହୋଇଥାଏ । ସକାଳୁ ବାଯୁମଣ୍ଡଳରେ ଅମ୍ଳଜାନ ପରିମାଣ ଅଧିକ ଥାଏ, ତେଣୁ ସକାଳୁ ଉଠି କିଛି ସମୟ ବାହାରେ କଟାଇଲେ ମସ୍ତିଷ୍କ ଉପରେ ଭଲ ପ୍ରଭାବ ପଡିଥାଏ । ସକାଳୁ ଉଠିବା ଦ୍ଵାରା ପେଟଜନିତ ରୋଗ ଦୂର ହୋଇଥାଏ ଏବଂ ହଜମ ଶକ୍ତି ବୃଦ୍ଧି ହୋଇଥାଏ । ସକାଳୁ ଉଠି ବାହାର ତାଜା ପବନରେ ନିଃଶ୍ଵାସ ନେବା ଦ୍ଵାରା ଏବଂ କିଛି ସମୟ ବ୍ୟାୟାମ କରିବା ଦ୍ଵାରା ଶରୀରର ସୌନ୍ଦର୍ଜ୍ୟ ବୃଦ୍ଧି ହୋଇଥାଏ ।

ଆୟୁର୍ବେଦ ଅନୁସାରେ ଚନ୍ଦ୍ରଙ୍କ ଅମୃତ କିରଣ ଦ୍ଵାରା ସକାଳର ପବନ ଅମୃତ ତୁଲ୍ୟ ହୋଇଥାଏ ଏବଂ ଏହାକୁ ବୀରବାୟୁ କୁହାଯାଏ, ଯାହାଫଳରେ ଶରୀରରେ ଶକ୍ତି ସଞ୍ଚାର ହୋଇଥାଏ । ଯେଉଁ ଲୋକ ପ୍ରତ୍ଯେକ ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠେ ସେ ଜୀବନରେ ଖୁସି ରହିବା ସହ ସମୃଦ୍ଧିଶାଳୀ ହୋଇଥାଏ । ସକାଳୁ ଶୀଘ୍ର ଉଠିବା ପାଇଁ ହେଲେ ରାତିରେ କମ୍ ଖାଦ୍ଯ ଖାଇବା ଉଚିତ ଓ ତା’ ସହିତ ଦୁଇ ଗ୍ଳାସ ପାଣି ପିଇବା ଉଚିତ ।

ରାତିରେ ମିଠା ଖାଇବା ଏବଂ ଅଧିକ ଭୋଜନ କରିବା ଅନୁଚିତ, କାରଣ ଏହାଦ୍ବାରା ଅଳସୁଆ ଲାଗିଥାଏ । ସକାଳୁ ଉଠିବା ପରେ କେବେବି ଆଇନା ଦେଖିବା ଉଚିତ ହୋଇ ନଥାଏ । ଏହାଦ୍ବାରା ଘରେ ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ସକାଳୁ ଜଳଖିଆ ନ କରିବା ପର୍ଯ୍ୟନ୍ତ କୌଣସି ପଶୁଙ୍କ ନାମ ନେବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ।

ସକାଳୁ ଜଳଖିଆ ନ ଖାଇବା ପର୍ଯ୍ୟନ୍ତ ଟିଭି କିମ୍ବା ପେପର ଦେଖିବା ଅନୁଚିତ । କାରଣ ଏହାଦ୍ବାରା ନକରାତ୍ମକ ପ୍ରଭାବ ପଡିଥାଏ । ସକାଳୁ ଉଠି ତୁଳସୀ ଗଛରେ ପାଣିଦେଲେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ଏବଂ ବହୁତ ସକାରାତ୍ମକ ପ୍ରଭାବ ପରିବାର ଉପରେ ପଡିଥାଏ । ଶାସ୍ତ୍ର ଅନୁସାରେ ଆକାଳୁ ଉଠି ପାଞ୍ଚଜଣ ନାରୀଙ୍କ ନାମ ନେବା ଅଭ୍ଯାସ କରିବା ଉଚିତ । ସେମାନେ ଦ୍ରୌପଦୀ, କୁନ୍ତୀ, ମନ୍ଦୋଦରୀ, ତାରା ଓ ଅହଲ୍ୟା । ଏହାଦ୍ବାରା ବହୁତ ଶୁଭ ହୋଇଥାଏ ।

ସକାଳ ସମୟ ଦେବୀଦେବତାଙ୍କ ଚରାଚର ସମୟ ହୋଇଥାଏ, ତେଣୁ ଏହି ସମୟରେ ସ୍ତ୍ରୀ କିମ୍ବା ଅନ୍ୟ କୌଣସି ସ୍ତ୍ରୀ ସହ ଶାରୀରିକ ସମ୍ବନ୍ଧ ରଖିବା ଅନୁଚିତ । ଏହାଦ୍ବାରା ଅନିଷ୍ଟ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।